ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍‌: ଆଜି ଭାରତ-ଇଂଲଣ୍ଡ ମୁକାବିଲା

ଧର୍ମଶାଳା: ଆଇସିସି ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍‌ର ୧୧ତମ ମ୍ୟାଚ୍‌ ଭାରତ ଓ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ ଆଜି ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ଭାରତ ୨ଟି ମ୍ୟାଚ୍‌ରୁ ଗୋଟିଏ ଜିତି ଥିବା ବେଳେ ଅନ୍ୟଟିରେ ପରାଜିତ ହୋଇଛି। ଦଳ ଏବେ ୨ ପଏଣ୍ଟ ସହ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ପ୍ରଥମ ମ୍ୟାଚ୍‌ ବାଂଲାଦେଶଠାରୁ ୭୨ ରନ୍‌ରେ ବିଜୟ ହୋଇଥିଲା। ତେବେ ପାକିସ୍ତାନଠାରୁ ଦଳ ୨ ରନ୍‌ରେ ପରାସ୍ତ […]

england_vs_India

Rakesh Mallick
  • Published: Tuesday, 22 March 2016
  • , Updated: 22 March 2016, 02:54 AM IST

ଧର୍ମଶାଳା: ଆଇସିସି ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍‌ର ୧୧ତମ ମ୍ୟାଚ୍‌ ଭାରତ ଓ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ ଆଜି ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ।

ଭାରତ ୨ଟି ମ୍ୟାଚ୍‌ରୁ ଗୋଟିଏ ଜିତି ଥିବା ବେଳେ ଅନ୍ୟଟିରେ ପରାଜିତ ହୋଇଛି। ଦଳ ଏବେ ୨ ପଏଣ୍ଟ ସହ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ପ୍ରଥମ ମ୍ୟାଚ୍‌ ବାଂଲାଦେଶଠାରୁ ୭୨ ରନ୍‌ରେ ବିଜୟ ହୋଇଥିଲା। ତେବେ ପାକିସ୍ତାନଠାରୁ ଦଳ ୨ ରନ୍‌ରେ ପରାସ୍ତ ହୋଇଥିଲା। ଏଥିପାଇଁ ଦଳ ଏହି ମ୍ୟାଚ୍‌କୁ ଜିତିବାକୁ ପ୍ରାଣପ୍ରଣେ ଚେଷ୍ଟା କରିବ।

ଅନ୍ୟପକ୍ଷରେ ଇଂଲଣ୍ଡ ବାଂଲାଦେଶକୁ ୩୬ ରନ୍‌ରେ ପରାଜିତ କରି ୨ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଇଂଲଣ୍ଡ ମଧ୍ୟ ଏହି ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବ।

Related story