/odisha-reporter/media/post_attachments/uploads/2021/07/sania-mirza-and-ankita-raina.jpg)
sania-mirza-and-ankita-raina
ଟୋକିଓ: ଭାରତର ସବୁଠାରୁ ଅଭିଜ୍ଞ ଟେନିସ୍ ତାରକା ସାନିଆ ମିର୍ଜା ଓ ଡେବ୍ୟୁଟାଣ୍ଟ ଅଙ୍କିତା ରାଇନା ପରାଜୟର ଅଭିଯାନ ଆରମ୍ଭ କରିଛନ୍ତି। ସାନିଆ ଓ ଅଙ୍କିତା ମହିଳା ଡବଲ୍ସ ପ୍ରଥମ ରାଉଣ୍ଡରୁ ୟୁକ୍ରେନ୍ ଯୋଡ଼ିଦାର ନାଦିଆ ଓ ଲିୟୁଡମାଇଲା କିଚେନକଙ୍କ ଠାରୁ ହାରି ବିଦାୟ ନେଇଛନ୍ତି। ଏହି ଭାରତୀୟ ଯୋଡ଼ି ପ୍ରଥମ ସେଟରେ ଏକତରଫା ବିଜୟ ସହ ଜବରଦସ୍ତ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ସେଟରେ ସାନିଆ ଓ ଅଙ୍କିତା ହାରିଯାଇଥିଲା। ଏଥିସହ ଭାରତୀୟ ଯୋଡ଼ି ୬-୦ ୬-୭ (୦), ୮-୧୦ ସେଟରେ ପରାସ୍ତ ହୋଇଥିଲେ।
ମ୍ୟାଚର ଦ୍ୱିତୀୟ ସେଟରେ ସାନିଆ ଓ ଅଙ୍କିତା ୫-୩ରେ ଆଗୁଆ ଥିଲେ। କିନ୍ତୁ ୟୁକ୍ରେନ୍ ଯୋଡ଼ି ଜବରଦସ୍ତ କମବ୍ୟାକ୍ କରିଥିଲେ। ସେମାନେ ଦ୍ୱିତୀୟ ସେଟକୁ ଟାଇବ୍ରେକରରେ ଜିତିଥିଲେ। ତୃତୀୟ ସେଟ୍ ମଧ୍ୟ ଟାଇବ୍ରେକରକୁ ଯାଇଥିଲା, ଯେଉଁଥିରେ ୟୁକ୍ରେନ ଯୋଡ଼ି ୭-୦ରେ ଆଗୁଆ ଥିଲା। କିନ୍ତୁ ସାନିଆ ଓ ଅଙ୍କିତା ପ୍ରତ୍ୟାବର୍ତ୍ତନ କରି ସ୍କୋରକୁ ୮-୮ରେ ବରାବର ସ୍ଥିତିକୁ ଆଣିଥିଲେ। କିନ୍ତୁ ଶେଷ ଦୁଇ ପଏଣ୍ଟ ୟୁକ୍ରେନ୍ ଯୋଡ଼ି ଜିତି ମୁକାବିଲାକୁ କବଜା କରିଥିଲେ।
ଏହା ପୂର୍ବରୁ ଶନିବାର ଭାରତର ସୁମିତ୍ ନାଗଲ ପୁରୁଷ ସିଙ୍ଗଲ୍ସରେ ଇସ୍ରାଏଲର ଡେନିସ୍ ଇସ୍ତୋମିନଙ୍କୁ ହରାଇଦ ଦ୍ୱିତୀୟ ରାଉଣ୍ଡରେ ସ୍ଥାନ ହାସଲ କରିଛନ୍ତି। ସେ ଜୀଶାନ ଅଲୀ (୧୯୮୮, ସିଓଲ) ଓ ଲିଆଣ୍ଡର୍ ପେସ୍ (ଆଟଲାଣ୍ଟା)ଙ୍କ ପରେ ତୃତୀୟ ଭାରତୀୟ ଖେଳାଳି ଭାବେ ପୁରୁଷ ସିଙ୍ଗଲ୍ସ ମ୍ୟାଚ୍ ଜିତିଛନ୍ତି।
[caption id="" align="alignnone" width="1200"]
ଟେବୁଲ୍ ଟେନିସ୍ ଷ୍ଟାର୍ ଜି. ସାଥିୟାନ୍[/caption]
ଟେବୁଲ୍ ଟେନିସ୍: ଭାରତର ଜ୍ଞାନଶେଖରନ ସାଥିୟାନ୍ ଟୋକିଓ ଅଲିମ୍ପିକ୍ସର ଟେବୁଲ୍ ଟେନିସ୍ ପୁରୁଷ ସିଙ୍ଗଲ୍ସ ବର୍ଗର ଦ୍ୱିତୀୟ ରାଉଣ୍ଡରେ ନିମ୍ନ ମାନ୍ୟତାପ୍ରାପ୍ତ ହଂକଂର ଲାମ୍ ସିୟୁ ହଙ୍ଗଙ୍କ ଠାରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ବିଶ୍ୱ ରାଙ୍କିଙ୍ଗର ୩୮ତମ ସ୍ଥାନରେ ଥିବା ସାଥିୟାନ୍ ୯୫ତମ ରାଙ୍କିଙ୍ଗ୍ ବିଶିଷ୍ଟ ଖେଳାଳିଙ୍କ ବିପକ୍ଷରେ ଏକ ସମୟରେ ୩-୧ରେ ଆଗୁଆ ଥିଲେ। କିନ୍ତୁ ଶେଷରେ ସେ ୩-୪ (୭-୧, ୧୧-୭, ୧୧-୪, ୧୧-୫, ୯-୧୧, ୧୦-୧୨, ୬-୧୧)ରେ ପରାସ୍ତ ହୋଇଥିଲେ।
[caption id="" align="aligncenter" width="1200"]
ଜିମ୍ନାଷ୍ଟ ପ୍ରଣତୀ ନାୟକ[/caption]
ଜିମ୍ନାଷ୍ଟିକ୍ସ:ଟୋକିଓ ଅଲିମ୍ପିକ୍ସରେ ଭାରତର ଏକମାତ୍ର ଜିମ୍ନାଷ୍ଟ ପ୍ରଣତୀ ନାୟକ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଇଭେଣ୍ଟର ଅଲ୍ ରାଉଣ୍ଡ ଫାଇନାଲରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଛନ୍ତି। ପଶ୍ଚିମବଙ୍ଗର ଏହି ୨୬ ବର୍ଷୀୟା ଜିମ୍ନାଷ୍ଟ ଚାରୋଟି ବର୍ଗ (ଫ୍ଲୋର୍ ଏକ୍ସରସାଇଜ୍, ଭଲ୍ଟ, ଅନଇଭିନ୍ ବାର୍ ଓ ବାଲାନ୍ସ ବିମ୍)ରେ ମୋଟ ୪୨.୫୬୫ ପଏଣ୍ଟ ହାସଲ କରିଛନ୍ତି। ସେ ଦ୍ୱିତୀୟ ସବ୍ ଡିଭିଜନ୍ ପରେ ୨୯ତମ ସ୍ଥାନରେ ରହିଥିଲେ, ଯାହା ପରେ ଫାଇନାଲରୁ ଆଉଟ୍ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
