Advertisment

ଏସିଆ କପ୍: ଆଜି ଭାରତ-ପାକ୍ ଲଢ଼େଇ

ଆଜିର ମ୍ୟାଚକୁ ଦର୍ଶକମାନେ ବେସ୍ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି।

india vs pakistan

india vs pakistan

Advertisment

ଏସିଆ କପ୍‌ରେ ଆଜି ହେବ ମହା ମୁକାବିଲା। ମୁହାଁମୁହିଁ ହେବେ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ। କଲମ୍ବୋର ଆର ପ୍ରେମାଦାସ ଷ୍ଟାଡିୟମରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ଟକ୍କର। ଭାରତୀୟ ସମୟ ଦିନ ୩ଟାରେ ମ୍ୟାଚ୍ ଖେଳାଯିବ।

Advertisment

ଭାରତ ଆଜିଠୁ ନିଜର ସୁପର ଫୋର୍ ଅଭିଯାନ ଆରମ୍ଭ କରିବାକୁ ଥିବାବେଳେ ପୂରା ଟିମ୍ ଜୋସରେ ଅଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ସେହିପରି ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ ଟିମ୍ ମଧ୍ୟ ମୁକାବିଲା ପାଇଁ ତୟାର ହୋଇଛି। ପୂର୍ବରୁ ଗ୍ରୁପ୍ ପର୍ଯ୍ୟାୟରେ ଭାରତ-ପାକିସ୍ତାନ ଲଢ଼େଇ ବର୍ଷା ଯୋଗୁଁ ଫିକା ପଡ଼ିଯାଇଥିଲା। ମ୍ୟାଚ୍ ବାତିଲ ହେବା ଯୋଗୁଁ ଉଭୟ ଟିମ୍ ପଏଣ୍ଟ ଭାଗ କରି ନେଇଥିଲେ।

ଆଜିର ମ୍ୟାଚକୁ ଦର୍ଶକମାନେ ବେସ୍ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ଏସିଆନ୍ କ୍ରିକେଟ୍ କାଉନସିଲ୍ ମଧ୍ୟ ଆଜିର ମ୍ୟାଚ୍ ଲାଗି ରିଜର୍ଭ ଡେ ଘୋଷଣା କରିଛି। ଅର୍ଥାତ ଆଜି ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହେଲେ ରିଜର୍ଭ ଡେ ରେ ଏହି ମ୍ୟାଚ୍ ପୁଣି ଖେଳାଯିବ।

Advertisment

ସୁପର ଫୋର୍ ପର୍ଯ୍ୟାୟକୁ ଭାରତ ପାକିସ୍ତାନ ବ୍ୟତୀତ ଶ୍ରୀଲଙ୍କା ଓ ବାଂଲାଦେଶ ପ୍ରବେଶ କରିସାରିଥିବା ବେଳେ ପାକିସ୍ତାନ ଏହି ପର୍ଯ୍ୟାୟରେ ପୂର୍ବରୁ ଗୋଟିଏ ମ୍ୟାଚ୍ ଖେଳି ବିଜୟୀ ହେବା ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ସେହିପରି ଶ୍ରୀଲଙ୍କା ମଧ୍ୟ ସୁପର ଫୋର୍ ପର୍ଯ୍ୟାୟରେ ଗୋଟିଏ ମ୍ୟାଚ୍ ଜିତି ୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ଏବେ ଟେବୁଲର ତୃତୀୟ ସ୍ଥାନରେ ଥିବା ବେଳେ ସୁପର ଫୋର୍ ପର୍ଯ୍ୟାୟରେ ବାଂଲାଦେଶଦୁଇଟି ମ୍ୟାଚ୍ ଖେଳି ଉଭୟରେ ପରାଜିତ ସହ ଟେବୁଲର ଶେଷରେ ରହିଛି।

Indian Artistic India Vs Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe