Advertisment

ଟିମ୍‌ ଇଣ୍ଡିଆ ବି କହିଲା ‘ହାଓ ଇଜ ଦ ଜୋଶ?’, ଦେଖନ୍ତୁ ଭିଡିଓ

ହ୍ୟାମିଲଟନ୍‌: ବଲିଉଡ୍‌ର ସୁପରହିଟ୍‌ ଫିଲ୍ମ୍‌ ଉରି ଦ ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରସିଦ୍ଧ ସଂଳାପ ‘ହାଓ ଇଜ୍‌ ଦ ଜୋଶ?’ ଏବେ ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ମୁହଁରୁ ଶୁଣିବାକୁ ମିଳିଛି। ଗତକାଲି ଭାରତ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ୫ ଟିକିଆ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ରେ ପରାସ୍ତ କରି ୪-୧ରେ ସିରିଜ୍‌ କବଜା କରିଛି। ଏହି ମ୍ୟାଚ୍‌ର ଶେଷରେ ପୁରସ୍କାର ବିତରଣ ଉତ୍ସବ ହୋଇଥିଲା। ଟିମ୍‌ ଇଣ୍ଡିଆର ସଦସ୍ୟମାନେ ବିଜୟର ଟ୍ରଫି ଧରିବା ପରେ ଫଟୋ ପାଇଁ ପୋଜ ଦେଇଥିଲେ। […]

ଅଦ୍ୟତନ ହୋଇଛି
ଟିମ୍‌ ଇଣ୍ଡିଆ ବି କହିଲା ‘ହାଓ ଇଜ ଦ ଜୋଶ?’, ଦେଖନ୍ତୁ ଭିଡିଓ

sa

Advertisment

ହ୍ୟାମିଲଟନ୍‌: ବଲିଉଡ୍‌ର ସୁପରହିଟ୍‌ ଫିଲ୍ମ୍‌ ଉରି ଦ ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରସିଦ୍ଧ ସଂଳାପ ‘ହାଓ ଇଜ୍‌ ଦ ଜୋଶ?’ ଏବେ ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ମୁହଁରୁ ଶୁଣିବାକୁ ମିଳିଛି। ଗତକାଲି ଭାରତ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ୫ ଟିକିଆ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ରେ ପରାସ୍ତ କରି ୪-୧ରେ ସିରିଜ୍‌ କବଜା କରିଛି। ଏହି ମ୍ୟାଚ୍‌ର ଶେଷରେ ପୁରସ୍କାର ବିତରଣ ଉତ୍ସବ ହୋଇଥିଲା।

Advertisment

ଟିମ୍‌ ଇଣ୍ଡିଆର ସଦସ୍ୟମାନେ ବିଜୟର ଟ୍ରଫି ଧରିବା ପରେ ଫଟୋ ପାଇଁ ପୋଜ ଦେଇଥିଲେ।
ଏହି ସମୟରେ କେଦାର ଯାଦବ ଉରି ଫିଲ୍ମର ‘ହାଓ ଇଜ ଦ ଜୋଶ’ ସଂଳାପକୁ ପ୍ରଶ୍ନ ଆକାରରେ ପଚାରିଥିଲେ। ଏହି ସମୟରେ ଟିମ୍‌ର ସଦସ୍ୟମାନେ 'ହାଇ ସାର୍‌' ବୋଲି ଜବାବ ଦେଇଥିଲେ।

ବିସିସିଆଇ ଏହି ଘଟଣାର ଭିଡିଓକୁ ନିଜର ଅଫିସିଆଲ୍‌ ଟ୍ୱିଟର ପେଜ୍‌ରେ ପୋଷ୍ଟ କରିଛି। ଏହା ଏବେ ଭାଇରାଲ ହେବା ସହ ସମସ୍ତେ ଟିମ୍‌ ଇଣ୍ଡିଆର 'ଜୋଶ୍ ହାଇ' ବୋଲି କହୁଛନ୍ତି।

Advertisment

ପୂର୍ବରୁ ଉରି ଫିଲ୍ମର ଏହି ସଂଳାପଟି ବଜେଟ୍‌ ଭାଷଣରେ ପୀୟୂଷ ଗୋୟଲ ବ୍ୟବହାର କରିଥିଲେ। ତା’ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏକ ସଭାରେ 'ହାଓ ଇଜ ଦ ଜୋଶ' ବୋଲି କହିଥିବା ଶୁଣିବାକୁ ମିଳିଥିଲା।

https://twitter.com/i/status/1092024431717875712

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe