Advertisment

ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି: ୟୁପିଠାରୁ ୩୨ରନରେ ହାରିଲା ଓଡ଼ିଶା

କଟକ: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡ଼ିଶା ଦଳକୁ ଲଗାତାର ଦ୍ୱିତୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଦଳ ଗତକାଲି ମୁମ୍ବାଇ ବିପକ୍ଷ ପ୍ରଥମ ମ୍ୟାଚ୍ ହାରି ଯାଇଥିବା ବେଳେ ରବିବାର ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚଟିକୁ ମଧ୍ୟ ହାରିଯାଇଛି। କଟକର ବାରବାଟୀରେ ଖେଳା ଯାଇଥିବା ଏହି ମ୍ୟାଚରେ ଘରୋଇ ଦଳ ଉତ୍ତର ପ୍ରଦେଶଠାରୁ ୩୨ ରନରେ ହାରି ଯାଇଛି। ଉତ୍ତର ପ୍ରଦେଶ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୦ ରନ୍ ସଂଗ୍ରହ କରିଥିଲା। ଜବାବରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି: ୟୁପିଠାରୁ ୩୨ରନରେ ହାରିଲା ଓଡ଼ିଶା

Cricket bat and ball

କଟକ: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡ଼ିଶା ଦଳକୁ ଲଗାତାର ଦ୍ୱିତୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଦଳ ଗତକାଲି ମୁମ୍ବାଇ ବିପକ୍ଷ ପ୍ରଥମ ମ୍ୟାଚ୍ ହାରି ଯାଇଥିବା ବେଳେ ରବିବାର ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚଟିକୁ ମଧ୍ୟ ହାରିଯାଇଛି। କଟକର ବାରବାଟୀରେ ଖେଳା ଯାଇଥିବା ଏହି ମ୍ୟାଚରେ ଘରୋଇ ଦଳ ଉତ୍ତର ପ୍ରଦେଶଠାରୁ ୩୨ ରନରେ ହାରି ଯାଇଛି। ଉତ୍ତର ପ୍ରଦେଶ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୦ ରନ୍ ସଂଗ୍ରହ କରିଥିଲା। ଜବାବରେ ଓଡ଼ିଶା ଦଳ ୮ ୱିକେଟ୍ ହରାଇ ୧୧୮ ରନ୍ ସଂଗ୍ରହ କରିଥିଲା।

Advertisment

ଟସ୍ ଜିତି ଓଡ଼ିଶା ଦଳ ଉତ୍ତରପ୍ରଦେଶକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଓପନର୍ ପ୍ରଶାନ୍ତ ଗୁପ୍ତା ଓ ସାମର୍ଥ ସିଂହ ଦଳ ପାଇଁ ଦମଦାର ଆରମ୍ଭ କରିଥିଲେ। ଦଳ ପ୍ରଥମ ୱିକେଟ୍ ଭାବେ ସାମର୍ଥଙ୍କୁ ହରାଇଥିଲା। ଦଳୀୟ ରନ୍ ୪୨ରେ ପହଞ୍ଚିଥିବା ବେଳେ ସେ ଆଲୋକ ସାହୁଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇଥିଲେ। ବ୍ୟକ୍ତିଗତ ଭାବେ ସେ ୨୩ଟି ବଲରୁ ୨୩ ରନ୍ ସଂଗ୍ରହ କରିଥିଲେ। ସେ ଆଉଟ୍ ହୋଇଯିବା ପରେ ପ୍ରଶାନ୍ତ ଓ ଏକଲବ୍ୟ ଦ୍ୱିବେଦୀ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଦୁହେଁ ୭୬ ରନର ପାର୍ଟନରସିପ୍ କରିଥିଲେ। ୧୭.୩ ଓଭରରେ ଏହି ପାର୍ଟନରସିପ୍ ଭାଙ୍ଗି ଯାଇଥିଲା। ୫୩ ରନ୍ କରି ବିଳ୍ପବ ସାମନ୍ତରାୟଙ୍କ ବଲରେ ଆଉଟ୍ ହୋଇଥିଲେ ପ୍ରଶାନ୍ତ। ତେବେ ସେତେବେଳକୁ ଦଳୀୟ ସ୍କୋର ୧୨୬ ରନରେ ପହଞ୍ଚିଥିଲା। ଅକ୍ଷଦୀପ ନାଥ ତା’ପରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ଆଉଟ୍ ହେବା ପରେ ପରବର୍ତ୍ତୀ ବଲରେ ଆଉଟ୍ ହୋଇଯାଇଥିଲେ ବ୍ୟାଟିଂ କରିବାକୁ ଆସିଥିବା ଅକ୍ଷଦୀପ ନାଥ। ଦଳୀୟ ସ୍କୋର ୧୩୪ ହୋଇଥିବା ବେଳେ ଏକଲବ୍ୟ ଦ୍ୱିବେଦୀ ୪୭ ରନ୍ କରି ଆଉଟ୍ ହୋଇଯାଇଥିଲେ। ୨୦ ଓଭରରେ ଦଳ ୫ଟି ୱିକେଟ୍ ହରାଇ ୧୫୦ ରନ୍ ସଂଗ୍ରହ କରିଥିଲା।

ଓଡ଼ିଶା ପକ୍ଷରୁ ଆଲୋକ ସାହୁ ଓ ବିଳ୍ପବ ସାମନ୍ତରାୟ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଦୀପକ ବେହେରା ଗୋଟିଏ ୱିକେଟ୍ ନେଇଥିଲେ।

Advertisment

ଅନ୍ୟପକ୍ଷରେ ୧୫୧ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଓଡ଼ିଶା ଦଳ ପ୍ରାରମ୍ଭରୁ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ୨.୬ ଓଭରରେ ଦଳର ପ୍ରଥମ ୱିକେଟ୍ ପଡ଼ିଥିଲା। ଓପନର ବିକାଶସ୍ୱରୂପ ପତି ମାତ୍ର ୯ ରନ୍ କରି ଆଉଟ୍ ହୋଇ ଯାଇଥିଲେ। ସେତେବେଳକୁ ଦଳୀୟ ସ୍କୋର ମାତ୍ର ୧୬ ରନ୍ ହୋଇଥିଲା। ଦ୍ୱିତୀୟ ୱିକେଟ୍ ପଡ଼ିଥିଲା ୩୦ ରନରେ। ଆଉଟ୍ ହୋଇଥିଲେ ଟୁକୁନା ସାହୁ। ସେ ମାତ୍ର ୬ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହା ପରେ ଦଳୀୟ ସ୍କୋରବୋର୍ଡରେ ମାତ୍ର ୨୪ ରନ୍ ଯୋଡ଼ି ଆଉଟ୍ ହୋଇଯାଇଥିଲେ ୩ ଜଣ ବ୍ୟାଟ୍ସମ୍ୟାନ୍। ଗୋବିନ୍ଦ ପୋଦ୍ଦାର ୨୨ ରନ୍, ଅଭିଷେକ ଯାଦବ ୧୧ ଓ ବିଳ୍ପବ ସାମନ୍ତରାୟ ୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେହିପରି ଅରବିନ୍ଦ ସିଂହ ୮ ରନ୍ କରି ଆଉଟ୍ ହୋଇଯାଇଥିଲେ। ପରେ ପି ରୋସନ କୁମାର ସାହୁ ଓ ଆଲୋକ ସାହୁ ଦଳୀୟ ସ୍କୋରକୁ ଉଦ୍ୟମ କରିଥିଲେ। ରୋସନ ୩୧ ରନରେ ନଟ୍ ଆଉଟ୍ ରହିଥିବା ବେଳେ ଆଲୋକ ୧୭ ରନ୍ କରି ଆଉଟ୍ ହୋଇଯାଇଥିଲେ।

ଉତ୍ତରପ୍ରଦେଶ ପକ୍ଷରୁ ପୀୟୁଷ ଚାୱାଲା, କୁଲଦୀପ ଯାଦବ ଓ ଅମିତ ମିଶ୍ରା ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ପ୍ରବୀଣ କୁମାର ଓ ଅଙ୍କିତ ରାଜପୁତ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।