Advertisment

ଭାରତର ସ୍ୱପ୍ନ ଧୂଳିସାତ୍, WTC ଫାଇନାଲ୍ ଖେଳିବେ ଅଷ୍ଟ୍ରେଲିଆ- ଦକ୍ଷିଣ ଆଫ୍ରିକା

୧୦ ବର୍ଷ ପରେ ବର୍ଡର ଗାଭାସ୍କର ଟ୍ରଫି ଜିତିବା ସହ ଡବ୍ଲୁଟିସି ୨୦୨୫ ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ କଙ୍ଗାରୁ ଦଳ।

author-image
Debadatta Aryashrestha
India out of race to WTC Final

India out of race to WTC Final

ସିଡ୍‌ନିରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଏହି ପରାଜୟ ସହ ଟିମ୍ ଇଣ୍ଡିଆର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(WTC) ଫାଇନାଲରେ ପ୍ରବେଶ କରିବା ଆଶା ଧୂଳିସାତ ହୋଇଯାଇଛି। ୧୦ ବର୍ଷ ପରେ ବର୍ଡର ଗାଭାସ୍କର ଟ୍ରଫି ହାତେଇଥିବା ଅଷ୍ଟ୍ରେଲିଆ ଡବ୍ଲୁଟିସି ୨୦୨୫ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।

Advertisment

ଏମିତି ଥିଲା ପଞ୍ଚମ ଟେଷ୍ଟ
ଏହି ଟେଷ୍ଟରେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିଲା। ଫଳରେ ଜସପ୍ରୀତ ବୁମ୍ରା ଦଳର ନେତୃତ୍ୱ ନେଇଥିଲେ। ସେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଭାରତୀୟ ବ୍ୟାଟରଙ୍କ ଖରାପ ଫର୍ମ ବଜାୟ ରହିଥିବାରୁ ଦଳ ପ୍ରଥମ ପାଳିରେ କେବଳ ୧୮୫ ରନ୍ କରିଥିଲା। ଏହି ପାଳିରେ ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୪୦ ରନର ପାଳି ଖେଳିଥିଲେ। ଅନ୍ୟ କୌଣସି ବ୍ୟାଟର ୩୦ ରନ କରିବାକୁ ମଧ୍ୟ ସକ୍ଷମ ହୋଇନଥିଲେ। କିନ୍ତୁ ବୁମ୍ରାଙ୍କ ନେତୃତ୍ୱରେ ଭାରତୀୟ ବୋଲିଂ ବାହିନୀ ଅଷ୍ଟ୍ରେଲିଆକୁ ତା’ର ପ୍ରଥମ ଇନିଂସରେ ୧୮୧ ରନ୍‌ରେ ରୋକିଥିଲା।

ହେଲେ ଗତକାଲି ଦ୍ୱିତୀୟ ଦିନର ଖେଳ ଶେଷ ବେଳକୁ ମ୍ୟାଚ୍ ଏକ ରୋମାଞ୍ଚକର ସ୍ଥିତିକୁ ଚାଲିଯାଇଥିଲା। କାରଣ ଭାରତ ତା’ର ଦ୍ୱିତୀୟ ଇନିଂସରେ ମାତ୍ର ୧୪୧ ରନ୍ କରି ୬ଟି ୱିକେଟ୍ ହରାଇ ଦେଇଥିଲା। ଦଳର ସମସ୍ତ ପ୍ରମୁଖ ବ୍ୟାଟର ଆଉଟ୍ ହୋଇଯାଇଥିଲେ। ୧୪୧/୬ରୁ ଆଜି ଭାରତ ଖେଳ ଆରମ୍ଭ କରିଥିବା ବେଳେ ମାତ୍ର ୧୬ ରନ୍‌ରେ ବାକି ସମସ୍ତ ୱିକେଟ୍ ହରାଇଥିଲା। ଏହି ପାଳିରେ ମଧ୍ୟ ଋଷଭ ପନ୍ତ ଦଳ ପାଇଁ ସର୍ବାଧିକ ୬୧ ରନ ସଂଗ୍ରହ କରିଥିଲେ। ପୂରା ଟିମ୍ ୧୫୭ ରନ୍‌ରେ ପ୍ୟାଭିଲିୟନକୁ ଫେରି ଯାଇଥିଲା। ଫଳରେ ଅଷ୍ଟ୍ରେଲିଆ ଆଗରେ ମାତ୍ର ୧୬୨ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଯାହାକୁ କେବଳ ୪ ୱିକେଟଚ ହରାଇ ହାସଲ କରିନେଇଛି କଙ୍ଗାରୁ ଦଳ। ଅଷ୍ଟ୍ରେଲିଆ ପାଇଁ ଟ୍ରାଭିସ୍ ହେଡ୍ ୩୪ରେ ଅପରାଜତ ଥିବାବେ‌ଳେ ଏବଂ ବିୟୁ ୱେବଷ୍ଟର୍ ୩୯ରନ୍‌ରେ ଅପରାଜିତ ରହି ନିଜ ଦଳକୁ ମ୍ୟାଚ୍ ଜିତାଇଥିଲେ। ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୩-୧ରେ ଜିତିଛି।

Advertisment

WTC ଫାଇନାଲ୍ ଖେଳିବେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା

ବର୍ଡର ଗାଭାସ୍କର ଟ୍ରଫିରେ ପରାଜିତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଛି ଟିମ୍ ଇଣ୍ଡିଆ। ଦଳକୁ ଏହି ରେସରେ ରହିବା ପାଇଁ ସିଡନି ଟେଷ୍ଟ ଜିତିବାର ଆବଶ୍ୟକତା ଥିଲା। ହେଲେ ଭାରତ ତାହା କରିବାରେ ବିଫଳ ହୋଇଛି। ଟିମ୍ ଇଣ୍ଡିଆ ବାଦ୍ ପଡ଼ିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ୨୦୨୩-୨୫ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ ବୋଲି ସ୍ପଷ୍ଟ ହୋଇଯାଇଛି।

India Vs Australia World Test Championship Finale Border-Gavaskar Trophy IND Vs AUS Test