Advertisment

ନୂଆବର୍ଷରେ ହେବ ଅଲିମ୍ପିଆନଙ୍କ ଶେଷକୃତ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ହକି ଖେଳାଳି ତଥା ଅଲିମ୍ପିଆନ ମାଇକେଲ କିଣ୍ଡୋଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗତ ୪୪ ବର୍ଷ ଧରି ଓଡ଼ିଶାରେ ରହି ଆସୁଥିବା ଶ୍ରୀ କିଣ୍ଡୋ ଅର୍ଜୁନ ପୁରସ୍କାର ପାଇବା ସହିତ ଭାରତୀୟ ହକି ପାଇଁ ଅନେକ ଗୌରବ ଆଣିଥିଲେ। ବର୍ତ୍ତମାନର ଝାଡ଼ଖଣ୍ଡ ରାଜ୍ୟର ମୂଳବାସିନ୍ଦା ଶ୍ରୀ କିଣ୍ଡୋ ଆର୍‌ଏସ୍‌ପି ଚାକିରୀରୁ ଅବସରର୍ ନେବା ପରେ ରାଉରକେଲା ସହରର ସେକ୍ଟ-୬ରେ ନିଜ ପତ୍ନୀ ଓ ପୁଅଙ୍କ ସହିତ ରହିଆସୁଥିଲେ। ଗତ […]

ନୂଆବର୍ଷରେ ହେବ ଅଲିମ୍ପିଆନଙ୍କ ଶେଷକୃତ୍ୟ

kindo

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ହକି ଖେଳାଳି ତଥା ଅଲିମ୍ପିଆନ ମାଇକେଲ କିଣ୍ଡୋଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗତ ୪୪ ବର୍ଷ ଧରି ଓଡ଼ିଶାରେ ରହି ଆସୁଥିବା ଶ୍ରୀ କିଣ୍ଡୋ ଅର୍ଜୁନ ପୁରସ୍କାର ପାଇବା ସହିତ ଭାରତୀୟ ହକି ପାଇଁ ଅନେକ ଗୌରବ ଆଣିଥିଲେ। ବର୍ତ୍ତମାନର ଝାଡ଼ଖଣ୍ଡ ରାଜ୍ୟର ମୂଳବାସିନ୍ଦା ଶ୍ରୀ କିଣ୍ଡୋ ଆର୍‌ଏସ୍‌ପି ଚାକିରୀରୁ ଅବସରର୍ ନେବା ପରେ ରାଉରକେଲା ସହରର ସେକ୍ଟ-୬ରେ ନିଜ ପତ୍ନୀ ଓ ପୁଅଙ୍କ ସହିତ ରହିଆସୁଥିଲେ।

Advertisment

ଗତ କିଛିଦିନ ଧରି ସେ ବାର୍ଦ୍ଧ୍ୟକ୍ୟ ଜନିତ ରୋଗରେ ପିଡ଼ିତ ଥିଲେ। ଆଇଜିଏଚ୍‌ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ ଆଲବର୍ଟ କିଣ୍ଡୋ ଓ ପତ୍ନୀ ଶୀଳା କିଣ୍ଡୋଙ୍କ ସମେତ ଅନ୍ୟ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ପାନପୋଷ କ୍ରୀଡ଼ା ସଙ୍ଗଠନର ସାଧାରଣ ସମ୍ପାଦକ ସୁଶାନ୍ତ ବେହେରାଙ୍କ ସମେତ ଅନ୍ୟମାନେ ହସ୍‌ପିଟାଲ୍‌ରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ।

ସୂଚନା ମୁତାବକ ତାଙ୍କ ଶେଷ କୃତ୍ୟ ଶୁକ୍ରବାର ଦିନ ହମିରପୁର ଚର୍ଚ୍ଚରେ ମଧ୍ୟାହ୍ନ ସମୟରେ ସମ୍ପନ୍ନ ହେବ। ତାଙ୍କ ମୃତ୍ୟୁରେ ପାନପୋଷ କ୍ରୀଡ଼ା ସଙ୍ଗଠନର ପ୍ରତିଷ୍ଠାତା ସଦସ୍ୟ ମହେନ୍ଦ୍ର ମିଶ୍ର, କାର୍ଯ୍ୟକାରୀ ସଭାପତି ବିକ୍ରମ ସ୍ୱାଇଁ, ସାଧାରଣ ସମ୍ପାଦକ ସୁଶାନ୍ତ ବେହେରା, କୋଷାଧ୍ୟକ୍ଷ ସୁଚିତ୍ରା ଦାସ, ସଦସ୍ୟ ରଶ୍ମିତ ସାହାଣୀ, ଗୀତାଞ୍ଜଳି ଟପ୍ନୋ, ସତ୍ୟରଞ୍ଜନ ପଣ୍ଡା, ରେଶ୍ମା ଲାକ୍ରା, ଅରବିନ୍ଦ ପାତ୍ର, ନିଖିଳ କଳାକାର ପ୍ରଧାନ, ଗୋପିନାଥ ପଣ୍ଡା, ନୃସିଂହ ଚରନ ସାହୁ, ରଶ୍ମିତା କୁଲ୍ଲୁ, ଆଇନ ଉପଦେଷ୍ଟା ଧିରେନ୍ଦ୍ର ଦାସ ପ୍ରମୁଖ ଶୋକବାର୍ତ୍ତା ଦେଇଛନ୍ତି। ଏହା ସହିତ ଓଡ଼ିଶା ଜଣେ ବର୍ଷିୟାନ ହକି ପ୍ରତିଭାଙ୍କୁ ହରାଇଲା ବୋଲି ପିଏସ୍‌ଏ ପକ୍ଷରୁ କୁହାଯାଇଛି।

Advertisment
Hockey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe