Advertisment

ସ୍ୱଦେଶ ଫେରିଲେ ପିଭି ସିନ୍ଧୁ, ଏୟାରପୋର୍ଟରେ ଜୋରଦାର୍ ସ୍ୱାଗତ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ସ ଇତିହାସରେ ବ୍ୟକ୍ତିଗତ ଇଭେଣ୍ଟରେ ଦୁଇ ପଦକ ଜିତିଥିବା ଏକମାତ୍ର ମହିଳା ଖେଳାଳି ପିଭି ସିନ୍ଧୁ ମଙ୍ଗଳବାର ଅପରାହ୍ଣରେ ସ୍ୱଦେଶ ଫେରିଛନ୍ତି। ଏହି ପଦକ ବିଜେତାଙ୍କୁ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧି ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କରାଯାଇଛି। ଯଦିଓ ପିଭି ସିନ୍ଧୁଙ୍କ ଫେରିବା କାର୍ଯ୍ୟକ୍ରମକୁ ଅତି ଗୋପନୀୟତା ରଖାଯାଇଥିଲା, କିନ୍ତୁ ଏହା ସତ୍ତ୍ୱେ ପଦକ ବିଜେତାଙ୍କ ସ୍ୱାଗତ ପାଇଁ ପ୍ରବଳ ଭିଡ଼ ଜମି ଯାଇଥିଲା। ଏଠାରେ ପହଞ୍ଚିବା ପରେ ସିନ୍ଧୁ ହାତ ଉଠାଇ ଲୋକଙ୍କୁ ଅଭିବାଦନ […]

author-image
Ranjit Kumar Jena
ସ୍ୱଦେଶ ଫେରିଲେ ପିଭି ସିନ୍ଧୁ, ଏୟାରପୋର୍ଟରେ ଜୋରଦାର୍ ସ୍ୱାଗତ

pv-sindhu

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ସ ଇତିହାସରେ ବ୍ୟକ୍ତିଗତ ଇଭେଣ୍ଟରେ ଦୁଇ ପଦକ ଜିତିଥିବା ଏକମାତ୍ର ମହିଳା ଖେଳାଳି ପିଭି ସିନ୍ଧୁ ମଙ୍ଗଳବାର ଅପରାହ୍ଣରେ ସ୍ୱଦେଶ ଫେରିଛନ୍ତି। ଏହି ପଦକ ବିଜେତାଙ୍କୁ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧି ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କରାଯାଇଛି। ଯଦିଓ ପିଭି ସିନ୍ଧୁଙ୍କ ଫେରିବା କାର୍ଯ୍ୟକ୍ରମକୁ ଅତି ଗୋପନୀୟତା ରଖାଯାଇଥିଲା, କିନ୍ତୁ ଏହା ସତ୍ତ୍ୱେ ପଦକ ବିଜେତାଙ୍କ ସ୍ୱାଗତ ପାଇଁ ପ୍ରବଳ ଭିଡ଼ ଜମି ଯାଇଥିଲା। ଏଠାରେ ପହଞ୍ଚିବା ପରେ ସିନ୍ଧୁ ହାତ ଉଠାଇ ଲୋକଙ୍କୁ ଅଭିବାଦନ ସ୍ୱୀକାର କରିଥିଲେ।

Advertisment

https://twitter.com/BAI_Media/status/1422506761655783424?s=20

ସିନ୍ଧୁ ବ୍ରୋଞ୍ଜ ପଦକ ପାଇଁ ଖେଳାଯାଇଥିବା ମୁକାବିଲାରେ ଚାଇନାର ହି ବିଙ୍ଗ୍ ଜିଆଓଙ୍କୁ ୨୧-୧୩, ୨୧-୧୫ ଗେମରେ ପରାସ୍ତ କରି ଇତିହାସ ରଚିଥିଲେ। ସିନ୍ଧୁଙ୍କ ବ୍ୟତୀତ ଭାରତୀୟ ଇତିହାସରେ ସୁଶୀଲ କୁମାର ଏକମାତ୍ର ଖେଳାଳି, ଯିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଛନ୍ତି। କୋଟି କୋଟି କ୍ରୀଡ଼ାପ୍ରେମୀ ଏଥର ସିନ୍ଧୁଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଆଶା ରଖିଥିଲେ, କିନ୍ତୁ ଲଗାତର ଚାରୋଟି ମୁକାବିଲା ଜିତିବା ପରେ ସିନ୍ଧୁଙ୍କ ବିଜୟ ଯାତ୍ରା ସେମିଫାଇନାଲରେ ଥମି ଯାଇଥିଲା। ସେମିରେ ସିନ୍ଧୁ ଚାଇନିଜ୍ ତାଇପେଇର ବିଶ୍ୱର ଏକ ନମ୍ବର ଖେଳାଳି ତାଇ ଜୁ ୟିଙ୍ଗ୍ ଠାରୁ ୧୮-୨୧, ୧୨-୨୧ ଗେମରେ ହାରିଯାଇଥିଲେ।

https://twitter.com/BAI_Media/status/1422512634788646912?s=20

ବ୍ରୋଞ୍ଜ ପଦକ ଜିତିବା ପରେ ସିନ୍ଧୁ କହିଥିଲେ ଯେ ରିଓ ତୁଳନାରେ ଏଥର ତାଙ୍କ ଉପରେ ଅତ୍ୟଧିକ ଚାପ ଥିଲା। କିନ୍ତୁ ବ୍ରୋଞ୍ଜ ପଦକ ଜିତିଥିବାରୁ ସିନ୍ଧୁ ବହୁତ ଖୁସି ଥିବା କହିଛନ୍ତି। ଏଥିପାଇଁ ମଧ୍ୟ ସିନ୍ଧୁ ନିଜକୁ ଗର୍ବିତ ମନେ କରିଛନ୍ତି। ଲଗାତର ଦୁଇଥର ପଦକ ଜିତିବା ସହଜ ନୁହେଁ। ୨୦୧୬ରେ ପରିସ୍ଥିତି ଭିନ୍ନ ଥିଲା ଏବଂ ଏଥରେ ଟୋକିଓରେ ସମ୍ପୂର୍ଣ୍ଣ ଅଲଗା ଅନୁଭୂତି ଥିଲା ବୋଲି ସିନ୍ଧୁ କହିଛନ୍ତି।

Advertisment

ଏହା ପୂର୍ବରୁ ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିବା ମୀରାବାଈ ଚାନୁଙ୍କୁ ମଧ୍ୟ ଦିଲ୍ଲୀ ଏୟାରପୋର୍ଟ ଜୋରଦାର ସ୍ୱାଗତ କରାଯାଇଥିଲା। ମୀରାବାଈ ଭାରୋତ୍ତୋଳନରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ।

Tokyo Olympics