Advertisment

ବାରବାଟୀ ଦିନିକିଆ ପାଇଁ କମିଲା ଟିକେଟ ଦର

ରାଜ୍ୟବ୍ୟାପୀ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପରେ ହ୍ରାସ ପାଇଲା ବାରବାଟୀ ଟିକେଟ ଦର। ଫେବ୍ରୁଆରୀ ୯ରେ ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍।

Barabati Stadium (File Photo)

Barabati Stadium (File Photo)

Advertisment

ରାଜ୍ୟବ୍ୟାପୀ କ୍ରିକେଟ୍ ଦର୍ଶକ ଏବଂ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପରେ ଶେଷରେ ହ୍ରାସ ପାଇଲା ବାରବାଟୀ ଟିକେଟ ଦର। ଫେବ୍ରୁଆରୀ ୯ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ ଦର ହ୍ରାସ ପାଇଛି। ସର୍ବନିମ୍ନ ୧୦୦ ଟଙ୍କା ଟିକେଟ ଦର ହ୍ରାସ କରିଛି ଓଡ଼ିଶା କ୍ରିକେଟ ସଂଘ।

Advertisment

ଗ୍ୟାଲେରୀ ୧ ଓ ୩ ପାଇଁ ଟିକେଟ ୧୨୦୦ରୁ ୧୧୦୦ ଟଙ୍କାକୁ ହ୍ରାସ କରିଛି ଓସିଏ। ଗ୍ୟାଲେରୀ ୫ ପାଇଁ ଟିକେଟ ମୂଲ୍ୟ ୧୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏହାକୁ ୧୨୦୦ ଟଙ୍କା କରାଯାଇଛି। ଗ୍ୟାଲେରୀ ୨ ଓ ୪ ପାଇଁ ପୂର୍ବରୁ ୧୦୦୦ ଟଙ୍କା ଧାର୍ଯ୍ୟ ଟିକେଟ ମୂଲ୍ୟକୁ ୯୦୦ ଟଙ୍କାକୁ ହ୍ରାସ କରାଯାଇଛି। ସେହିଭଳି ପୂର୍ବରୁ ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ଗ୍ୟାଲେରୀ ୭ ପାଇଁ ଟିକେଟ ମୂଲ୍ୟ ୭୦୦ ଟଙ୍କା ରଖାଯାଇଛି।

ସେହିପରି ସ୍ପେଶାଲ୍ ଏନକ୍ଲୋଜର୍ ୭ ହଜାରରରୁ ହଜାରେ ଟଙ୍କା କମାଇ ଏହାକୁ ୬ ହଜାର ଟଙ୍କା କରାଯାଇଛି। ଏସି ଗ୍ୟାଲେରୀ ବକ୍ସ ଟିକେଟ ପୂର୍ବରୁ ୯ ହଜାର ଧାର୍ଯ୍ୟ କରାଯାଇଥିଲା, ଏହାକୁ ୮ ହଜାର ରଖାଯାଇଛି। ତେବେ କର୍ପୋରେଟ ବକ୍ସ ପାଇଁ ପୂର୍ବ ନିର୍ଦ୍ଧାରିତ ୨୦ ହଜାର ଟଙ୍କା ଓ ନ୍ୟୁ ପ୍ୟାଭିଲିୟନ ପାଇଁ ୧୦ ହଜାର ଟଙ୍କା ଟିକେଟ ଦରକୁ ଅପରିବର୍ତ୍ତିତ ରଖିଛି ଓସିଏ।

Advertisment
India Vs England Barabati Stadium India Vs England Match In Cuttack ODI Ticket Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe