Advertisment

ବାରବାଟୀକୁ ୨ ବର୍ଷ ପାଇଁ ବାସନ୍ଦ କରାଯାଉ: ଗାଭାସ୍କର

ନୂଆଦିଲ୍ଲୀ: ବାରବାଟୀରେ ଖଷଳାଯାଇଥିବା ଦକ୍ଷିଣ ଆଫ୍ରିକା-ଭାରତ ଟି-ଟ୍ୱେଣ୍ଟି ମ୍ୟାଚ୍ ବେଳେ ଦର୍ଶକଙ୍କ ବିଶୃଙ୍ଖଳା ଆଚରଣ ଓ ବୋତଲ ଫିଙ୍ଗ।କୁ ନେଇ ସାରା ବିଶ୍ୱର କ୍ରିକେଟରଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କ୍ରିକେଟ ଲିଜେଣ୍ଡ ସୁନୀଲ ଗାଭାସ୍କର ଓ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ୍ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି। ଏପଟେ ଏହି ଘଟଣା ପରେ ଆଗକୁ ବାରବାଟୀରେ ମ୍ୟାଚ୍ ଆୟୋଜନ ଉପରେ କ’ଣ ପ୍ରଭାବ ପଡିବ ତାକୁ ନେଇ କଳ୍ପନାଜଳ୍ପନା […]

ଅଦ୍ୟତନ ହୋଇଛି
ବାରବାଟୀକୁ ୨ ବର୍ଷ ପାଇଁ ବାସନ୍ଦ କରାଯାଉ: ଗାଭାସ୍କର

sunil-gavaskar

Advertisment

sunil-gavaskarନୂଆଦିଲ୍ଲୀ: ବାରବାଟୀରେ ଖଷଳାଯାଇଥିବା ଦକ୍ଷିଣ ଆଫ୍ରିକା-ଭାରତ ଟି-ଟ୍ୱେଣ୍ଟି ମ୍ୟାଚ୍ ବେଳେ ଦର୍ଶକଙ୍କ ବିଶୃଙ୍ଖଳା ଆଚରଣ ଓ ବୋତଲ ଫିଙ୍ଗ।କୁ ନେଇ ସାରା ବିଶ୍ୱର କ୍ରିକେଟରଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କ୍ରିକେଟ ଲିଜେଣ୍ଡ ସୁନୀଲ ଗାଭାସ୍କର ଓ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ୍ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି। ଏପଟେ ଏହି ଘଟଣା ପରେ ଆଗକୁ ବାରବାଟୀରେ ମ୍ୟାଚ୍ ଆୟୋଜନ ଉପରେ କ’ଣ ପ୍ରଭାବ ପଡିବ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଗାଭାସ୍କର କହିଛନ୍ତି, ଆଗାମୀ ୨ବର୍ଷ ପାଇଁ କଟକକୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଦେବା ଉଚିତ୍ ନୁହେଁ। ସେହିଭଳି ଟ୍ୱିଟ କରି ଅନେକ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି। ଯୁବରାଜ ଟ୍ୱିଟ କରିଛନ୍ତି କି ଲଜ୍ଜା। ଆମେ ଯେତେବେଳେ ଜିତୁ ସବୁ ଠିକ୍, ହାରିଲେ ଏଭଳି ବ୍ୟବହାର, ଆପଣଙ୍କ ପ୍ରିୟ ଖେଳାଳିଙ୍କୁ ସମ୍ମାନ ଦିଅନ୍ତୁ ବୋଲି ସେ ଉଲ୍ଲେଖ କରିଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍ ଲେଖିଛନ୍ତି କଟକକୁ କିଛିବର୍ଷ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଦିଆ ନ ଯାଉ। ସେହିଭଳି ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ଟ୍ୱିଟ କରିଛନ୍ତି ଓଡ଼ିଶାର ସମ୍ମାନ କ୍ଷୁର୍ଣ୍ଣ ହୋଇଥିବାରୁ ଦୁଃଖ ଲାଗୁଛି। କିଛି ନିର୍ବୋଧଙ୍କ ଯୋଗୁଁ ଏଭଳି ହୋଇଛି।

ଆଗାମୀ ଦିନରେ ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ ଉପରେ ଏହାର କ’ଣ ପ୍ରଭାବ ପଡିବ, ବାରବାଟୀକୁ ଆଉ ମ୍ୟାଚ ମିଳିବ କି ନାହିଁ, କିଛିବର୍ଷ ପାଇଁ ବାରବାଟୀ ଉପରେ ରୋକ୍ ଲାଗିବ କି ଭଳି ବହୁ ପ୍ରଶ୍ନ ଏବେ ଉଠିବାରେ ଲାଗିଛି । ଗତକାଲି ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ ରେଫରୀ ଥିଲେ ବି.ସି. ବ୍ରଡ୍। ଗତକାଲି ଦୁଇ ଦୁଇ ଥର ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା। ଏବେ ମ୍ୟାଚ ନେଇ ବ୍ରଡଙ୍କ ରିପୋର୍ଟ ଉପରେ ବହୁତ କିଛି ନିର୍ଭର କରେ। ଏ ନେଇ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା କହିଛନ୍ତି ଏହା ଏକ ଷଡଯନ୍ତ୍ର।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe