Advertisment

ଚେସ୍‌ ଟିମ ଇଭେଣ୍ଟରୁ ଭାରତକୁ ମିଳିଲା ଦୁଇଟି ରୌପ୍ୟ

ଚେସ୍‌ର ଉଭୟ ପୁରୁଷ ଓ ମହିଳା ଟିମ ଇଭେଣ୍ଟରେ ଭାରତୀୟ ଖେଳାଳିମାନା ରୌପ୍ୟ ପଦକ ଜିତିଛନ୍ତି। ପୁରୁଷ ଦଳ ଫିଲିପାଇନ୍ସକୁ ହରାଇଥିବା ବେଳେ ମହିଳା ଦଳ ଦକ୍ଷିଣ କୋରିଆକୁ ହରାଇ ରୌପ୍ୟ ପାଇଛି।

Asian Games

Asian Games

Advertisment

ଚାଇନାରେ ଚାଲିଥିବା ଏସିଆନ ଗେମ୍ସରେ ଭାରତକୁ ମିଳିଛି ଆଉ ଦୁଇଟି ରୌପ୍ୟ ପଦକ। ଚେସ୍‌ର ଉଭୟ ପୁରୁଷ ଓ ମହିଳା ଟିମ ଇଭେଣ୍ଟରେ ଭାରତୀୟ ଖେଳାଳିମାନା ରୌପ୍ୟ ପଦକ ଜିତିଛନ୍ତି। ପୁରୁଷ ଦଳ ଫିଲିପାଇନ୍ସକୁ ହରାଇଥିବା ବେଳେ ମହିଳା ଦଳ ଦକ୍ଷିଣ କୋରିଆକୁ ହରାଇ ରୌପ୍ୟ ପାଇଛି।

Advertisment

ଭାରତୀୟ ମହିଳା ଚେସ ଟିମରେ ଥିବା ହରିକା ଡ୍ରୋନାଭାଲ୍ଲୀ, ବୈଶାଳୀ ରମେଶବାବୁ, ବନ୍ତିକା ଅଗ୍ରୱାଲ ଓ ସବିତା ଶ୍ରୀ ଭାସ୍କର ସେମାନଙ୍କ ଶେଷ ରାଉଣ୍ଡ ମୁକାବିଲାକୁ ୪-୦ରେ ଜିତି ନେଇଥିଲେ। ସେମାନେ ଦକ୍ଷିଣ କୋରିଆକୁ ହରାଇ ୧୫ ପଏଣ୍ଟ ପାଇବା କ୍ଷଣି ରୌପ୍ୟ ପଦକ ଜିତିବାର ହକଦାର ବନି ଯାଇଥିଲେ।

ଏହି ଟିମ ଇଭେଣ୍ଟରେ ଟପ ସିଡ ଚାଇନା ବେଶ ଚମତ୍କାର ଢଙ୍ଗରେ ୟୁଏଇକୁ ୪-୦ରେ ହରାଇଥିଲା। ଏଥିସହ ୧୭/୧୮ ମ୍ୟାଚ୍‌ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ କବଜା କରିଥିଲା।

Advertisment

ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଟିମ ୩.୫-୦.୫ ପଏଣ୍ଟରେ ଫିଲିପାଇନ୍ସକୁ ହରାଇ ରୌପ୍ୟ ପଦକ ଜିତିଛି। ଏହି ଟିମରେ ଅର୍ଜୁନ ଇରିଗାଇସି, ବିଦିତ ସନ୍ତୋଷ ଗୁଜରାଠୀ, ପେନ୍ତାଲା ହରିକୃଷ୍ଣ ଓ ଆର ପ୍ରଜ୍ଞାନାନ୍ଦା ଓ ଡି ଗୁଖେଶ ରହିଥିଲେ।

ସେମାନେ ୯ମ ରାଉଣ୍ଡରେ ଫିଲିପାଇନ୍ସକୁ ପରାସ୍ତ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏଥିସହ ଦେଶ ପାଇଁ ରୌପ୍ୟ ପଦକ ଜିତିଥିଲେ। ଏହି ବର୍ଗରେ ଇରାନ ସ୍ୱର୍ଣ୍ଣ ପଦକ ଜିତିଛି।

ଚେସ୍‌ରେ ୨ଟି ରୌପ୍ୟ ମିଳିବା ପରେ ଏସିଆନ ଗେମ୍ସରେ ଭାରତର ପଦକ ସଂଖ୍ୟା ୧୦୭କୁ ବୃଦ୍ଧି ପାଇଛି। ଏଥିରେ ୨୮ଟି ସ୍ୱର୍ଣ୍ଣ, ୩୮ଟି ସିଲଭର ଓ ୪୧ଟି ବ୍ରୋଞ୍ଜ ପଦକ ରହିଛି।

Asian Games Update 19th Asian Games Asian Games Chess Player
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe