ଜୋହର ବାହରୁ (ମାଲେସିଆ): ସୁଲ୍ତାନ୍ ଜୋହାର୍ କପ୍ରେ ଆଜି ଭାରତ ଜାପାନକୁ ଭେଟିବ। ଭାରତୀୟ ସମୟ ଅପରାହ୍ଣ ୩.୩୫ରେ ଏହି ମ୍ୟାଚ୍ ଆରମ୍ଭ ହେବ।
ଗତକାଲି ଭାରତୀୟ ଜୁନିଅର ପୁରୁଷ ଦଳ ନ୍ୟୁଜିଲାଣ୍ଡକୁ ୭-୧ ଗୋଲ୍ରେ ପରାସ୍ତ କରିଥିଲା। ଭାରତ ପକ୍ଷରୁ ପ୍ରଭଜୋତ୍ ସିଂହ, ହରମନଜିତ୍ ସିଂହ, ମହମ୍ମଦ ଫରାଜ, ଅଭିଷେକ ଓ ଅଧିନାୟକ ମନଦୀପ୍ ସିଂହ ଗୋଟିଏ ଲେଖାଏ ଗୋଲ୍ ଦେଇଥିବା ବେଳେ ଶୈଲାନନ୍ଦ ଲାକ୍ରା ୧୫ତମ ଓ ୪୩ତମ ମିନିଟ୍ରେ ଦୁଇଟି ଗୋଲ୍ ଦେଇଥିଲେ।
ନ୍ୟୁଜିଲାଣ୍ଡ ମ୍ୟାଚ୍ର ୫୩ତମ ମିନିଟ୍ରେ ଭାରତ ଉପରେ ଗୋଟିଏ ଗୋଲ୍ ଦେଇଥିଲା। ଏହି ଗୋଲ୍ ଦେଇଥିଲେ ସାମ୍ ହିହା।
ଭାରତ ତା’ର ପ୍ରଥମ ମ୍ୟାଚ୍ରେ ଶନିବାର ଦିନ ମାଲେସିଆକୁ ୨-୧ ଗୋଲ୍ରେ ପରାସ୍ତ କରିଥିଲା।
ସେହିପରି ଆଜି ଆହୁରି ଦୁଇଟି ମ୍ୟାଚ୍ ଖେଳାଯିବ। ଅପରାହ୍ଣ ଗୋଟାଏ ୩୫ ମିନିଟ୍ରେ ଗ୍ରେଟ୍ ବ୍ରିଟେନ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା ୬ଟାରେ ନ୍ୟୁଜିଲାଣ୍ଡ ଓ ମାଲେସିଆ ମଧ୍ୟରେ ତୃତୀୟ ମ୍ୟାଚ୍ ଖେଳାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କାରରେ ଯାଉଥିବା ବେଳେ ଅନୀଲ ଦେଶମୁଖଙ୍କୁ ପଥର ମାଡ଼, ମୁଣ୍ଡ ଫାଟିଲା
ପଥର ମାଡ଼ରେ ତାଙ୍କ ମୁଣ୍ଡ ଫାଟି ଯାଇଛି। ଏଥିପାଇଁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
National
ଭାରତୀୟ ମତ୍ସ୍ୟଜୀବୀଙ୍କୁ ନେଇ ପଳାଉଥିଲା ପାକିସ୍ତାନ
ନୋ-ଫିଶିଂ ଜୋନରେ ମାଛ ଧରୁଥିବାବେଳେ ଧରିନେଉଥିଲା ପାକିସ୍ତାନ। ସମୁଦ୍ରରେ ପାକିସ୍ତାନୀ ଜାହାଜକୁ ଦୀର୍ଘ ଦୁଇ ଘଣ୍ଟା ପିଛା କରି ମତ୍ସ୍ୟଜୀବୀଙ୍କୁ ମୁକୁଳାଇଲା ଭାରତୀୟ କୋଷ୍ଟଗାର୍ଡ।
Politics
କ୍ଷମତାରେ ଥିବା ବେଳେ ୟୁପିଏ ଭୁଲ କରିଥିବା କଥା ସ୍ୱୀକାର କଲେ ରାହୁଲ ଗାନ୍ଧି
କ୍ଷମତାରେ ଥିବା ବେଳେ ୟୁପିଏ ଜାତିଗତ ଜନଗଣନା କରି ନଥିଲା। ୟୁପିଏ ପ୍ରଥମେ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ ନ କରିବା ଭୁଲ ଥିଲା ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି।
National
ପ୍ରବେଶ ନିଷେଧ: ମୁସଲିମ ବ୍ୟବସାୟୀମାନଙ୍କୁ ମେଳାରୁ ତଡ଼ି ଦେଲେ
ସ୍ୱଦେଶୀ ମେଳାକୁ ମୁସଲିମଙ୍କ ପ୍ରବେଶ ନିଷେଦ୍ଧ ବୋଲି ମଧ୍ୟ ଆୟୋଜନକମାନେ କହିଥିବା ଅଭିଯୋଗ ହୋଇଛି। ମୁସଲିମ ବ୍ୟବସାୟୀମାନେ ଷ୍ଟଲ ବୁକ କରିବା ସହ ଆବଶ୍ୟକ ଫି’ ଦେଇଥିଲେ।
National
ଅମିତ ଶାହଙ୍କ ବୈଠକ: ଅଶାନ୍ତ ମଣିପୁର ଗଲେ ଅତିରିକ୍ତ ୫୦ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ
ମଣିପୁରରେ ହିଂସା ବଢ଼ୁଥିବାରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବ୍ୟାପକ କରିବାକୁ କହିଛି। ବୈଠକ ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ମଣିପୁରରେ ମୁତୟନ ହୋଇଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।