Advertisment

ସଙ୍କଟମୋଚକ ସାଜିଲେ ଗିଲ୍-ପନ୍ତ, ପ୍ରଥମ ପାଳିରେ ଭାରତ ୨୬୩/୧୦

ଶେଷ ଟେଷ୍ଟର ପ୍ରଥମ ପାଳି ୨୬୩ ରନରେ ଶେଷ କରିଛି ଭାରତ। ଶୁବମନ ଗିଲ ଓ ଋଷଭ ପନ୍ତଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଓ ୱାଶିଂଟନ ସୁନ୍ଦରଙ୍କ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ବଳରେ ନ୍ୟୁଜିଲ୍ୟାଣ୍ଡଠାରୁ ଠାରୁ ୨୮ ରନ ଆଗରେ ରହି ପ୍ରଥମ ପାଳି ଶେଷ କରିଛି ଟିମ୍ ଇଣ୍ଡିଆ।

India vs New Zealand

India vs New Zealand

Advertisment

ଶୁବମନ ଗିଲ ଓ ଋଷଭ ପନ୍ତଙ୍କ ଦମଦାର ବ୍ୟାଟିଂ ବଳରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶେଷ ଟେଷ୍ଟର ପ୍ରଥମ ପାଳି ୨୬୩ ରନରେ ଶେଷ କରିଛି ଭାରତ। ଗତକାଲି ପାଳି ଆରମ୍ଭରୁ ଭାରତ ସଅଳ ୪ଟି ୱକେଟ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ଯୁବ ବ୍ୟାଟର ଶୁବମନ ଗିଲ ଓ ଋଷଭ ପନ୍ତଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଓ ୱାଶିଂଟନ ସୁନ୍ଦରଙ୍କ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ବଳରେ ଭାରତୀୟ ଦଳ ଭ୍ରମଣକାରୀ ଦଳଠାରୁ ୨୮ ରନ ଆଗରେ ରହି ପ୍ରଥମ ପାଳି ଶେଷ କରିଛି।

Advertisment

ତୃତୀୟ ତଥା ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ଜାଡେଜାଙ୍କ ଘାତକ ବୋଲିଂର ସାମ୍ନା କରିନପାରି ନ୍ୟୁଜିଲ୍ୟାଣ୍ଡ ୨୩୫ ରନରେ ସମସ୍ତ ୱିକେଟ୍ ହରାଇଥିଲା। ଏହାପରେ ଭାରତ ମଧ୍ୟ ସଅଳ ୪ଟି ୱିକେଟ ହରାଇ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ସଙ୍କଟରେ ପଡ଼ିଥିଲା। ହେଲେ ଶୁବମନ ଗିଲ ଓ ଋଷଭ ପନ୍ତ ଆଜି ଦଳକୁ ସଙ୍କଟରୁ ଉଦ୍ଧାର କରି ସ୍କୋରବୋର୍ଡକୁ ଗତି ଦେଇଥିଲେ। ଚିରାଚରିତ ଢଙ୍ଗରେ ଆକ୍ରାମକ ଖେଳି କେବଳ ୩୬ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ ପନ୍ତ। ଏହାପରେ ମଧ୍ୟ ତାଙ୍କ ବ୍ୟାଟିଂର ଗତି ଧିମା ହୋଇନଥିଲା।

ଗୋଟିଏ ପଟେ ଗିଲ୍ ଜଗିରଖି ବ୍ୟାଟିଂ କରୁଥିବାବେଳେ ଅନ୍ୟପଟେ ସ୍କୋରବୋର୍ଡକୁ ଦ୍ରୁତଗତିରେ ଆଗକୁ ବଢ଼ାଇବାକୁ ପନ୍ତ ବ୍ୟାଟିଂ ଜାରି ରଖିଥିଲେ। ହେଲେ ସେ ଇଶ ସୋଡିଙ୍କ ଶିକାର ପାଲଟିଥିଲେ। ପନ୍ତ ୫୯ ବଲରୁ ୮ ଚୌକା ଓ ୨ ଛକା ବଳରେ ୬୦ ରନ କରି ପାଭିଲିୟନ ଫେରିଥିଲେ। ଏହାପରେ ଜାଡେଜା କିଛି ସମୟ ଗିଲଙ୍କ ସାଥ ଦେଇଥିଲେ ମଧ୍ୟ କେବଳ ୧୪ ରନ କରିବାକୁ ସମର୍ଥ ହୋଇଥିଲେ। ସର୍ଫରାଜ ଖାନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବାବେଳେ କେବଳ ୬ ରନ କରି ପାଭିଲିୟନ ଫେରିଥିଲେ ରବିଚନ୍ଦ୍ରନ ଅଶ୍ୱିନ।

Advertisment

ଶୁବମନ ଗିଲ ଦଳ ପାଇଁ ସଂଘର୍ଷ ଜାରି ରଖିଥିଲେ ମଧ୍ୟ ୯୦ ରନ କରି ସେ ଅଜାଜ ପଟେଲଙ୍କ ଶିକାର ପାଲଟିଥିଲେ। ଦଳୀୟ ସ୍କୋର ୨୨୭ ହୋଇଥିବାବେଳେ ସେ ଆଉଟ ହୋଇଥିଲେ। ତାଙ୍କ ପାଳିରେ ୭ ଚୌକା ଓ ଗୋଟିଏ ଛକା ସାମିଲ ଅଛି। ଏହାପରେ ୱାଶିଂଟନ ସୁନ୍ଦରଙ୍କ ଅପରାଜିତ ୩୮ ରନର ଗୁରୁତ୍ୱପୂର୍ଣ୍ଣ ପାଳି ବଳରେ ଭାରତ ୨୬୩ ରନରେ ପହଞ୍ଚିଥିଲା। ହେଲେ ଅନ୍ୟପଟେ ସୁନ୍ଦରଙ୍କୁ ସାଥ ନମିଳିବାରୁ ଏତିକିରେ ଭାରତର ପ୍ରଥମ ପାଳି ଶେଷ ହୋଇଥିଲା।

Rishabh Pant Shubman Gill India Vs New Zealand IND Vs NZ 3rd Test
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe