Advertisment

ଆଉ ନାହାନ୍ତି ଟିମ୍‌ ଇଣ୍ଡିଆର ସୁପର୍‌ଫ୍ୟାନ୍‌ ଚାରୁଲତା ପଟେଲ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ସୁପର୍‌ଫ୍ୟାନ୍‌ ଚାରୁଲତା ପଟେଲ ଆଉ ନାହାନ୍ତି। ତାଙ୍କ ବିୟୋଗରେ ବିସିସିଆଇ ଶୋକ ପ୍ରକାଶ କରିଛି। ଟ୍ୱିଟ୍‌ କରି ବିସିସିଆଇ ପକ୍ଷରୁ କୁହାଯାଇଛି, “ଚାରୁଲତା ପଟେଲ ଜୀ ସବୁବେଳେ ଆମମାନଙ୍କ ହୃଦୟରେ ରହିବେ। ଖେଳ ପ୍ରତି ତାଙ୍କର ରୁଚି ସବୁବେଳେ ମନେ ରହିବ। ତାଙ୍କର ଆତ୍ମାକୁ ଶାନ୍ତି ମିଳୁ”। ୨୦୧୯, ଜୁଲାଇ ୨ରେ ବିଶ୍ୱକପ୍‌ର ଏକ ମ୍ୟାଚ୍ ବେଳେ ଚାରୁଲତାଙ୍କୁ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ଟି ଭାରତ ଓ ବାଂଲାଦେଶ ମଧ୍ୟରେ ହୋଇଥିଲା। ଯଦିଓ ମ୍ୟାଚ୍‌ […]

ଅଦ୍ୟତନ ହୋଇଛି
ଆଉ ନାହାନ୍ତି ଟିମ୍‌ ଇଣ୍ଡିଆର ସୁପର୍‌ଫ୍ୟାନ୍‌ ଚାରୁଲତା ପଟେଲ

cricket

Advertisment

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ସୁପର୍‌ଫ୍ୟାନ୍‌ ଚାରୁଲତା ପଟେଲ ଆଉ ନାହାନ୍ତି। ତାଙ୍କ ବିୟୋଗରେ ବିସିସିଆଇ ଶୋକ ପ୍ରକାଶ କରିଛି। ଟ୍ୱିଟ୍‌ କରି ବିସିସିଆଇ ପକ୍ଷରୁ କୁହାଯାଇଛି, “ଚାରୁଲତା ପଟେଲ ଜୀ ସବୁବେଳେ ଆମମାନଙ୍କ ହୃଦୟରେ ରହିବେ। ଖେଳ ପ୍ରତି ତାଙ୍କର ରୁଚି ସବୁବେଳେ ମନେ ରହିବ। ତାଙ୍କର ଆତ୍ମାକୁ ଶାନ୍ତି ମିଳୁ”।

Advertisment

୨୦୧୯, ଜୁଲାଇ ୨ରେ ବିଶ୍ୱକପ୍‌ର ଏକ ମ୍ୟାଚ୍ ବେଳେ ଚାରୁଲତାଙ୍କୁ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ଟି ଭାରତ ଓ ବାଂଲାଦେଶ ମଧ୍ୟରେ ହୋଇଥିଲା। ଯଦିଓ ମ୍ୟାଚ୍‌ ବେଳେ ପଡ଼ିଆରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ରୋହିତ ଶର୍ମା ସାଜିଥିଲେ, କିନ୍ତୁ ପଡ଼ିଆ ବାହାରେ ଆଉ ଜଣଙ୍କ ଉପରେ ଥିଲା ସମସ୍ତଙ୍କ ନଜର। ସେ ଥିଲେ, ଚାରୁଲତା। ଯିଏକି ହ୍ୱିଲ୍ ଚେୟାରରେ ବସି ଟିମ୍‌ ଇଣ୍ଡିଆକୁ ସମର୍ଥନ କରୁଥିଲେ। ସେତେବେଳେ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା।

https://twitter.com/BCCI/status/1217685375872684032

ଷ୍ଟାଡିୟମ୍‌ରେ ବସି ଖେଳ ଦେଖୁଥିବା ଲୋକେ ଅନେକ ସମୟରେ ତାଙ୍କୁ ଦେଖି ବେଶ୍ ଉତ୍ସାହିତ ହୋଇପଡୁଥିବା ଦେଖିବାକୁ ମିଳିଥିଲା। କାରଣ ଏ ବୟସରେ ବି ଚାରୁଲତା ଚୁପ୍‌ଚାପ ଖେଳ ଦେଖୁ ନ ଥିଲେ। ସେ ପୂରା ଜୋଶ୍‌ରେ ଖେଳ ଦେଖୁଥିଲେ। ଏପରିକି ସେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଛୋଟ ପିଲା ଓ ଯୁବକଯୁବତୀଙ୍କ ଭଳି ମଝିରେ ମଝିରେ ପେଁକାଳି ମଧ୍ୟ ବଜାଉଥିଲେ। ଏମିତିକି ଗୋଟିଏ ଦିନ ଭିତରେ ତାଙ୍କୁ ଏକ ନୂଆ ପରିଚୟ ବି ମିଳିଯାଇଥିଲା। ତାଙ୍କୁ ‘ଇଣ୍ଟରନେଟ୍ ଜେଜେମା’ ମଧ୍ୟ କୁହାଯାଉଥିଲା। ତାଙ୍କ ଫଟୋ ଓ ଭିଡିଓ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ଅନ୍ୟମାନଙ୍କ ଭଳି ସେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମନ ବି ଜିଣି ନେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe