Advertisment

ଦେବାଶିଷ ମହାନ୍ତିଙ୍କୁ ଜୀବନ ବ୍ୟାପୀ ସାଧନ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ କ୍ରୀଡା ଦିବସ ଅବସରରେ ଆଜି ଲୋକ ସେବା ଭବନର କନଭେନସନ୍ ହଲରେ ୨୦୨୧ବର୍ଷ ପାଇଁ ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଉଛି। ଚଳିତ ବର୍ଷ ଓଡ଼ିଆ କିମ୍ବଦନ୍ତୀ କ୍ରିକେଟର ତଥା BCCI ଚୟନ କର୍ତ୍ତା ଦେବାଶିଷ ମହାନ୍ତିଙ୍କୁ ଜୀବନ ବ୍ୟାପୀ ସାଧନ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ଓ ସମ୍ମାନ ପ୍ରଦାନ କରିଥିଲେ। ସେହିପରି ଆନ୍ତର୍ଜାତିକ ସୁଟର […]

ଅଦ୍ୟତନ ହୋଇଛି
ଦେବାଶିଷ ମହାନ୍ତିଙ୍କୁ ଜୀବନ ବ୍ୟାପୀ ସାଧନ କ୍ରୀଡ଼ା ପୁରସ୍କାର

sports-

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ କ୍ରୀଡା ଦିବସ ଅବସରରେ ଆଜି ଲୋକ ସେବା ଭବନର କନଭେନସନ୍ ହଲରେ ୨୦୨୧ବର୍ଷ ପାଇଁ ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଉଛି। ଚଳିତ ବର୍ଷ ଓଡ଼ିଆ କିମ୍ବଦନ୍ତୀ କ୍ରିକେଟର ତଥା BCCI ଚୟନ କର୍ତ୍ତା ଦେବାଶିଷ ମହାନ୍ତିଙ୍କୁ ଜୀବନ ବ୍ୟାପୀ ସାଧନ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ଓ ସମ୍ମାନ ପ୍ରଦାନ କରିଥିଲେ।

Advertisment

ସେହିପରି ଆନ୍ତର୍ଜାତିକ ସୁଟର ଶ୍ରିୟଙ୍କା ଷଡଙ୍ଗୀ ଓ ଆନ୍ତର୍ଜାତିକ ୱେଟ ଲିଫ୍ଟର ଝିଲି ଦଳବେହେରାଙ୍କୁ ଚଳିତ ବର୍ଷ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପ୍ରଦାନ କରାଯାଇଛି। ଆନ୍ତର୍ଜାତିକ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କ କୋଚ୍ ବିଷ୍ଣୁ ମିଶ୍ର ପାଇଛନ୍ତି ଶ୍ରେଷ୍ଠ କୋଚ୍ ପୁରସ୍କାର। କ୍ରୀଡା ସାମ୍ୱାଦିକ ଭାବେ ବେଣୁଧର ଦାସଙ୍କୁ ସମ୍ମାନିତ କରାଯାଇଛି।

ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ଶ୍ରେଷ୍ଠ କ୍ରୀଡା ପ୍ରୋତ୍ସାହନ ଅନୁଷ୍ଠାନ ଭାବେ ସମ୍ମାନ ପ୍ରଦାନ କରାଯାଉଛି। ଏହା ସହିତ ରାଜ୍ୟ ସାହସିକତା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ପ୍ରତାପ ତରାଇ ଏବଂ ଶୁଭଶ୍ରୀ ରାଉତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଖେଳାଳିଙ୍କୁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯାଇଛି। ଏହି ଉତ୍ସବରେ  ଓଡିଶାର ବହୁ ଜଣାଶୁଣା କ୍ରୀଡାବିତ୍ ଉପସ୍ଥିତ ଥିଲେ।

Advertisment

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସଚିବ ପ୍ରଦୀପ କୁମାର ଜେନା, ୫ଟି ସଚିବ ବିକେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe