Advertisment

IND vs NZ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା; ଜାଣନ୍ତୁ, କେଉଁମାନେ ସ୍ଥାନ ପାଇଲେ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଗୁଜରାଟର ବଡୋଦରାରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୧୪ ତାରିଖରେ ରାଜକୋଟରେ ଖେଳାଯିବ। ସେହିପରି ତୃତୀୟ ମ୍ୟାଚ୍ ଜାନୁଆରୀ ୧୮ ତାରିଖରେ ଇନ୍ଦୋରରେ ଖେଳାଯିବ।

Gill
Advertisment

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଶନିବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଶୁବମନ ଗିଲ୍‌ଙ୍କ ନେତୃତ୍ୱରେ ଘୋଷଣା କରାଯାଇଥିବା ଏହି ଟିମ୍‌ରେ ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଅଛନ୍ତି। ଶ୍ରେୟସ ଆୟରଙ୍କୁ ଉପଅଧିନାୟକ ଘୋଷଣା କରାଯାଇଛି। ତେବେ ସେ ଏହି ସିରିଜ୍‌ ଖେଳିବା ତାଙ୍କ ଫିଟ୍‌ନେସ୍ ଉପରେ ନିର୍ଭର କରେ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି। 

Advertisment

ଯଶପ୍ରୀତ ବୁମ୍ରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍‌ରେ ନିଆଯାଇନାହିଁ। ହାର୍ଦ୍ଦିକ ପାଣ୍ଡ୍ୟା ୧୦ ଓଭର ବୋଲିଂ କରିବାକୁ କ୍ଲିୟରାନ୍ସ ପାଇନଥିବା ବେଳେ ଆଗକୁ ଟିଟ୍ୱେଣ୍ଟି ବିଶ୍ୱକପ୍‌ ଥିବାରୁ ତାଙ୍କୁ ଓ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି। ତେବେ ମହମ୍ମଦ ସିରାଜ ଫେରିଛନ୍ତି। କିନ୍ତୁ ମହମ୍ମଦ ଶାମି ପୁଣି ନିରାଶ ହୋଇଛନ୍ତି। ଘୋଷଣା କରାଯାଇଥିବା ୧୫ ଜଣିଆ ଟିମ୍‌ରେ ଋତୁରାଜ ଗାଏକ୍ୱାଡ୍‌ ସ୍ଥାନ ପାଇ ନାହାନ୍ତି। ଯଶସ୍ୱୀ ଜୈସୱାଲଙ୍କୁ ଚୟନକର୍ତ୍ତାମାନେ ଟିମ୍‌ରେ ରଖିଛନ୍ତି।

ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବା ସର୍ଫରାଜ ଖାନ, ଦେବଦତ୍ତ ପଡିକ୍କଲ, ଧ୍ରୁବ ଜୁରେଲ, ସଞ୍ଜୁ ସ୍ୟାମସନ ଓ ଅକ୍ଷର ପଟେଲ ଟିମ୍‌ରେ ସ୍ଥାନ ପାଇ ନାହାନ୍ତି। ଅନ୍ୟପକ୍ଷରେ ନୀତୀଶ କୁମାର ରେଡ୍ଡୀ ଟିମ୍‌ରେ ସ୍ଥାନ ପାଇଛନ୍ତି। ଋଷଭ ପନ୍ତଙ୍କୁ ଚୟନକର୍ତ୍ତା ବାଦ୍ ଦେଇପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହୋଇଥିବା ବେଳେ ସେ ଟିମ୍‌ରେ ସ୍ଥାନ ପାଇଛନ୍ତି। 

Advertisment

୧୫ ଜଣିଆ ଟିମ୍‌ରେ ଶୁବମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ (ୱିକେଟ୍ କିପର), ଶ୍ରେୟସ ଆୟର, ୱାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କୃଷ୍ଣ, କୁଲଦୀପ ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ନୀତୀଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂହ ଓ ଯଶସ୍ୱୀ ଜୈସୱାଲ ଅଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଏହି ଦିନିକିଆ ସିରିଜ୍‌ ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଗୁଜରାଟର ବଡୋଦରାରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୧୪ ତାରିଖରେ ରାଜକୋଟରେ ଖେଳାଯିବ। ସେହିପରି ତୃତୀୟ ମ୍ୟାଚ୍ ଜାନୁଆରୀ ୧୮ ତାରିଖରେ ଇନ୍ଦୋରରେ ଖେଳାଯିବ।   

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe