Advertisment

ମୀରାବାଈ ଚାନୁଙ୍କ ରୁପା ହେବ ସୁନା!

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତକୁ ଗର୍ବିତ କରିଥିବା ମହିଳା ଭାରୋତ୍ତୋଳକ ମୀରାବାଈ ଚାନୁଙ୍କ ପାଖରେ ସ୍ୱର୍ଣ୍ଣ ଜିତିବାର ସୁଯୋଗ ରହିଛି। କିନ୍ତୁ କେମିତି ସ୍ୱର୍ଣ୍ଣ ପଦକ ଜିତିବେ, ଆସନ୍ତୁ ଜାଣିବା। ୪୯ କେଜି ବର୍ଗରେ ଚାଇନାର ହୋ ଝିହୁଇ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଥିଲେ। କିନ୍ତୁ ଏବେ ଖବର ମିଳିଛି ଯେ ୪୯ କେଜି ବର୍ଗରେ ଚାମ୍ପିୟନ୍ ହୋଇଥିବା ଚାଇନାର ଏହି ମହିଳା ଭାରୋତ୍ତୋଳକଙ୍କର […]

ଅଦ୍ୟତନ ହୋଇଛି
ମୀରାବାଈ ଚାନୁଙ୍କ ରୁପା ହେବ ସୁନା!

meerabai chanu

Advertisment

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତକୁ ଗର୍ବିତ କରିଥିବା ମହିଳା ଭାରୋତ୍ତୋଳକ ମୀରାବାଈ ଚାନୁଙ୍କ ପାଖରେ ସ୍ୱର୍ଣ୍ଣ ଜିତିବାର ସୁଯୋଗ ରହିଛି। କିନ୍ତୁ କେମିତି ସ୍ୱର୍ଣ୍ଣ ପଦକ ଜିତିବେ, ଆସନ୍ତୁ ଜାଣିବା। ୪୯ କେଜି ବର୍ଗରେ ଚାଇନାର ହୋ ଝିହୁଇ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଥିଲେ। କିନ୍ତୁ ଏବେ ଖବର ମିଳିଛି ଯେ ୪୯ କେଜି ବର୍ଗରେ ଚାମ୍ପିୟନ୍ ହୋଇଥିବା ଚାଇନାର ଏହି ମହିଳା ଭାରୋତ୍ତୋଳକଙ୍କର ପୁଣିଥରେ ଡୋପ୍ ଟେଷ୍ଟ ହେବ। ଯଦି ଚାଇନାର ଏହି ଭାରୋତ୍ତୋଳକ ଡୋପ୍ ଟେଷ୍ଟରେ ଫେଲ୍ ମାରନ୍ତି, ତାହେଲେ ଚାନୁ ସ୍ୱର୍ଣ୍ଣ ପଦକ ଜିତିବା ଏକପ୍ରକାର ନିଶ୍ଚିତ।

Advertisment

ନ୍ୟୁଜ୍ ଏଜେନ୍ସି ଏଏନଆଇ ମୁତାବକ, ଆଣ୍ଟି ଡୋପିଂ ଅଧିକାରୀ ଝିହୁଇଙ୍କୁ ପୁଣିଥରେ ଡୋପ୍ କରାଇବା ପାଇଁ ଟୋକିଓରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ମୋଟ ୨୨୦ କେଜିର ଭାର ଉଠାଇ ଅଲିମ୍ପିକ୍ସ ରେକର୍ଡ କାଏମ କରିଥିଲେ। ଝିହୁଇଙ୍କ ଡୋପ୍ ଟେଷ୍ଟ କେବେ ହେବ, ଏ ନେଇ କୌଣସି ସୂଚନା ଦିଆଯାଇନାହିଁ।

https://twitter.com/Jkylebass/status/1419495131150004225?s=20

ଚାଇନାର ଏହି ମହିଳା ଭାରୋତ୍ତୋଳକ ସ୍ନାଚରେ ୯୪ କେଜି ଭାର ଉଠାଇ ଅଲିମ୍ପିକ୍ ରେକର୍ଡ ହାସଲ କରିଥିଲେ। ସେହିପରି ସେ କ୍ଲିନ୍ ଆଣ୍ଡ ଜର୍କରେ ୧୧୬ କେଜି ଭାର ଉଠାଇ ଅଲିମ୍ପିକ୍ କୀର୍ତ୍ତିମାନ ସ୍ଥାପନ କରିଥିଲେ। ମୀରାବାଈ ସ୍ନାଚରେ ୮୭ କେଜି ଭାର ଉଠାଇଥିବା ବେଳେ କ୍ଲିନ୍ ଆଣ୍ଡ ଜର୍କରେ ୧୧୫ କେଜି ଭାର ଉଠାଇଥିଲେ। ତେବେ ମୀରାବାଈ ନିଜର ଶେଷ ପ୍ରୟାସରେ ୧୧୭ କେଜି ଉଠାଇବାରେ ବିଫଳ ହୋଇଥିଲେ।

Advertisment

ଅଲିମ୍ପିକ୍ସର ନିୟମ ଅନୁଯାୟୀ, ଯଦି କୌଣସି ସ୍ୱର୍ଣ୍ଣ ପଦକ ବିଜେତା ଆଥଲେଟ୍ ଡୋପ୍ ଟେଷ୍ଟରେ ଫେଲ୍ ହୁଅନ୍ତି, ତାହେଲେ ରୌପ୍ୟ ପଦକ ଜିତିଥିବା ଖେଳାଳିଙ୍କୁ ସ୍ୱର୍ଣ୍ଣ ପଦକ ଦିଆଯିବ। ମୀରାବାଈ ଚାନୁ ନିଜ ଇଭେଣ୍ଟରେ ମୋଟ ୨୦୨ କେଜି ଓଜନ ଉଠାଇଥିଲେ। ଯଦି ଚାନୁ ସ୍ୱର୍ଣ୍ଣ ପଦକ ଜିତିବେ, ତାହେଲେ ବ୍ରୋଞ୍ଜ ପଦକ ଜିତିଥିବା ଇଣ୍ଡୋନେସିଆର ୱିଣ୍ଡି କାଣ୍ଟିକା ଆଇଶା ରୌପ୍ୟ ଏବଂ ଚତୁର୍ଥ ସ୍ଥାନରେ ରହିଥିବା ଭାରୋତ୍ତୋଳକ ବ୍ରୋଞ୍ଜ ପଦକ ପାଇବେ।

Oly Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe