Advertisment

ବିଦାୟ ଟୋକିଓ, ଉଦଯାପନୀ ସମାରୋହରେ ଜୋଶ୍ ଦେଖାଇଲା ଭାରତ

ଟୋକିଓ: ପଡ଼ିଲା କ୍ରୀଡ଼ା ମହାକୁମ୍ଭରେ ଯବନିକା। ଦୀର୍ଘ ୧୭ ଦିନ ଧରି ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ଅଲିମ୍ପିକ୍ସ କ୍ରୀଡ଼ା ଉଦଯାପିତ ହୋଇଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଅଲିମ୍ପିକ୍ସ ଗେମ୍ସ ଶେଷ ହୋଇଛି। ସାରା ବିଶ୍ୱର ଖେଳାଳି ଏବେ ୨୦୨୪ରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଏକାଠି ହେବେ। ୨୦୨୦ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ଉଦଯାପନୀ ପରେ ଏବେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ତାରିଖ ଯାଏ ପାରାଅଲିମ୍ପିକ୍ସ ଆୟୋଜିତ ହେବ। ଟୋକିଓ ଅଲିମ୍ପିକ୍ସର ଉଦଯାପନୀ ସମାରୋହ ଆତଶବାଜୀ ସହ […]

ଅଦ୍ୟତନ ହୋଇଛି
ବିଦାୟ ଟୋକିଓ, ଉଦଯାପନୀ ସମାରୋହରେ ଜୋଶ୍ ଦେଖାଇଲା ଭାରତ

india

Advertisment

ଟୋକିଓ: ପଡ଼ିଲା କ୍ରୀଡ଼ା ମହାକୁମ୍ଭରେ ଯବନିକା। ଦୀର୍ଘ ୧୭ ଦିନ ଧରି ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ଅଲିମ୍ପିକ୍ସ କ୍ରୀଡ଼ା ଉଦଯାପିତ ହୋଇଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଅଲିମ୍ପିକ୍ସ ଗେମ୍ସ ଶେଷ ହୋଇଛି। ସାରା ବିଶ୍ୱର ଖେଳାଳି ଏବେ ୨୦୨୪ରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଏକାଠି ହେବେ। ୨୦୨୦ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ଉଦଯାପନୀ ପରେ ଏବେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ତାରିଖ ଯାଏ ପାରାଅଲିମ୍ପିକ୍ସ ଆୟୋଜିତ ହେବ। ଟୋକିଓ ଅଲିମ୍ପିକ୍ସର ଉଦଯାପନୀ ସମାରୋହ ଆତଶବାଜୀ ସହ ହୋଇଥିଲା। ପୂରା ଅଲିମ୍ପିକ୍ସ ଷ୍ଟାଡିୟମକୁ ନବବଧୂ ଭଳି ସଜ୍ଜିତ କରାଯାଇଥିଲା। ଉଦଯାପନୀ ସମାରୋହରେ ଭାରତର ୧୦ଜଣ ଭାରତୀୟ ଆଥଲେଟ୍ ଏବଂ ଅଫିସିଆଲ୍ସ ଭାଗ ନେଇଥିଲେ।

Advertisment

https://twitter.com/Tokyo2020/status/1424356478094241797?s=20

ରେସଲର୍ ବଜରଙ୍ଗ ପୁନିଆ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ଉଦଯାପନୀ ସମାରୋହରେ ବଜରଙ୍ଗ ହାତରେ ତ୍ରିରଙ୍ଗା ଧରି ମାର୍ଚ୍ଚ ପାଷ୍ଟ କରିଥୀଲେ। ଚଳିତ ଟୋକିଓ ଅଲିମ୍ପିକ୍ସ ଭାରତ ପାଇଁ ଅଧିକ ସ୍ମରଣୀୟ ହୋଇ ରହିବ। ଅଲିମ୍ପିକ୍ସରେ ଏଥର ଭାରତ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ଜିତି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ଭାରତକୁ ଅଲିମ୍ପିକ୍ସ ଇତିହାସରେ ପ୍ରଥମଥର ପଦକ ମିଳିଛି ଏବଂ ତା' ପୁଣି ସ୍ୱର୍ଣ୍ଣ।

https://twitter.com/badmintonupdate/status/1424366354363150339?s=20

https://twitter.com/juegosolimpicos/status/1424363141715087372?s=20

https://twitter.com/Tokyo2020/status/1424355461042556929?s=20

କୋଭିଡ୍-୧୯ ମହାମାରୀ ମଧ୍ୟରେ ଆୟୋଜିତ ୩୨ତମ ଅଲିମ୍ପିକ୍ସ କ୍ରୀଡ଼ା ଉଦଯାପନୀ ସହ ଶେଷ ହୋଇଛି, ଯେଉଁଥିରେ ଆଗକୁ ବଢ଼ିବାର ବାର୍ତ୍ତା ଦିଆଯାଇଛି। ଉଦଯାପନୀ ସମାରୋହ ଏକ ଭିଡିଓ ସହ ଆରମ୍ଭ ହୋଇଛି, ଯେଉଁଥିରେ ୧୭ ଦିନର ଇଭେଣ୍ଟର ମୁଖ୍ୟ ସାରାଂଶ ଥିଲା।

Advertisment

In pics: Tokyo Olympics 2020: Closing ceremony

ଉଦଯାପନୀ ସମାରୋହରେ ଭାରତୀୟ ଦଳର ସେଲଫି ନେଉଥିବା ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ରବି କୁମାର ଦହିୟା, ବଜରଙ୍ଗ ପୁନିଆଙ୍କ ସମେତ ୫ ଆଥଲେଟଙ୍କୁ ଦେଖିବାକୁ ମିଳିଛି। ହେଲେ ସମସ୍ତେ ଉଦଯାପନୀ ସମାରୋହରେ ନୀରଜ ଚୋପ୍ରାଙ୍କୁ ଖୋଜିଥିଲେ, ଯିଏ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି। ନୀରଜ ଚୋପ୍ରାଙ୍କ ଗୋଲ୍ଡେନ ଥ୍ରୋ' ଚଳିତ ଅଲିମ୍ପିକ୍ସରେ ଭାରତ ଖାତାରେ ଏକମାତ୍ର ସ୍ୱର୍ଣ୍ଣ ପଦକ ଦେଇଛି।

ଆମେରିକା ନମ୍ବର-୧:ଚଳିତ ଅଲିମ୍ପିକ୍ସରେ ପୁଣି ଦବଦବା ଦେଖାଇଛି ଆମେରିକା। ଆମେରିକା ୩୯ ସ୍ୱର୍ଣ୍ଣ, ୪୧ ରୌପ୍ୟ ଓ ୩୩ ବ୍ରୋଞ୍ଜ ସହ ମୋଟ ୧୧୩ ପଦକ ଜିତି ତାଲିକାର ଶୀର୍ଷ ସ୍ଥାନରେ ଅଭିଯାନ ଶେଷ କରିଛି। କିନ୍ତୁ ଆମେରିକା ଏଥର ପୂର୍ବ ସଂସ୍କରଣ ତୁଳନାରେ ୭ ସ୍ୱର୍ଣ୍ଣ ପଦକ କମ୍ ଜିତିଛି।

ତାଲିକାରେ ଚାଇନା ୮୮ (୩୮ ସ୍ୱର୍ଣ୍ଣ, ୩୨ ରୌପ୍ୟ, ୧୮ ବ୍ରୋଞ୍ଜ) ପଦକ ସହ ଦ୍ୱିତୀୟ, ଆୟୋଜକ ଜାପାନ ୫୮ (୨୭ ସ୍ୱର୍ଣ୍ଣ, ୧୪ ରୌପ୍ୟ, ୧୭ ବ୍ରୋଞ୍ଜ) ପଦକ ସହ ତୃତୀୟ, ଗ୍ରେଟ୍ ବ୍ରିଟେନ୍ ୬୫ (୨୨ ସ୍ୱର୍ଣ୍ଣ, ୨୧ ରୌପ୍ୟ, ୨୨ ବ୍ରୋଞ୍ଜ) ପଦକ ସହ ଚତୁର୍ଥ ଏବଂ ରୁଷିଆନ୍ ଅଲିମ୍ପିକ୍ କମିଟି (ଆରଓସି) ୭୧ (୨୦ ସ୍ୱର୍ଣ୍ଣ, ୨୮ ରୌପ୍ୟ ଓ ୨୩ ବ୍ରୋଞ୍ଜ) ପଦକ ସହ ପଞ୍ଚମ ସ୍ଥାନରେ ରହିଛି। ଭାରତ ୭ ପଦକ (୧ ସ୍ୱର୍ଣ୍ଣ, ୨ ରୌପ୍ୟ, ୪ ବ୍ରୋଞ୍ଜ) ପଦକ ସହ ତାଲିକାର ୪୮ତମ ସ୍ଥାନରେ ରହିଛି।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe