Advertisment

ସିଡନୀରେ ପହଞ୍ଚିଲା ବିରାଟ୍ ବାହିନୀ

ସିଡନୀ: ଅଷ୍ଟ୍ରେଲିଆରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ୨୦ ଘଣ୍ଟାର ଲମ୍ବା ଯାତ୍ରା ପରେ ଗୁରୁବାର ସିଡନୀରେ ପାଦ ଥାପିଛି ଭାରତୀୟ ଟିମ୍। ବୁଧବାର ସନ୍ଧ୍ୟାରେ ଭାରତୀୟ ଖେଳାଳିମାନେ ୟୁଏଇରୁ ସିଧାସଳଖ ସିଡନୀରେ ପହଞ୍ଚିଛି। ବିସିସିଆଇ ତା’ର ଅଫିସିଆଲ୍ ଟୁଇଟର୍ ହ୍ୟାଣ୍ଡଲରେ ଏହାର ସୂଚନା ଦେଇଛନ୍ତି। Dubai ✈️ Sydney Hello Australia! #TeamIndia is here! 💪 pic.twitter.com/Rfu0wZlXW0 — BCCI (@BCCI) November 12, 2020 ସିଡନୀରେ ପହଞ୍ଚିବା ପରେ ଖେଳାଳିମାନେ ଜୈବ ସୁରକ୍ଷା ବାତାବରଣରେ […]

author-image
Ranjit Kumar Jena
ସିଡନୀରେ ପହଞ୍ଚିଲା ବିରାଟ୍ ବାହିନୀ

bumrah

ସିଡନୀ: ଅଷ୍ଟ୍ରେଲିଆରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ୨୦ ଘଣ୍ଟାର ଲମ୍ବା ଯାତ୍ରା ପରେ ଗୁରୁବାର ସିଡନୀରେ ପାଦ ଥାପିଛି ଭାରତୀୟ ଟିମ୍। ବୁଧବାର ସନ୍ଧ୍ୟାରେ ଭାରତୀୟ ଖେଳାଳିମାନେ ୟୁଏଇରୁ ସିଧାସଳଖ ସିଡନୀରେ ପହଞ୍ଚିଛି। ବିସିସିଆଇ ତା'ର ଅଫିସିଆଲ୍ ଟୁଇଟର୍ ହ୍ୟାଣ୍ଡଲରେ ଏହାର ସୂଚନା ଦେଇଛନ୍ତି।

Advertisment

https://twitter.com/BCCI/status/1326854056837443585?s=20

ସିଡନୀରେ ପହଞ୍ଚିବା ପରେ ଖେଳାଳିମାନେ ଜୈବ ସୁରକ୍ଷା ବାତାବରଣରେ ରହିବେ। ଏହି ପ୍ରୋଟୋକଲ ଅନୁଯାୟୀ, ଖେଳାଳିମାନେ ବାହ୍ୟ ବାତାବରଣରୁ ଦୂରେଇ ରହିବେ। ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଭାରତୀୟ ଟିମ୍ ଅଗଷ୍ଟ ଶେଷ ସପ୍ତାହରେ ୟୁଏଇରେ ପହଞ୍ଚି କ୍ୱାରେଣ୍ଟାଇନ୍ ପିରିୟଡରେ ରହିଥିଲା। ଅଷ୍ଟ୍ରେଲିଆରେ ମଧ୍ୟ ଭାରତୀୟ ଟିମ୍ ସମାନ ଗାଇଡଲାଇନ୍ ପାଳନ କରିବ।

ସୂଚନାଯୋଗ୍ୟ, କୋଭିଡ୍ ମହାମାରୀ ଭିତରେ ଭାରତ ତା'ର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଅଷ୍ଟ୍ରେଲିଆରେ ଖେଳିବ। ଭାରତୀୟ ଟିମ୍ ନଭେମ୍ବର ୨୭ ତାରିଖରୁ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳି ଅଷ୍ଟ୍ରେଲିଆ ଟୁର୍ ଆରମ୍ଭ କରିବ। ଏହା ପରେ ଡିସେମ୍ବର ୪ ତାରିଖରୁ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଏବଂ ଡିସେମ୍ବର ୧୭ ତାରିଖରୁ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ପରେ କ୍ୟାପଟେନ୍ ବିରାଟ୍ କୋହଲି ସ୍ୱଦେଶ ଫେରିଆସିବେ।

Advertisment