Advertisment

ଟିମ୍ ଇଣ୍ଡିଆର ଫାଇଟ୍ ବ୍ୟାକ୍, ବିନା ୱିକେଟରେ ଲିଡ୍ ୨୦୦ ପାର୍

ଦ୍ଵିତୀୟ ପାଳି ବ୍ୟାଟିଂ ଆରମ୍ଭ କରି କମାଲ କଲେ ଭାରତୀୟ ଓପନର। ଦ୍ଵିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୧୮ ରନ୍ ଆଗୁଆ‍।

author-image
Debadatta Aryashrestha
ଅଦ୍ୟତନ ହୋଇଛି
KL Rahul and Jaiswal

KL Rahul and Jaiswal

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଜାରି ରହିଛି ରୋମାଞ୍ଚ। ପ୍ରଥମ ପାଳିରେ ଉଭୟ ଅଷ୍ଟ୍ରେଲୀୟ ଓ ଭାରତୀୟ ବ୍ୟାଟର ପିଚରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ହେଲେ ଆଜି ଦ୍ଵିତୀୟ ପାଳି ବ୍ୟାଟିଂ ଆରମ୍ଭ କରି ଭାରତର ଦୁଇ ଓପନର କେ.ଏଲ୍ ରାହୁଲ ଓ ଜସଶ୍ଵୀ ଜୈସୱାଲ କମାଲ କରିଛନ୍ତି। ଦ୍ୱତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ କୌଣସି ୱିକେଟ୍ ନହରାଇ ୧୭୨ ରନ ହାସଲ କରିଛି। ଏହା ସହିତ କଙ୍ଗାରୁ ଦଳଠାରୁ ୨୧୮ ରନ୍ ଲିଡ୍ ନେଇଛି ବୁମ୍ରା ବାହିନୀ।

Advertisment

ବହୁ ପ୍ରତିକ୍ଷୀତ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଦିନ ଖେଳ ଭାରତୀୟ ଦର୍ଶକଙ୍କୁ ଆରମ୍ଭରୁ ନିରାଶ କରିଥିଲା। ଓପନର ଜୈସୱାଲ ଓ ପାଡିକ୍କଲ୍ ଖାତା ଖୋଲିବାକୁ ସକ୍ଷମ ହୋଇନଥିବାବେଳେ କୋହଲି କେବଳ ୫ ରନ କରି ଆଉଟ୍ ହୋଇଥିଲେ। କେ.ଏଲ୍ ରାହୁଲ(୨୬), ଋଷଭ ପନ୍ତ(୩୭) ଓ ନୀତୀଶ ରେଡ୍ଡୀ(୪୧)ଙ୍କ ସହିତ ଅନ୍ୟ ଛୋଟମୋଟ ଭାଗିଦାରୀ ବଳରେ ଭାରତ କେବଳ ୧୫୦ ରନ୍ କରି ସମସ୍ତ ୱିକେଟ ହରାଇଥିଲା। ହେଲେ ଏହାପରେ ଭାରତୀୟ ବୋଲର ମଧ୍ୟ କମାଲ କରିଥିଲେ। ଭାରତ ପାଇଁ କାମଚଳା ଅଧିନାୟକ ବୁମ୍ରା ସର୍ବାଧିକ ୪ ୱିକେଟ ନେଇ କଙ୍ଗାରୁ ଦଳକୁ ବିପର୍ଯ୍ୟୟକୁ ଠେଲି ଦେଇଥିଲେ। ବୁମ୍ରାଙ୍କୁ ଅନ୍ୟ ସାଥି ବୋଲରମାନେ ମଧ୍ୟ ଭରପୁର ସାଥ ଦେଇଥିଲେ। ସିରାଜ ୨ଟି ଓ ରାଣା ଗୋଟିଏ ସଫଳତା ହାସଲ କରିଥିଲେ। ଏହା ସହିତ ପ୍ରଥମ ଦିନ ଅଷ୍ଟ୍ରେଲିଆ ୬୭ ରନ୍ ପାଇଁ ୭ ୱିକେଟ ହରାଇଥିଲା।

Advertisment

ଆଜି ଦ୍ଵିତୀୟ ଦିନ ଖେଳ ଆରମ୍ଭରୁ ବି ଭାରତୀୟ ବୋଲର ନିଜର ଦବଦବା ଜାରି ରଖିଥିଲେ। ରାଣା ୨ଟି ଓ ବୁମ୍ରା ଅବଶିଷ୍ଟ ଗୋଟିଏ ୱିକେଟ ଖସାଇ ଅଷ୍ଟ୍ରେଲିଆର ପାଳି ଶେଷ କରିଥିଲେ। ଏହି ପାଳିରେ ଅଷ୍ଟ୍ରେଲିଆ ସମୁଦାୟ ୧୦୪ ରନରେ ହିଁ ଅଲ୍ ଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ଅଧିନାୟକ ବୁମ୍ରା ସର୍ବାଧିକ ୫ଟି ୱିକେଟ ହାସଲ କରିଥିବାବେଳେ ଭାରତ ପାଇଁ ପ୍ରଥମ ଟେଷ୍ଟ ଖେଳୁଥିବା ହର୍ଷିତ ରାଣା ତିନୋଟି ଓ ମହମ୍ମଦ ସିରାଜ ଦୁଇଟି ୱିକେଟ ହାସଲ କରିଥିଲେ।

ଏହାପରେ ଭାରତ ୪୬ ରନ୍ ଆଗରେ ରହି ଦ୍ଵିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଥିଲା। ଓପନର କେ.ଏଲ୍ ରାହୁଲ ଓ ଜୈସ୍ଵାଲ ବେଶ ଆକ୍ରାମକ ଅନ୍ଦାଜରେ ଖେଳ ଆରମ୍ଭ କରିଥିଲେ। ପ୍ରଥମ ପାଳିରେ ବୋଲରଙ୍କୁ ସୁହାଇଲା ଭଳି ଲାଗୁଥିବା କ୍ରିଜରେ ଉଭୟ ଭାରତୀୟ ବ୍ୟାଟର ବେଶ୍ ବୁଝିଶୁଝି ବ୍ୟାଟିଂ କରିଥିଲେ। ତେବେ ଦ୍ଵିତୀୟ ଦିନ ଖେଳ ଶେଷ ସୁଦ୍ଧା ଜୈସ୍ଵାଲ ୯୦ ଓ ରାହୁଲ ୬୨ ରନ୍ କରି କ୍ରିଜରେ ମହଜୁଦ ଅଛନ୍ତି। ଭାରତ ଦ୍ଵତୀୟ ପାଳିରେ ୧୭୨ ରନ ହାସଲ କରି ମ୍ୟାଚରେ ଘରୋଇ ଦଳଠାରୁ ୨୧୮ ରନ ଆଗୁଆ ରହିଛି।

India Vs Australia KL Rahul Border-Gavaskar Trophy Yashasvi Jaiswal Perth Test