Advertisment

ଭାରତର ସୁନା ବର୍ଷା, ଅବିନାଶଙ୍କ ପରେ ତଜିନ୍ଦର ଜିତିଲେ ସ୍ୱର୍ଣ୍ଣ

ସେ ଡିଫେଣ୍ଡିଂ ଚାମ୍ପିୟନ ଭାବେ ଏହି ପ୍ରତିଯୋଗିତାରେ ପ୍ରବେଶ କରିଥିଲେ। ସେ ଏବେ ପୁଣି ଚାମ୍ପିୟନ ହୋଇଛନ୍ତି। ଆଜି ତଜିନ୍ଦର ନିଜର ୬ଷ୍ଠ ପ୍ରାୟସରେ ୨୦.୩୬ ମିଟର ଦୂରତାକୁ ଲୁହା ବଲ ଫିଙ୍ଗି ସ୍ୱର୍ଣ୍ଣ ପଦକ ନିଜ

author-image
Hemant Lenka
ଅଦ୍ୟତନ ହୋଇଛି
ShotPut

ShotPut

ଚାଇନାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସର ୮ମ ଦିନରେ ଭାରତକୁ ତୃତୀୟ ସ୍ୱର୍ଣ୍ଣ ମିଳିଛି। ପ୍ରଥମେ ଶୁଟିଂର ଟ୍ରାପ ଇଭେଣ୍ଟ, ପରେ ଷ୍ଟିପଲଚେଜ୍‌ରେ ଅବିନାଶ ସାବଲ ଓ ଏବେ ଶଟପୁଟରେ ତଜିନ୍ଦର ପାଲ ସିଂହ ତୁର ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

Advertisment

ସେ ଡିଫେଣ୍ଡିଂ ଚାମ୍ପିୟନ ଭାବେ ଏହି ପ୍ରତିଯୋଗିତାରେ ପ୍ରବେଶ କରିଥିଲେ। ସେ ଏବେ ପୁଣି ଚାମ୍ପିୟନ ହୋଇଛନ୍ତି। ଆଜି ତଜିନ୍ଦର ନିଜର ୬ଷ୍ଠ ପ୍ରାୟସରେ ୨୦.୩୬ ମିଟର ଦୂରତାକୁ ଲୁହା ବଲ ଫିଙ୍ଗି ସ୍ୱର୍ଣ୍ଣ ପଦକ ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତଜିନ୍ଦରଙ୍କ ୫ମ ପ୍ରୟାସ ଫାଉଲ ହୋଇଥିଲା। ଫଳରେ ସେ ପୂର୍ବଭଳି ଦ୍ୱିତୀୟ ସ୍ଥାନରେ ରହିଥିଲେ। କିନ୍ତୁ ଶେଷ ପ୍ରୟାସରେ ସେ ଜବରଦସ୍ତ ପ୍ରଦର୍ଶନ କରି ଦେଶ ପାଇଁ ସ୍ୱର୍ଣ୍ଣିୟ ଅଧ୍ୟାୟ ସୃଷ୍ଟି କରିଛନ୍ତି।

Advertisment

ତଜିନ୍ଦର ପାଲ ସିଂହ ତୁର ୨୦୧୮ ଜାକାର୍ତ୍ତା ଏସିଆନ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ୪ର୍ଥ ଭାରତୀୟ ଭାବେ ଏସିଆ ଗେମ୍ସ ସ୍ୱର୍ଣ୍ଣ ପଦକ ନିଜ ପାଖରେ କାଏମ ରଖି ପାରିଛନ୍ତି। ତାଙ୍କ ପୂର୍ବରୁ ୧୯୫୪ ଓ ୧୯୫୮ରେ ପ୍ରଦ୍ୟୁମ୍ନ ସିଂହ ବ୍ରାର, ୧୯୬୬ ଓ ୧୯୭୦ରେ ଯୋଗିନ୍ଦର ସିଂହ ଓ ୧୯୭୮ ଓ ୧୯୮୨ରେ ବାହାଦୂର ସିଂହ ଚୌହାନ ଏପରି କୀର୍ତ୍ତିମାନ ହାସଲ କରିଥିଲେ। 

ଆଜି ତଜିନ୍ଦରଙ୍କ ପ୍ରଥମ ଥ୍ରୋ ୨୦ ମିଟିର ମାର୍କ ପାର କରିଥିଲା। କିନ୍ତୁ ଏହା ବୈଧ ବିବେଚନା କରାଯାଇ ନଥିଲା। ତାଙ୍କର ଦ୍ୱିତୀୟ ଥ୍ରୋ ମଧ୍ୟ କାଟ ଖାଇ ଯାଇଥିଲା। ତୃତୀୟ ପ୍ରାୟସରେ ତଜିନ୍ଦର ୧୯.୫୧ ମିଟର ଦୂରତାକୁ ଲୁହା ବଲ ଫିଙ୍ଗିଥିଲେ। ତେବେ ସାଉଦି ଆରବର ହମ୍ମଦ ଦାଉଦ ଟୋଲ ୧୯.୯୩ ମିଟର ଦୂରତାକୁ ଥ୍ରୋ କରି ୧ ନଂ ସ୍ଥାନକୁ ଚାଲି ଯାଇଥିଲେ। 

୪ର୍ଥ ପ୍ରୟାସରେ ତଜିନ୍ଦର ପୁଣି ୨୦.୦୬ ମିଟର ଦୂରତାକୁ ଥ୍ରୋ କରି ୧ନଂକୁ ଆସିଥିଲେ। କିନ୍ତୁ ଟୋଲୋ ୨୦୧.୮ ମିଟର ଦୂରତାକୁ ଥ୍ରୋ କରି ପୁଣି ୧ନଂ ସ୍ଥାନ ଦଖଲ କରିଥିଲେ। ତଜିନ୍ଦରଙ୍କ ୫ମ ଥ୍ରୋ ଫାଉଲ ହୋଇ ଯାଇଥିଲା। ଲାଗୁଥିବା ଟୋଲୋ ଗୋଲ୍ଡ ମେଡାଲ ଜିତିବେ। ହେଲେ ଶେଷ ପ୍ରୟାସରେ ସେ ୨୦.୩୬ ମିଟର ଦୂରତାକୁ ଥ୍ରୋ କରି ଦେଇଥିଲେ। ତାଙ୍କୁ ମାତ ଦେବାକୁ ଟୋଲୋ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ନଥିଲେ। ଫଳରେ ତଜିନ୍ଦର ପ୍ରଥମ ଓ ଟୋଲୋ ଦ୍ୱିତୀୟ ସ୍ଥାନରେ ରହିଥିଲେ। 

Asian Games Asian Games Update 19th Asian Games