Barabati Stadium (File Photo)
ରାଜ୍ୟବ୍ୟାପୀ କ୍ରିକେଟ୍ ଦର୍ଶକ ଏବଂ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପରେ ଶେଷରେ ହ୍ରାସ ପାଇଲା ବାରବାଟୀ ଟିକେଟ ଦର। ଫେବ୍ରୁଆରୀ ୯ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ ଦର ହ୍ରାସ ପାଇଛି। ସର୍ବନିମ୍ନ ୧୦୦ ଟଙ୍କା ଟିକେଟ ଦର ହ୍ରାସ କରିଛି ଓଡ଼ିଶା କ୍ରିକେଟ ସଂଘ।
ଗ୍ୟାଲେରୀ ୧ ଓ ୩ ପାଇଁ ଟିକେଟ ୧୨୦୦ରୁ ୧୧୦୦ ଟଙ୍କାକୁ ହ୍ରାସ କରିଛି ଓସିଏ। ଗ୍ୟାଲେରୀ ୫ ପାଇଁ ଟିକେଟ ମୂଲ୍ୟ ୧୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏହାକୁ ୧୨୦୦ ଟଙ୍କା କରାଯାଇଛି। ଗ୍ୟାଲେରୀ ୨ ଓ ୪ ପାଇଁ ପୂର୍ବରୁ ୧୦୦୦ ଟଙ୍କା ଧାର୍ଯ୍ୟ ଟିକେଟ ମୂଲ୍ୟକୁ ୯୦୦ ଟଙ୍କାକୁ ହ୍ରାସ କରାଯାଇଛି। ସେହିଭଳି ପୂର୍ବରୁ ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ଗ୍ୟାଲେରୀ ୭ ପାଇଁ ଟିକେଟ ମୂଲ୍ୟ ୭୦୦ ଟଙ୍କା ରଖାଯାଇଛି।
ସେହିପରି ସ୍ପେଶାଲ୍ ଏନକ୍ଲୋଜର୍ ୭ ହଜାରରରୁ ହଜାରେ ଟଙ୍କା କମାଇ ଏହାକୁ ୬ ହଜାର ଟଙ୍କା କରାଯାଇଛି। ଏସି ଗ୍ୟାଲେରୀ ବକ୍ସ ଟିକେଟ ପୂର୍ବରୁ ୯ ହଜାର ଧାର୍ଯ୍ୟ କରାଯାଇଥିଲା, ଏହାକୁ ୮ ହଜାର ରଖାଯାଇଛି। ତେବେ କର୍ପୋରେଟ ବକ୍ସ ପାଇଁ ପୂର୍ବ ନିର୍ଦ୍ଧାରିତ ୨୦ ହଜାର ଟଙ୍କା ଓ ନ୍ୟୁ ପ୍ୟାଭିଲିୟନ ପାଇଁ ୧୦ ହଜାର ଟଙ୍କା ଟିକେଟ ଦରକୁ ଅପରିବର୍ତ୍ତିତ ରଖିଛି ଓସିଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
