Advertisment

Asia Cup: ‘ପହଲଗାମ’ ବୟାନ ପାଇଁ ସୂର୍ଯ୍ୟ କୁମାର ଯାଦବଙ୍କୁ ଦଣ୍ଡିତ କଲା ଆଇସିସି

ପାକିସ୍ତାନ ବିପକ୍ଷ ଏସିଆ କପର ଗ୍ରୁପ ପର୍ଯ୍ୟାୟ ମ୍ୟାଚ ପରେ ସେ ଦେଇଥିବା ‘ପହଲଗାମ’ ବୟାନ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଇସିସି। ସୂର୍ଯ୍ୟ କୁମାରଙ୍କ ମ୍ୟାଚ୍‌ ଫି’ ୩୦% କଟା ଯାଇଛି।

sky

ସୂର୍ଯ୍ୟ କୁମାର ଯାଦବ

Advertisment

ଭାରତୀୟ ଟି-୨୦ କ୍ରିକେଟ ଟିମର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ(Suryakumar Yadav)ପାକିସ୍ତାନ ବିପକ୍ଷ ଏସିଆ କପର ଗ୍ରୁପ ପର୍ଯ୍ୟାୟ ମ୍ୟାଚ ପରେ ସେ ଦେଇଥିବା ‘ପହଲଗାମ’ ବୟାନ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଇସିସି। ସୂର୍ଯ୍ୟ କୁମାରଙ୍କ ମ୍ୟାଚ୍‌ ଫି’ ୩୦% କଟା ଯାଇଛି।ଙ୍କୁ ଦଣ୍ଡିତ କରିଛି ଆଇସିସି। ପାକିସ୍ତାନ ବିପକ୍ଷ ଏସିଆ କପର ଗ୍ରୁପ ପର୍ଯ୍ୟାୟ ମ୍ୟାଚ ପରେ ସେ ଦେଇଥିବା ‘ପହଲଗାମ’ ବୟାନ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଇସିସି। ସୂର୍ଯ୍ୟ କୁମାରଙ୍କ ମ୍ୟାଚ୍‌ ଫି’ ୩୦% କଟା ଯାଇଛି।

Advertisment

ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ୭ ୱିକେଟରେ ହରାଇବା ପରେ ସୂର୍ଯ୍ୟ କୁମାର ଯାଦବ ବିଜୟକୁ ଭାରତୀୟ ସେନା ବାହିନୀକୁ ଉତ୍ସର୍ଗ କରିଥିଲେ। ସେହିପରି ପହଲଗାମ ଆତଙ୍କବାଦୀ ହମଲାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ। ତେବେ ସୂର୍ଯ୍ୟ କୁମାର ଏପରି ବୟାନ ବିରୋଧରେ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସିର ଦ୍ୱାରସ୍ଥ ହୋଇଥିଲା। ଏହାକୁ ପିସିବି ରାଜନୀତିକ ବୟାନ ଭାବେ ଚିତ୍ରିତ କରିଥିଲା ପିସିବି।

ଅଭିଯୋଗ ପରେ ଆଇସିସି ମ୍ୟାଚ୍‌ ରେଫରୀ ରିଚି ରିଚାର୍ଡସନ ବିଧିବଦ୍ଧ ଭାବେ ଏହାର ଶୁଣାଣି କରିଥିଲେ। ସୂର୍ଯ୍ୟ କୁମାର ଅଭିଯୋଗକୁ ଗ୍ରହଣ ନ କରି ଦୋଷ ସ୍ୱୀକାର କରି ନଥିଲେ। ସେ ନିଜ ସପକ୍ଷରେ ଏକାଧିକ ଯୁକ୍ତି ରଖିଥିଲେ।

Advertisment

ହେଲେ ଆଇସିସି ଏହାକୁ ଗ୍ରହଣ କରି ନାହିଁ। ଆଇସିସି (ICC)ସୂର୍ଯ୍ୟ କୁମାରଙ୍କ ଆବେଦନକୁ ଅଗ୍ରାହ୍ୟ କରି ମ୍ୟାଚ୍‌ ଫି’ ୩୦% କାଟି ଦେଇଛି। ଏଥିସହ ଭବିଷ୍ୟତରେ ରାଜନୀତିକ ବୟାନବାଜୀକୁ କ୍ଷାନ୍ତ ରହିଥିବାକୁ ତାଙ୍କୁ କୁହାଯାଇଛି। 

ସୂର୍ଯ୍ୟ କୁମାର ଯାଦବଙ୍କୁ ଆଇସିସି ମ୍ୟାଚ୍‌ ରେଫରୀ ଦଣ୍ଡିତ କରିଥିଲେ ହେଁ ବିସିସିଆଇ ଏହା ବିରୋଧରେ ପୁଣି ଆବେଦନ କରିଛି। ଏବେ ଆଇସିସି କି ପ୍ରକାରର ପଦକ୍ଷେପ ନେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି। 

ଏହା ପୂର୍ବରୁ ଭାରତ ବିପକ୍ଷ ଏସିଆ କପର ସୁପର ୪ ମ୍ୟାଚ୍‌ରେ ଆତଙ୍କୀ ମାନସିକତା ପ୍ରଦର୍ଶନ କରି ଓଦ୍ଧତ୍ୟର ସୀମା ଟପି ଥିବା ପାକିସ୍ତାନର ଦ୍ରୁତ ବୋଲର ହାରିଶ ରୌଫ (Haris Rauf) ଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଆଇସିସି। ପଡ଼ିଆରେ ଯୁଦ୍ଧ ବିମାନର ଇଙ୍ଗିତ କରି ଦର୍ଶକଙ୍କୁ ଉସକାଇବା ଭଳି ସଙ୍କେତ ଦେଇଥିବା ରୌଫଙ୍କ ମ୍ୟାଚ୍‌କୁ ଆଇସିସି ୩୦% କାଟି ଦେଇଥିଲା।

ICC Suryakumar Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe