/odisha-reporter/media/post_attachments/uploads/2015/10/hockey.jpg)
hockey
ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ ମ୍ୟାଚକୁ ଆଜି ଭାରତୀୟ ହକି ଦଳ ୩-୨ରେ ଜିତି ଯାଇଛି। ଏହା ସହିତ ୪ଟି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ୍ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ଚତୁର୍ଥ ତଥା ଫାଇନାଲ୍ ଟେଷ୍ଟ୍ ମ୍ୟାଚ୍ ରବିବାର ଖେଳାଯିବ।
Advertisment
ପ୍ରଥମ ମ୍ୟାଚଟି ନ୍ୟୁଜିଲାଣ୍ଡ ଜିତି ଥିଲା। ଘରୋଇ ଦଳ ଭାରତକୁ ୨-୦ରେ ହରାଇ ସିରିଜରେ ଅଗ୍ରଣୀ ଲାଭ କରିଥିଲା। ତେବେ ତା’ପର ଦିନ ଖେଳା ଯାଇଥିବା ଦ୍ୱିତୀୟ ମ୍ୟାଚଟିରେ ଭାରତୀୟ ଦଳ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲା। ନ୍ୟୁଜିଲାଣ୍ଡକୁ ୩-୧ରେ ହରାଇଥିଲା।
ନ୍ୟୁଜିଲାଣ୍ଡ ସିନିୟର ଟିମ୍ ସହିତ ଏହି ଟେଷ୍ଟ୍ ସିରିଜ୍ ଖେଳିବା ପୂର୍ବରୁ ନ୍ୟୁଜିଲାଣ୍ଡ ‘ଏ’ ଟିମ୍ ସହିତ ଦୁଇଟି ମ୍ୟାଚ୍ ଖେଳିଥିଲା ଭାରତୀୟ ଟିମ୍ ଓ ଦୁଇଟି ଯାକରେ ବିଜୟୀ ହୋଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
