Advertisment

ଏସିଆ କପ୍‌ରେ ଭାରତକୁ ସାମ୍ନା କରିବାକୁ ପଡ଼ିବ ବଡ଼ ଚ୍ୟାଲେଞ୍ଜ!

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର):ଆସନ୍ତା ୧୫ ତାରିଖରୁ ୟୁଏଇରେ ଏସିଆ କପ୍‌ ଆରମ୍ଭ ହେବାକୁ ଯାଉଛି। ଗତ ସଂସ୍କରଣର ବିଜେତା ଟିମ୍‌ ଇଣ୍ଡିଆ କିନ୍ତୁ ଏଥର ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ବିଶେଷ କରି ପଡ଼ୋଶୀ ପାକିସ୍ତାନ ଟିମ୍‌ ଇଣ୍ଡିଆକୁ ଚକମା ଦେବାକୁ ପୂରା ରଣନୀତି ପ୍ରସ୍ତୁତ କରିଛି। ପୂର୍ବରୁ ଚାମ୍ପିୟନସ୍ ଟ୍ରଫି ଫାଇନାଲ୍‌ରେ ଟିମ୍‌ ଇଣ୍ଡିଆକୁ ପାକିସ୍ତାନ ହିଁ ମାତ୍‌ ଦେଇ ବିଜେତା ହୋଇଥିଲା। ତେଣୁ ଏଥର ଏସିଆ କପ୍‌ରେ ଭାରତ ଉପରେ ନିଶ୍ଚିତ ଚାପ ରହିବ। ସେହିପରି […]

ଏସିଆ କପ୍‌ରେ ଭାରତକୁ ସାମ୍ନା କରିବାକୁ ପଡ଼ିବ ବଡ଼ ଚ୍ୟାଲେଞ୍ଜ!

asia-cup

Advertisment
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର):ଆସନ୍ତା ୧୫ ତାରିଖରୁ ୟୁଏଇରେ ଏସିଆ କପ୍‌ ଆରମ୍ଭ ହେବାକୁ ଯାଉଛି। ଗତ ସଂସ୍କରଣର ବିଜେତା ଟିମ୍‌ ଇଣ୍ଡିଆ କିନ୍ତୁ ଏଥର ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ବିଶେଷ କରି ପଡ଼ୋଶୀ ପାକିସ୍ତାନ ଟିମ୍‌ ଇଣ୍ଡିଆକୁ ଚକମା ଦେବାକୁ ପୂରା ରଣନୀତି ପ୍ରସ୍ତୁତ କରିଛି।
Advertisment
ପୂର୍ବରୁ ଚାମ୍ପିୟନସ୍ ଟ୍ରଫି ଫାଇନାଲ୍‌ରେ ଟିମ୍‌ ଇଣ୍ଡିଆକୁ ପାକିସ୍ତାନ ହିଁ ମାତ୍‌ ଦେଇ ବିଜେତା ହୋଇଥିଲା। ତେଣୁ ଏଥର ଏସିଆ କପ୍‌ରେ ଭାରତ ଉପରେ ନିଶ୍ଚିତ ଚାପ ରହିବ। ସେହିପରି ଏସିଆ କପ୍‌ରେ ଟିମ୍‌ ଇଣ୍ଡିଆର ରନ୍‌ ମେସିନ୍‌ ତଥା ନିୟମିତ ଅଧିନାୟକ ବିରାଟ୍‌ କୋହଲି ଖେଳିବେ ନାହିଁ, ତେଣୁ ଦଳ ଉପରେ ଅତିରିକ୍ତ ଚାପ ନିଶ୍ଚିତ ରହିବ।
publive-image
ବିରାଟ୍‌ଙ୍କ ବଦଳରେ ଏସିଆ କପ୍‌ ପାଇଁ ରୋହିତ୍‌ ଶର୍ମାଙ୍କୁ ଅଧିନାୟକ କରାଯାଇଛି। ରୋହିତ ଶର୍ମା କେମିତି ଚାପକୁ ସମ୍ଭାଳୁଛନ୍ତି, ତାହା ମଧ୍ୟ ଦେଖିବାକୁ ମିଳିବ। ଭାରତ ଆସନ୍ତା ୧୮ ତାରିଖରେ ହଂକଂ ବିପକ୍ଷରୁ ତା’ର ଅଭିଯାନ ଆରମ୍ଭ କରିବ। ସେହିଭଳି ୧୯ ତାରିଖରେ ପ୍ରତିପକ୍ଷ ପାକିସ୍ତାନକୁ ଭେଟିବ।
୧୯୮୪ ମସିହାରେ ପ୍ରଥମଥର ପାଇଁ ୟୁଏଇର ସାରଜାରେ ଏସିଆ କପ୍‌ ଖେଳାଯାଇଥିଲା। ଏହି ସଂସ୍କରଣରେ ଭାରତ ତା’ର ଦବଦବା ଦେଖାଇ ଚାମ୍ପିୟନ ହୋଇଥିଲା। ସେବେଠାରୁ ଭାରତ ଓ ଶ୍ରୀଲଙ୍କା ହିଁ ଏସିଆ କପ୍‌ରେ ନିଜର ଯାଦୁ ଦେଖାଇଛନ୍ତି। ଟିମ୍‌ ଇଣ୍ଡିଆ ୬ଥର ଏସିଆ ଚାମ୍ପିୟନ୍‌(୫ଥର ଦିନିକିଆ ଓ ଗୋଟିଏ ଥର ଟି-୨୦) ହୋଇଥିବା ବେଳେ ଶ୍ରୀଲଙ୍କା ୫ଥର ବିଜେତା ହୋଇଛି। ପାକିସ୍ତାନ ୨ଥର ଏସିଆ କପ୍‌ ଜିତିଛି।
୨୦୧୫ରେ ଆଇସିସି ଅପ୍ରତ୍ୟାଶିତ ଭାବେ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ ୫୦ ଓଭର ଓ ୨୦ ଓଭର ବିଶିଷ୍ଟ ରୋଟେସନାଲ୍‌ ଭାବେ ଖେଳାଯିବ ବୋଲି ଘୋଷଣା କରିଥିଲା। ଏହି ଘୋଷଣା ପରେ ୨୦୧୬ରେ ପ୍ରଥମଥର ଟି-୨୦ ଫର୍ମାଟରେ ଏସିଆ କପ୍‌ ଖେଳା ଯାଇଥିଲା। ଟିମ୍‌ ଇଣ୍ଡିଆ ଆୟୋଜକ ବାଂଲାଦେଶକୁ ହରାଇ ଚାମ୍ପିୟନ ମଧ୍ୟ ହୋଇଥିଲା।
ଏଥର ମଧ୍ୟ ଭାରତ ଏସିଆ କପ୍‌ ଜିତିବ ବୋଲି ସମସ୍ତେ ଆଶା କରିଛନ୍ତି। କିନ୍ତୁ ପାକିସ୍ତାନ ଏବେ ଦମଦାର ପ୍ରଦର୍ଶନ କରିଚାଲିଛି। ସର୍ଫରାଜ ଅହମ୍ମଦଙ୍କ ପାକିସ୍ତାନ ଭାରତକୁ ୨୦୧୭ ଚାମ୍ପିୟନସ୍ ଟ୍ରଫିରେ ହରାଇ ଏହା ମଧ୍ୟ ପ୍ରମାଣିତ କରିସାରିଛି।
ଭାରତ ଅବଶ୍ୟ ୨୦୧୬ ଏସିଆ କପ୍‌ ଜିତିଛି। କିନ୍ତୁ ୨୦୧୦ ପରଠାରୁ ଏସିଆ କପ୍‌ରେ ଭାରତର ପ୍ରଦର୍ଶନ ସେତେଟା ଭଲ ନଥିଲା।
publive-image
୧୯୮୪ରେ ଭାରତ ଏସିଆ କପ୍‌ ଜିତିବା ପରେ ଏହାର ପରବର୍ତ୍ତୀ ସଂସ୍କରଣରେ ଭାଗ ନେଇ ନଥିଲା। ଫଳରେ ଆୟୋଜକ ଶ୍ରୀଲଙ୍କା ଚାମ୍ପିୟନ ହୋଇଥିଲା। ତେବେ ୧୯୮୮ ଏସିଆ କପ୍‌ରେ ଭାରତ ପ୍ରତ୍ୟାବର୍ତ୍ତନ କରିବା ସହ ଚାମ୍ପିୟନ ମଧ୍ୟ ହୋଇଥିଲା। ଏହାପରେ ଭାରତ ଲଗାତର ୧୯୯୦-୯୧ ଓ ୧୯୯୪-୯୫ରେ ଏସିଆ କପ୍‌ ଜିତିଥିଲା
ତେବେ ପରବର୍ତ୍ତୀ ୪ଟି ସଂସ୍କରଣରେ ଭାରତ ଖାଲି ହାତରେ ଫେରିଥିଲା। ଏହି ୪ଟି ସଂସ୍କରଣରୁ ଶ୍ରୀଲଙ୍କା ୩ଟିରେ ଓ ପାକିସ୍ତାନ ଗୋଟିଲ ସଂସ୍କରଣରେ ବିଜୟୀ ହୋଇଥିଲା। ତେବେ ୨୦୧୦ରେ ମହେନ୍ଦ୍ର ସିଂହ ଧୋନିଙ୍କ ଭାରତ ଆୟୋଜକ ଶ୍ରୀଲଙ୍କାକୁ ୮୧ ରନ୍‌ରେ ହରାଇ ପୁଣି ଏସିଆର ବିଜେତା ହୋଇଥିଲା।
publive-image
ପାକିସ୍ତାନ ୨୦୧୧-୨ରେ ଏସିଆ କପ୍‌ ଦଖଲ କରିଥିବା ବେଳେ ଶ୍ରୀଲଙ୍କା ୨୦୧୩-୧୪ ଟୁର୍ଣ୍ଣାମେଣ୍ଟ୍‌ରେ ଚାମ୍ପିୟନ ହୋଇଥିଲା। ଭାରତ ପୁଣି ୨୦୧୬ରେ ଏସିଆ କପ୍‌ ଦଖଲ କରିଥିଲା।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe