Advertisment

ହାଇବ୍ରିଡ୍ ମଡେଲରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫି! ରିପୋର୍ଟକୁ ପିସିବିର ଖଣ୍ଡନ

ସୁରକ୍ଷା ସମ୍ବନ୍ଧୀୟ କାରଣ ଦର୍ଶାଇ ବିସିସିଆଇ ପାକିସ୍ତାନ ଗସ୍ତ ନକରିବା ପାଇଁ ନିଷ୍ପତ୍ତି ନେଇଥିବା ରିପୋର୍ଟ ପ୍ରକାଶ ପାଇଛି। ସେପଟେ ହାଇବ୍ରିଡ୍ ମଡେଲରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ରିପୋର୍ଟକୁ ଖଣ୍ଡନ କରିଛି ପିସିବି।

author-image
Debadatta Aryashrestha
ଅଦ୍ୟତନ ହୋଇଛି
India vs Pakistan (File Photo)

India vs Pakistan (File Photo)

ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ଆସିଛି ଏକ ବଡ଼ ଖବର। ରିପୋର୍ଟ ଅନୁଯାୟୀ ଭାରତୀୟ ଦଳ ଏହି ହାଇ-ପ୍ରୋଫାଇଲ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପାକିସ୍ତାନ ଯିବ ନାହିଁ। ସୁରକ୍ଷା ସମ୍ବନ୍ଧୀୟ କାରଣ ଦର୍ଶାଇ ବିସିସିଆଇ ପାକିସ୍ତାନ ଗସ୍ତ ନକରିବା ପାଇଁ ନିଷ୍ପତ୍ତି ନେଇଛି। ଟିମ୍ ଇଣ୍ଡିଆ ଦୁବାଇ କିମ୍ବା ଶାରଜାହରେ ଏହାର ସମସ୍ତ ମ୍ୟାଚ୍ ଖେଳିପାରେ। ତେବେ ଏନେଇ କୌଣସି ଆଧିକାରୀକ ଘୋଷଣା ଏବେ ପର୍ଯ୍ୟନ୍ତ ହୋଇନାହିଁ। ଅନ୍ୟପଟେ ପାକିସ୍ତାନ କିନ୍ତୁ ଏହି ରିପୋର୍ଟକୁ ଖଣ୍ଡନ କରିଛି।

Advertisment

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଆସନ୍ତା ବର୍ଷ ପାକିସ୍ତାନରେ ଖେଳାଯିବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ ନକରିବାକୁ ନିଷ୍ପତ୍ତି ନେଇଛି। ଏନେଇ ବିସିସିଆଇ ମଧ୍ୟ ପାକିସ୍ତାନ କ୍ରିକେଟ ବୋର୍ଡ ସହ କଥା ହୋଇଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଏହା ମଧ୍ୟ କୁହାଯାଇଛି ଯେ, ଯଦି ଭାରତ ସରକାର ଟିମ୍ ଇଣ୍ଡିଆର ପାକିସ୍ତାନ ଗସ୍ତ ପାଇଁ ଅନୁମତି ନଦିଅନ୍ତି, ତେବେ ଚାମ୍ପିୟନ୍ସ ଟ୍ରଫି କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇପାରିବ। ଭାରତର ମ୍ୟାଚ୍ ଗୁଡ଼ିକ ଶାରଜାହ କିମ୍ବା ଦୁବାଇରେ ଆୟୋଜନ କରିବା ପାଇଁ ପାକିସ୍ତାନ ରାଜି ହୋଇଥିବା ରିପୋର୍ଟରେ କୁହାଯାଇଛି। 

ଅନ୍ୟପଟେ ପାକିସ୍ତାନ କ୍ରିକେଟ୍ ବୋର୍ଡ କିନ୍ତୁ ହାଇବ୍ରିଡ୍ ମଡେଲରେ ରାଜି ହୋଇଥିବା ନେଇ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କରିଛି। ପିସିବି ସ୍ପଷ୍ଟ କରିଛି ଯେ ହାଇବ୍ରିଡ୍ ମଡେଲ ବିଷୟରେ ଆଲୋଚନା ହୋଇନାହିଁ। ପ୍ରକାଶ ଯୋଗ୍ୟ, ଏହା ପୂର୍ବରୁ ୨୦୨୩ ଏସିଆ କପ୍ ମଧ୍ୟ ପାକିସ୍ତାନ ଆୟୋଜନ କରିଥିଲା। ହେଲେ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବାକୁ ଅମଙ୍ଗ ହେବାରୁ ପାକିସ୍ତାନ ବାଧ୍ୟ ହୋଇ ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମଡେଲରେ ଆୟୋଜନ କରିଥିଲା ପଡ଼ୋଶୀ ଦେଶ। ଟୁର୍ଣ୍ଣାମେଣ୍ଟରେ ଭାରତ ଏହାର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା।

Advertisment
Bcci Team India Champions Trophy Pakistan Cricket Board