ତୃତୀୟ ଟି-ଟ୍ୱେଣ୍ଟି: ଟସ୍‌ ଜିତି ୱେଷ୍ଟ୍‌ଇଣ୍ଡିଜ୍‌ର ବ୍ୟାଟିଂ ନିଷ୍ପତ୍ତି

ଚେନ୍ନାଇ: ଚେନ୍ନାଇ ଚେପକ୍‌ର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିଅମ୍‌ରେ ଖେଳାଯାଉଥିବା ଘରୋଇ ଭାରତ ବିପକ୍ଷ ୩ଟିକିଆ ଟି-ଟ୍ୱେଣ୍ଟି ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଭ୍ରମଣକାରୀ ୱେଷ୍ଟ୍‌ଇଣ୍ଡିଜ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ରେ ଦୁଇଟି ପରିବର୍ତ୍ତନ ସହ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇଛି। ସିରିଜ୍‌ରୁ ବିଶ୍ରାମ ପାଇଥିବା ସ୍ପିଡ୍‌ ଷ୍ଟାର୍‌ ଯଶପ୍ରୀତ୍‌ ବୁମ୍ରା ଓ ବାମହାତୀ ଚାଇନାମ୍ୟାନ୍‌ କୁଲଦୀପ ଯାଦବଙ୍କ ସ୍ଥାନରେ ରିଷ୍ଟ୍‌ ସ୍ପିନର୍‌ ୟଜୁବେନ୍ଦ୍ର ଚହଲ୍‌ ଓ ଡାହାଣହାତୀ ଅଫ୍ ସ୍ପିନିଂ ଅଲ୍‌ରାଉଣ୍ଡର୍‌ ୱାଶିଂଟନ୍‌ […]

wi-ind

Premananda Dash
  • Published: Sunday, 11 November 2018
  • , Updated: 11 November 2018, 07:24 PM IST

ଚେନ୍ନାଇ: ଚେନ୍ନାଇ ଚେପକ୍‌ର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିଅମ୍‌ରେ ଖେଳାଯାଉଥିବା ଘରୋଇ ଭାରତ ବିପକ୍ଷ ୩ଟିକିଆ ଟି-ଟ୍ୱେଣ୍ଟି ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଭ୍ରମଣକାରୀ ୱେଷ୍ଟ୍‌ଇଣ୍ଡିଜ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ଏହି ମ୍ୟାଚ୍‌ରେ ଦୁଇଟି ପରିବର୍ତ୍ତନ ସହ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇଛି। ସିରିଜ୍‌ରୁ ବିଶ୍ରାମ ପାଇଥିବା ସ୍ପିଡ୍‌ ଷ୍ଟାର୍‌ ଯଶପ୍ରୀତ୍‌ ବୁମ୍ରା ଓ ବାମହାତୀ ଚାଇନାମ୍ୟାନ୍‌ କୁଲଦୀପ ଯାଦବଙ୍କ ସ୍ଥାନରେ ରିଷ୍ଟ୍‌ ସ୍ପିନର୍‌ ୟଜୁବେନ୍ଦ୍ର ଚହଲ୍‌ ଓ ଡାହାଣହାତୀ ଅଫ୍ ସ୍ପିନିଂ ଅଲ୍‌ରାଉଣ୍ଡର୍‌ ୱାଶିଂଟନ୍‌ ସୁନ୍ଦର୍‌ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି।

ତେବେ ଇଣ୍ଡିଜ୍‌ ଦଳରେ ଏହି ମ୍ୟାଚ୍‌ ପାଇଁ କୌଣସି ପରବର୍ତ୍ତନ ହୋଇନାହିଁ।

ପିଚ୍‌ ରିପୋର୍ଟ ଅନୁସାରେ , ଚେପକ୍‌ର ପିଚ୍‌ରେ ଫାଟ ରହିଛି ଏବଂ ଏହା ସ୍ଲୋ ବୋଲର୍‌ଙ୍କୁ ସହାୟତା ଦେବା ଆଶା କରାଯାଉଥିଲେ ହେଁ ଏଠାରେ ବଡ଼ ସ୍କୋର ହେବାର ସମ୍ଭାବନା ଥିବା କୁହାଯାଉଛି।

ଟି-ଟ୍ୱେଣ୍ଟି ସିରିଜ୍‌କୁ ଘରୋଇ ଟିମ୍‌ ଇଣ୍ଡିଆ ୨-୦ରେ କବ୍‌ଜା କରି ସାରିଛି। ଟି-ଟ୍ୱେଣ୍ଟି ପୂର୍ବରୁ ଭାରତୀୟ ଦଳ ଦିନିକିଆ ଓ ଟେଷ୍ଟ୍‌ ସିରିଜ୍‌କୁ ଯଥାକ୍ରମେ ୩-୧ ଏବଂ ୨-୦ରେ ଜିତି ନେଇଥିଲା।

ଭାରତୀୟ ଦଳ: ରୋହିତ୍ ଶର୍ମା(ଅ), ଶିଖର୍ ଧୱନ୍‌,ଲୋକେଶ ରାହୁଲ୍‌, ମନୀଷ ପାଣ୍ଡେ, ରିଷଭ ପନ୍ତ, ଦୀନେଶ କାର୍ତ୍ତିକ, କୃନାଲ୍‌ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଭୁବନେଶ୍ୱର କୁମାର୍‌, ୟଜୁବେନ୍ଦ୍ର ଚହଲ୍‌, ଖଲିଲ୍‌ ଅହମ୍ମଦ।

ସମ୍ଭାବ୍ୟ ୱେଷ୍ଟ୍‌ଇଣ୍ଡିଜ୍ ଦଳ: କାର୍ଲସ୍‌ ବ୍ରାଥ୍‌ୱେଟ୍‌(ଅ), ଡ୍ୟାରେନ୍ ବ୍ରାଭୋ, ଶାଇ ହୋପ୍‌, ଦିନେଶ୍‌ ରାମଦିନ୍‌(ୱି), ଶିମ୍‌ରନ୍‌ ହେଟ୍‌ମୟର୍‌, କିଏରନ୍ ପୋଲାର୍ଡ, ନିକୋଲସ୍‌ ପୁରନ୍‌, କେମୋ ପଲ୍‌, ଓଖାରୀ ପିଅର୍‌. ଫ୍ୟାବିଆନ୍‌ ଆଲେନ୍‌, ଓଶାନେ ଟମାସ୍‌।

Related story