Advertisment

ହେଡ-ସ୍ମିଥଙ୍କ ଶତକ ପରେ ବ୍ୟାକଫୁଟରେ ଭାରତ

ପ୍ରଥମ ଦିନରେ ବର୍ଷା ବାଧକ ସାଜିଥିବାବେଳେ ଆଜି ଦ୍ୱିତୀୟ ଦିନରେ ଗାବାରେ ରନ ବର୍ଷା ହୋଇଥିଲା। ଟ୍ରାଭିସ ହେଡଙ୍କ ବ୍ୟତୀତ ସ୍ମିଥ ମଧ୍ୟ ଶତକୀୟ ପାଳି ଖେଳିଥିଲେ।

Steven Smith and Travis Head

Steven Smith and Travis Head

Advertisment

ଭାରତ ରାସ୍ତାରେ ପୁଣି କଣ୍ଟା ସାଜିଲେ ଟ୍ରାଭିସ ହେଡ୍। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚରେ ବିସ୍ଫୋରକ ୧୫୨ ରନର ପାଳି ଖେଳି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଛନ୍ତି ହେଡ୍। ମ୍ୟାଚର ପ୍ରଥମ ଦିନରେ ବର୍ଷା ବାଧକ ସାଜିଥିବାବେଳେ ଆଜି ଦ୍ୱିତୀୟ ଦିନରେ ଗାବାରେ ରନ ବର୍ଷା ହୋଇଥିଲା। ହେଡଙ୍କ ବ୍ୟତୀତ ସ୍ମିଥ ମଧ୍ୟ ଶତକୀୟ ପାଳି ଖେଳିଥିଲେ। ତେବେ ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୭ ୱିକେଟ ହରାଇ ୪୦୫ ରନ କରିଛି।

Advertisment

ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ ବ୍ରିସବେନର ଗାବାରେ ଶନିବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ବର୍ଷା ବାଧକ ସାଜିବାରୁ କେବଳ ୧୩.୨ ଓଭର ଖେଳାଯାଇପାରିଥିଲା। କୌଣସି ୱିକେଟ ନହରାଇ ଅଷ୍ଟ୍ରେଲିଆ ୨୮ ରନ ସଂଗ୍ରହ କରିଥିଲା। ଏହିଠାରୁ ଆଜିର ଖେଳ ଆରମ୍ଭ ହୋଇଥିଲା। ପ୍ରଥମ ଦିନରୁ ଷ୍ଟ୍ରାଇକରେ ଥିବା ଦୁଇ ବ୍ୟାଟର ଆଜି ବେଶୀ ସମୟ ତିଷ୍ଠି ପାରିନଥିଲେ। ଉସମାନ ଖାୱଜା କେବଳ ୨୧ ରନ କରି ବୁମ୍ରାଙ୍କ ପ୍ରଥମ ଶିକାର ପାଲଟିଥିଲେ। ଏହାପରେ ନାଥନ ମ୍ୟାକ୍ସୱିନୀ(୯) ବୁମ୍ରାଙ୍କ ଦ୍ୱିତୀୟ ଶିକାର ପାଲଟିଥିଲେ।

ମାର୍ନୁସ ଲାବୁସେନ(୧୨)ଙ୍କୁ ନୀତୀଶ ରେଡ୍ଡୀ ପାଭିଲିୟନ ଫେରାଇବା ପରେ ଆରମ୍ଭ ହୋଇଥିଲା ଷ୍ଟିଭ୍ ସ୍ମିଥ୍ ଓ ଟ୍ରାଭିସ ହେଡ୍ ଶୋ। ବିସ୍ଫୋରକ ବ୍ୟାଟିଂ କରି କେବଳ ୧୬୦ ବଲରୁ ୧୫୨ ରନର ପାଳି ଖେଳିଥିଲେ ହେଡ୍। ଅନ୍ୟପଟେ ଦୀର୍ଘ ଦିନ ହେବ ଲୟ ଖୋଜୁଥିବା ସ୍ମିଥ ମଧ୍ୟ ଶତକ ହାସଲ କରିଥିଲେ। ସେ ୧୯୦ ବଲରୁ ୧୦୧ ରନ ଖଳିଥିଲେ। ତେବେ ସମୟକ୍ରମେ ବୁମ୍ରା ଉଭୟଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ମିଚେଲ୍ ମାର୍ଶ କେବଳ ୫ ରନ କରି ଆଉଟେ ହୋଇଥିବାବେଳେ ଅଧିନାୟକ ପ୍ୟାଟ୍ କମିନ୍ସ ୨୦ ରନ କରି ସିରାଜଙ୍କ ବଲରେ ଆଉଟ ହୋଇଥିଲେ। ଆଜିର ଖେଳ ଶେଷ ବେଳକୁ ଆଲେକ୍ସ କ୍ୟାରୀ ୪୫ ଓ ମିଚେଲ୍ ଷ୍ଟାର୍କ ୭ ରନ କରି କ୍ରିଜରେ ମହଜୁଦ ଅଛନ୍ତି।

Advertisment

ଅନ୍ୟପଟେ ଭାରତ ପକ୍ଷରୁ ଜସପ୍ରୀତ ବୁମ୍ରା ସର୍ବାଧିକ ୫ ୱିକେଟ ସଫଳତା ହାସଲ କରିଥିବାବେଳେ ଅନ୍ୟ କୌଣସି ବୋଲର ନିଜର ଆଖିଦୃଶିଆ ପ୍ରଦର୍ଶନ ଦେଇପାରିନଥିଲେ। ସିରାଜ ଓ ନୀତୀଶ କୁମାର ରେଡ୍ଡୀ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ଆକାଶ ଦୀପ ଓ ରବୀନ୍ଦ୍ର ଜାଡେଜାଙ୍କୁ କୌଣସି ସଫଳତା ମିଳିନଥିଲା। 

India Vs Australia Steve Smith Border Gavaskat Trophy Travis Head IND Vs AUS Test
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe