Advertisment

ଜୀବନ ହାରିଲେ ଟପ୍‌ ସ୍ନୁକର ଖେଳାଳି ଅଲୀ

ମାଜିଦ ଅଲୀ ଏକାଧିକ ଅନ୍ତର୍ଜାତୀୟ ଇଭେଣ୍ଟରେ ପାକିସ୍ତାନର ପ୍ରତିନିଧିତ୍ୱ କରିଥିଲେ। ସେ ଜାତୀୟ ସ୍ତରର ଜଣେ ଟପ୍‌ ସ୍ନୁକର ଖେଳାଳି ଭାବେ ପରିଚୟ ମଧ୍ୟ ହାସଲ କରିଥିଲେ। ଅନେକ ସଫଳତା ପାଇଥିଲେ ମଧ୍ୟ ମାନସିକ ଅବଶାଦରୁ ସେ ମୁକିଳି ନ ପାରି ଆତ୍ମହତ୍ୟା କରିଛନ୍ତି। ମାସକ ମଧ୍ୟରେ ପା

author-image
Hemant Lenka
Pakistan

Pakistan

ପାକିସ୍ତାନର ଟପ୍‌ ସ୍ନୁକର ଖେଳିଳି ତଥା ଏସିଆନ ଅଣ୍ଡର ୨୧ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଥିବା ମାଜିଦ ଅଲୀ ଆତ୍ମହତ୍ୟା କରିଛନ୍ତି। ସେ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଫୈସଲବାଦ ସ୍ଥିତ ସମୁନ୍ଦ୍ରି ଠାରେ ଥିବା ନିଜ ଘରେ ଏପରି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି।

Advertisment

ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲେ। ସେ ସ୍ନୁକର ଖେଳିବା ଦିନ ଠାରୁ ହିଁ ମାନସିକ ଅବଶାଦରେ ରହୁଥିଲେ ଏବେ ସେ ଗୋଟିଏ କାଠ କଟର ମେସିନକୁ ବ୍ୟବହାର କରି ଜୀବନ ହାରିଛନ୍ତି ବୋଲି ପାକିସ୍ତାନ ପୁଲିସ୍‌ କହିଛି।

ମାଜିଦ ଅଲୀ ଏକାଧିକ ଅନ୍ତର୍ଜାତୀୟ ଇଭେଣ୍ଟରେ ପାକିସ୍ତାନର ପ୍ରତିନିଧିତ୍ୱ କରିଥିଲେ। ସେ ଜାତୀୟ ସ୍ତରର ଜଣେ ଟପ୍‌ ସ୍ନୁକର ଖେଳାଳି ଭାବେ ପରିଚୟ ମଧ୍ୟ ହାସଲ କରିଥିଲେ। ଅନେକ ସଫଳତା ପାଇଥିଲେ ମଧ୍ୟ ମାନସିକ ଅବଶାଦରୁ ସେ ମୁକିଳି ନ ପାରି ଆତ୍ମହତ୍ୟା କରିଛନ୍ତି।

Advertisment

ମାସକ ମଧ୍ୟରେ ପାକିସ୍ତାନ ଦୁଇ ଜଣ ସ୍ନୁକର ଖେଳାଳିଙ୍କୁ ହରାଇଛି। ଅଲୀଙ୍କ ପୂର୍ବରୁ ଦେଶର ଅନ୍ୟତମ ଷ୍ଟାର ସ୍ନୁକର ମହମ୍ମଦ ବିଲାଲଙ୍କ ମୃତ୍ୟୁ ଘଟିଥିଲା। ସେ ହୃଦଘାତରେ ପ୍ରାଣ ହରାଇଥିଲେ। ଏବେ ଅଲୀ ଆତ୍ମହତ୍ୟା କରିଛନ୍ତି।

ମାଜିଦ ଅଲୀଙ୍କ ଭାଇ ଉମର କହିଛନ୍ତି, “କିଶୋର ଅବସ୍ଥାରୁ ହିଁ ମାଜିଦ ଅବଶାଦ ମଧ୍ୟରେ ରହୁଥିଲା। ନିକଟରେ ସେ ଆଉ ଏକ ଝଟକା ପାଇଥିଲା। ସେ ନିଜ ଜୀବନ ନେଇଯିବ ବୋଲି କାହାର ବି ଆଶା ନଥିଲା। ଆମେ ସମସ୍ତେ ଏହି ଘଟଣାରେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛୁ।”

ପାକିସ୍ତାନ ସ୍ନୁକର ଖେଳର ଅଧ୍ୟକ୍ଷ ଅଲମଗିର ଶେଖ କହିଛନ୍ତି, ମାଜିଦଙ୍କ ମୃତ୍ୟୁରେ ପୂରା ସଂପ୍ରଦାୟ ମର୍ମାହତ। ତାଙ୍କ ପାଖରେ ଅନେକ ଦକ୍ଷତା ଥିଲା।

ଆମେ ତାଙ୍କ ଠାରୁ ଅନେ କିଛି ଆଶା କରିଥିଲୁ। ସେ ଯୁବ ଅବସ୍ଥାରେ ଆମକୁ ଛାଡ଼ି ଚାଲି ଯାଇଛନ୍ତି। ମାଜିଦ କୌଣସି ପ୍ରକାରର ଆର୍ଥିକ ସମସ୍ୟା ଦେଇ ମଧ୍ୟ ଗତି କରୁ ନଥିଲେ ବୋଲି ଶେଖ କହିଛନ୍ତି।

Pakistan