Advertisment

କୋରିଆକୁ ଜଳକା କଲେ ଭାରତର ତ୍ରୀସା ଓ ଗାୟତ୍ରୀ

କ୍ୱାର୍ଟର ଫାଇନାଲରେ ଭାରତୀୟ ଯୋଡ଼ି ୬ଷ୍ଠ ସିଡ୍‌ ଦକ୍ଷିଣ କୋରିଆର କିମ ସୋ ୟେଓଙ୍ଗ ଓ କଙ୍ଗ ହୀ ୟଙ୍ଗଙ୍କୁ ନାଟକୀୟ ଢଙ୍ଗରେ ପରାସ୍ତ କରିଛନ୍ତି।

Badminton

Badminton

Advertisment

ଭାରତୀୟ ବ୍ୟାଡମିଣ୍ଟନର ରାଇଜିଂ ଷ୍ଟାର ତ୍ରୀସା ଜଲୀ ଓ ଗାୟତ୍ରୀ ଗୋପିଚାନ୍ଦ କମାଲ କରିଛନ୍ତି। ଏହି ଭାରତୀୟ ଯୋଡ଼ି ସିଙ୍ଗାପୁର ଓପନର କ୍ୱାର୍ଟର ଫାଇନାଲରେ କୋରିଆ ଖେଳାଳିଙ୍କୁ ଜଳକା କରିଛନ୍ତି। ସମସ୍ତଙ୍କୁ ଚକିତ କରି ତ୍ରୀସା ଓ ଗାୟତ୍ରୀ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

Advertisment

କ୍ୱାର୍ଟର ଫାଇନାଲରେ ଭାରତୀୟ ଯୋଡ଼ି ୬ଷ୍ଠ ସିଡ୍‌ ଦକ୍ଷିଣ କୋରିଆର କିମ ସୋ ୟେଓଙ୍ଗ ଓ କଙ୍ଗ ହୀ ୟଙ୍ଗଙ୍କୁ ନାଟକୀୟ ଢଙ୍ଗରେ ପରାସ୍ତ କରିଛନ୍ତି। ପୂରା ମ୍ୟାଚ୍‌ରେ ତ୍ରୀସା ଓ ଗାୟତ୍ରୀ ନିଜର ଦକ୍ଷତା ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି।

ମ୍ୟାଚ୍‌ର ପ୍ରଥମ ସେଟକୁ ଭାରତୀୟ ଯୋଡ଼ି ୧୮-୨୧ରେ ହାରି ଯାଇଥିଲେ। କିନ୍ତୁ ଦ୍ୱିତୀୟ ସେଟରରେ କମବ୍ୟାକ୍‌ କରି ୨୧-୧୯ରେ ବାଜିମାତ କରିଥିଲେ। ସ୍ଥିତି ୧-୧ ରହିବାକୁ ମ୍ୟାଚ୍‌ର ନିର୍ଣ୍ଣୟ ତୃତୀୟ ସେଟରେ ହୋଇଥିଲା।

Advertisment

ଏହି ସେଟ୍‌ରେ କୋରିଆନ ଯୋଡ଼ି ଚାପ ପକାଇବାକୁ ଚେଷ୍ଟା କରିଥିଲେ ହେଁ ତ୍ରୀସା ଓ ଗାୟତ୍ରୀ ଏହାକୁ ଅକାମୀ କରି ଦେଇଥିଲେ। ଶେଷରେ ୨୪-୨୨ରେ ଉଭୟ ମ୍ୟାଚ୍‌କୁ ଜିତି ସେମିରେ ପ୍ରବେଶ କରିଛନ୍ତି। କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ୧ ଘଣ୍ଟା ୧୯ ମିନିଟ ଧରି ଚାଲିଥିଲା।

ଗତବର୍ଷ ତ୍ରୀସା ଓ ଗାୟତ୍ରୀ ଏହି କୋରିଆନ ଯୋଡ଼ିଙ୍କ ଠାରୁ ଏସିଆନ ଗେମ୍ସରେ ପରାସ୍ତ ହୋଇଥିଲେ। ଉଭୟ ୩୦ତମ ସିଡ୍‌ ହୋଇଥିବାରୁ ଆଜି ମଧ୍ୟ କୋରିଆନ ଯୋଡ଼ିଙ୍କ ଠାରୁ ପରାସ୍ତ ହେବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ସିଙ୍ଗାପୁର ଓପନରେ ଭାରତୀୟ ଯୋଡ଼ି ବିପର୍ଯ୍ୟୟ ଘଟାଇଛନ୍ତି।

ସେମି ଫାଇନାଲରେ ଏମାନଙ୍କର ମୁକାବିଲା ୪ର୍ଥ ସିଟ୍‌ ଜାପାନର ନାମି ମାତସୁୟାମା ଓ ଚିହାରୁ ଶିଡାଙ୍କ ସହ ହେବ।

Badminton Badminton Player
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe