Advertisment

ଏସିଆ କପ୍‌: ମଙ୍ଗଳବାର ଟିମ୍‌ ଇଣ୍ଡିଆର ହଂକଂ ଚ୍ୟାଲେଞ୍ଜ

ଦୁବାଇ: ଆସନ୍ତାକାଲିଠାରୁ ଭାରତର ଏସିଆ କପ୍‌ ଅଭିଯାନ ଆରମ୍ଭ ହେଉଛି। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଅପେକ୍ଷାକୃତ ଦୁର୍ବଳ କୁହାଯାଉଥିବା ହଂକଂକୁ ଭେଟିବ। ତେବେ ବଡ଼ ମ୍ୟାଚ୍‌ ପୂର୍ବରୁ ହଂକଂ ପରୀକ୍ଷାରେ ଟିମ୍‌ ଇଣ୍ଡିଆ କେମିତି ପାସ୍‌ କରୁଛି, ତା’ ଉପରେ ସମସ୍ତଙ୍କ ନଜର ରହିବ। ୧୯ ତାରିଖରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଉଭୟ ଦେଶ ଶେଷଥର ପାଇଁ ୨୦୧୭ ଚାମ୍ପିୟନସ୍ ଟ୍ରଫି ଫାଇନାଲ୍‌ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ପାକିସ୍ତାନ ବାଜିମାତ୍‌ କରିଥିଲା। […]

ଏସିଆ କପ୍‌: ମଙ୍ଗଳବାର ଟିମ୍‌ ଇଣ୍ଡିଆର ହଂକଂ ଚ୍ୟାଲେଞ୍ଜ

hk

Advertisment

ଦୁବାଇ: ଆସନ୍ତାକାଲିଠାରୁ ଭାରତର ଏସିଆ କପ୍‌ ଅଭିଯାନ ଆରମ୍ଭ ହେଉଛି। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଅପେକ୍ଷାକୃତ ଦୁର୍ବଳ କୁହାଯାଉଥିବା ହଂକଂକୁ ଭେଟିବ। ତେବେ ବଡ଼ ମ୍ୟାଚ୍‌ ପୂର୍ବରୁ ହଂକଂ ପରୀକ୍ଷାରେ ଟିମ୍‌ ଇଣ୍ଡିଆ କେମିତି ପାସ୍‌ କରୁଛି, ତା’ ଉପରେ ସମସ୍ତଙ୍କ ନଜର ରହିବ।

Advertisment

୧୯ ତାରିଖରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଉଭୟ ଦେଶ ଶେଷଥର ପାଇଁ ୨୦୧୭ ଚାମ୍ପିୟନସ୍ ଟ୍ରଫି ଫାଇନାଲ୍‌ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ପାକିସ୍ତାନ ବାଜିମାତ୍‌ କରିଥିଲା। ତେଣୁ ପାକିସ୍ତାନ ଚ୍ୟାଲେଞ୍ଜ ପୂର୍ବରୁ ହଂକଂ ମ୍ୟାଚ୍‌ଟି ଟିମ୍‌ ଇଣ୍ଡିଆ ପାଇଁ ରିର୍ହସଲ୍‌ ସଦୃଶ ହେବ। ଆସନ୍ତାକାଲି ଅପରାହ୍ମ ୫ଟାରେ ଦୁବାଇ ଇଣ୍ଟରନ୍ୟାଶନାଲ ଗ୍ରାଉଣ୍ଡରେ ଭାରତ ଓ ହଂକଂ ମଧ୍ୟରେ ମୁକାବିଲା ହେବ। ଭାରତୀୟ ଦର୍ଶକ ଏହି ମ୍ୟାଚ୍‌ଟିର ସିଧାପ୍ରସାରଣ ଷ୍ଟାରସ୍ପୋର୍ଟସ୍‌ ନେଟୱର୍କରେ ଦେଖିପାରିବେ।

publive-image

ଚଳିତ ଏସିଆ କପ୍‌ରେ ଡିଫେଣ୍ଡିଂ ଚାମ୍ପିୟନ୍‌ ଭାରତ ତା’ର ନିୟମିତ ଅଧିନାୟକ ବିରାଟ୍‌ କୋହଲିଙ୍କ ବିନା ପଡ଼ିଆକୁ ଓହ୍ଲାଇବ। ବିରାଟ୍‌ଙ୍କ ଅନୁପସ୍ଥିତିରେ ଟିମ୍‌ ଇଣ୍ଡିଆର ମଙ୍ଗ ରୋହିତ ଶର୍ମା ସମ୍ଭାଳିବେ। ହଂକଂ ଦଳର ଅଧିନାୟକ ଓଡ଼ିଆ ପୁଅ ଅଂଶୁମାନ ରଥ ହୋଇଥିବାରୁ, ଏହା ଉପରେ ଓଡ଼ିଶାବାସୀଙ୍କ ନଜର ରହିବ।

Advertisment

ତେବେ ରୋହିତଙ୍କ ଟିମ୍‌ ଇଣ୍ଡିଆ ହଂକଂକୁ ହାଲୁକା ଭାବେ ନେବନାହିଁ। କାରଣ ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଦଳ କେଉଁଭଳି ଖେଳୁଛି, ତା’ର ଅସଲ ଛବି ଆସନ୍ତାକାଲି ସାମ୍ନାକୁ ଆସିବ। ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଟିମ୍‌ କମ୍ବିନେସନ୍‌ ଉପରେ ଟିମ୍‌ ଇଣ୍ଡିଆ ଅଧିକ ଗୁରୁତ୍ୱ ଦେବ।

publive-image

ହଂକଂ ତା’ର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଖେଳିଥିବା ବେଳେ ଦଳ ଅତ୍ୟନ୍ତ ଶୋଚନୀୟ ଭାବେ ୮ ୱିକେଟ୍‌ରେ ପରାସ୍ତ ହୋଇଛି। ତେଣୁ ଆସନ୍ତାକାଲି ଯଦି କୌଣସି ମିରାକିଲ୍‌ ନ ଘଟେ, ତା’ହେଲେ ଭାରତ ବିପକ୍ଷରେ ମଧ୍ୟ ହଂକଂର ପ୍ରଦର୍ଶନ ପ୍ରାୟତଃ ସମାନ ରହିବ।

ଭାରତର ବ୍ୟାଟିଂ ଲାଇନ୍‌ଅପ୍‌ରେ ରୋହିତ ଶର୍ମା, ଶିଖର ଧୱନ, କେଏଲ୍‌ ରାହୁଲ, ମହେନ୍ଦ୍ର ସିଂହ ଧୋନି ଓ ହାର୍ଦ୍ଦିକ ପାଣ୍ଡ୍ୟା ରହିଥିବା ବେଳେ ବୋଲିଂ ବାହିନୀର ଦାୟିତ୍ୱ ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍‌ରା ଓ ଦୁଇ ସ୍ପିନର କୁଲଦୀପ ଯାଦବ ଏବଂ ୟଜୁବେନ୍ଦ୍ର ଚହଲଙ୍କ ଉପରେ ନ୍ୟସ୍ତ ରହିବ।

ଅନ୍ୟପକ୍ଷରେ ଗଲା କିଛି ବର୍ଷ ହେଲାଣି ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂ ସ୍କିଲ୍‌ ସ୍କାନରରେ ରହିଛି। ସେ କେଉଁ ଡାଉନ୍‌ରେ ବ୍ୟାଟିଂ କରିବାକୁ ଆସିବେ, ତା’ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଧୋନି ୫,୬ କିମ୍ବା ୭ ନମ୍ବରରେ ବ୍ୟାଟିଂ କଲେ ଏହା ଟିମ୍‌କୁ କେତେଦୂର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସହାୟକ ହେବ, ତାହା ମଧ୍ୟ ଆସନ୍ତାକାଲି ମ୍ୟାଚ୍‌ ପରେ ଜଣାପଡ଼ିବ।

publive-image

ଯଦି ଧୋନି ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସୁଛନ୍ତି, ତା’ହେଲେ ତାଙ୍କୁ ପାକିସ୍ତାନ ସ୍ପିଡ୍‌ଷ୍ଟର ମହମ୍ମଦ ଆମୀର୍‌ ଓ ସୁଇଂ ମାଷ୍ଟର୍‌ ଉସମାନ ଖାନ ଓ ହାସନ ଅଲ୍ଲୀଙ୍କୁ ଡେଥ୍‌ ଓଭର୍‌ରେ ମୁକାବିଲା କରିବାକୁ ପଡ଼ିବ। ତେବେ ବିଶେଷଜ୍ଞଙ୍କ ମତରେ କେଦାର ଯାଦବ ଓ ମନୀଷ ପାଣ୍ଡେଙ୍କ ମଧ୍ୟରୁ ଯିଏ ବି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ, ସେ ୫ ନମ୍ବର, ଧୋନି ୬ ନମ୍ବର ଓ ପାଣ୍ଡ୍ୟା ୭ ନଂରେ ବ୍ୟାଟିଂ କରିବା ଉଚିତ୍‌ ହେବ।

ଟିମ୍‌ ଇଣ୍ଡିଆ ସର୍ବଦା ମିଡିଲ୍‌ ଅର୍ଡରକୁ ନେଇ ଦ୍ୱନ୍ଦ୍ୱରେ ରହିଆସିଛି। ବିଶ୍ୱକପ୍‌ ପୂର୍ବରୁ ଏହାକୁ ସମାଧାନ କରିବା ପାଇଁ ଏସିଆ କପ୍‌ ଏକ ଭଲ ଟୁର୍ଣ୍ଣାମେଣ୍ଟ ହେବ। ଯଦି କେଏଲ୍‌ ରାହୁଲ ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସନ୍ତି, ତା’ହେଲେ ଇନ୍‌କମିଂ ବଲ୍‌ଗୁଡ଼ିକ ତାଙ୍କୁ ସମସ୍ୟାରେ ପକାଇବ। ବିଶେଷ କରି ଆମୀର ଓ ହାସନଙ୍କ ବଲକୁ ସେ ସତର୍କତାର ସହ ଖେଳିବାକୁ ପଡ଼ିବ। ନହେଲେ ଇଂଲଣ୍ଡ ଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ।

publive-image

ପାକିସ୍ତାନ ଲାଇନ୍‌ଅପ୍‌ରେ ୩ ଜଣ ବାମହାତୀ ଫାଷ୍ଟ ବୋଲର୍‌ ଥିବାରୁ, ଏହା ଟିମ୍‌ ଇଣ୍ଡିଆକୁ ଅଡ଼ୁଆରେ ପକାଇପାରେ।

ମଙ୍ଗଳବାର ପାଇଁ ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶିଖର ଧୱନ୍‌(ଉପ ଅଧିନାୟକ), କେଏଲ୍ ରାହୁଲ୍‌, ଅମ୍ବାତି ରାୟିଡ଼ୁ, ମନୀଷ ପାଣ୍ଡେ/କେଦାର୍ ଯାଦବ,ମହେନ୍ଦ୍ର ସିଂହ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର୍‌, କୁଲଦୀପ ଯାଦବ, ୟଜୁବେନ୍ଦ୍ର ଚହଲ୍‌ ଓ ଯଶପ୍ରୀତ୍‌ ବୁମ୍ରା।

ଅତିରିକ୍ତ: ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ୍‌, ଶାର୍ଦୁଲ ଠାକୁର୍‌ ଏବଂ ଖଲିଲ୍‌ ଅହମ୍ମଦ

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe