Advertisment

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: ଓଡ଼ିଶାର ଲଗାତାର ଚତୁର୍ଥ ପରାଜୟ

କଟକ: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡ଼ିଶା ପୁଣି ପରାଜୟ ସମ୍ମୁଖୀନ ହୋଇଛି। କଟକର ଡ୍ରିମ୍ସ ପଡ଼ିଆରେ ‘ଗ୍ରୁପ୍ ଡି’ର ଆଜିର ଏକ ମ୍ୟାଚରେ ସର୍ଭିସେସ ଦଳ ଓଡ଼ିଶାକୁ ୪ ୱିକେଟରେ ପରାସ୍ତ କରିଛି। ଏହା ହେଉଛି ଓଡ଼ିଶାର ଲଗାତାର ଚତୁର୍ଥ ପରାଜୟ। ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୬ ରନ୍ କରିଥିଲା। ତେବେ ୧୯.୨ ଓଭରରେ ୬ ୱିକେଟ୍ ହରାଇ ସର୍ଭିସେସ୍ ବିଜୟ ଲକ୍ଷ ହାସଲ କରି […]

author-image
Rakesh Mallick
୨୦୨୪ ଅଲିମ୍ପିକ୍ସରେ ସ୍ଥାନ ପାଇପାରେ କ୍ରିକେଟ

cricket

କଟକ: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡ଼ିଶା ପୁଣି ପରାଜୟ ସମ୍ମୁଖୀନ ହୋଇଛି। କଟକର ଡ୍ରିମ୍ସ ପଡ଼ିଆରେ ‘ଗ୍ରୁପ୍ ଡି’ର ଆଜିର ଏକ ମ୍ୟାଚରେ ସର୍ଭିସେସ ଦଳ ଓଡ଼ିଶାକୁ ୪ ୱିକେଟରେ ପରାସ୍ତ କରିଛି। ଏହା ହେଉଛି ଓଡ଼ିଶାର ଲଗାତାର ଚତୁର୍ଥ ପରାଜୟ। ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୬ ରନ୍ କରିଥିଲା। ତେବେ ୧୯.୨ ଓଭରରେ ୬ ୱିକେଟ୍ ହରାଇ ସର୍ଭିସେସ୍ ବିଜୟ ଲକ୍ଷ ହାସଲ କରି ନେଇଥିଲା।

Advertisment

ଟସ୍ ଜିତି ସର୍ଭିସେସ ଦଳ ଓଡ଼ିଶାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଓଡ଼ିଶା ପକ୍ଷରୁ ଓପନର ଅଭିଷେକ ମଲ୍ଲିକ ୩୦ ରନ୍ ସଂଗ୍ରହ କରିଥିବା ବେଳେ ଅଭିଷେକ ଯାଦବ ସର୍ବାଧିକ ୫୨ ରନ୍ କରିଥିଲେ। ଗତ ମ୍ୟାଚରେ ଶତକ ହାସଲ କରିଥିବା ବିଳ୍ପବ ସାମନ୍ତରାୟ ୩୫ ରନ୍ କରିଥିବା ବେଳେ ଅଧିନାୟକ ଗୋବିନ୍ଦ ପୋଦ୍ଦାର ୪୨ ରନ୍ କରି ନଟ୍ ଆଉଟ୍ ରହିଥିଲେ। ଅନୁରାଗ ଷଡ଼ଙ୍ଗୀ ଆଜି ମାତ୍ର ୧ ରନ୍ କରି ଆଉଟ୍ ହୋଇ ଯାଇଥିଲେ। ଆଲୋକ ସାହୁ ୬ ରନ୍ କରି ନଟ୍ ଆଉଟ୍ ରହିଥିଲେ।

ସର୍ଭିସେସ ପକ୍ଷରୁ ରୌଶନ ରାଜ, ରିତେଶ ନେଗୀ ଓ ଅଭିଷେକ କୁମାର ସିହ୍ନା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Advertisment

୧୭୭ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ସର୍ଭିସେସ ଦଳ ପ୍ରାରମ୍ଭରୁ ହିଁ ଦମଦାର ଖେଳିଥିଲା। ଓପନର ଅଂଶୁଳ ଗୁପ୍ତା ଓ ନକୁଲ ବର୍ମାଙ୍କ ଯୋଡ଼ି ୧୦୦ରନର ପାର୍ଟନରସିପ୍ କରିଥିଲେ। ଦଳୀୟ ସ୍କୋର ୧୦୭ ହୋଇଥିବା ବେଳେ ନକୁଲ ରନ୍ ଆଉଟ୍ ହୋଇଥିଲେ। ସେ ୩୯ ବଲରୁ ୬୩ ରନ୍ କରିଥିଲେ। ଅଂଶୁଲ ୩୩ ବଲରୁ ୩୯ ରନ୍ କରି ବିପ୍ଳବ ସାମନ୍ତରାୟଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଏ ଦୁଇ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଯିବା ପରେ ଦଳ ଅଳ୍ପ ରନ୍ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇ ଥିଲେ ସୁଦ୍ଧା ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ରିତେଶ ନେଗୀ ଓ ବିକାଶ ହାଠୱାଲା ଅପରାଜିତ ରହି ଦଳକୁ ବିଜୟୀ କରାଇ ଥିଲେ।

ଓଡ଼ିଶା ପକ୍ଷରୁ ଦୀପକ ବେହେରା ଓ ବିଳ୍ପବ ସାମନ୍ତରାୟ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ବସନ୍ତ ମହାନ୍ତି ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ।

ଏହା ପୂର୍ବରୁ ଦଳ ମୁମ୍ବାଇ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶ ପକ୍ଷରୁ ହାରି ସାରିଛି।

ଆସନ୍ତାକାଲି ଓଡ଼ିଶା ଦଳ କର୍ଣ୍ଣାଟକୁ ଭେଟିବ। ଏହି ମ୍ୟାଚଟି ବାରବାଟୀ ଷ୍ଟାଡିୟମରେ ସକାଳ ୯ଟାରେ ଖେଳା ଯିବ।