/odisha-reporter/media/post_attachments/uploads/2016/02/233747.jpg)
Semi Final
ମୀରପୁର: ବାଂଲାଦେଶର ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଖେଳା ଯାଇଥିବା ୧୯ ବର୍ଷରୁ କମ ବିଶ୍ୱକପ୍ ସେମିଫାଇନାଲରେ ଶ୍ରୀଲଙ୍କାକୁ ୯୭ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ। ୧୯ ବର୍ଷରୁ କମ ବର୍ଷର ବିଶ୍ୱକପରେ ତିନି ତିନି ଥର ଚାମ୍ପିଅନ ହୋଇଥିବା ଭାରତ ପଞ୍ଚମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଭାରତ ବାଂଲାଦେଶ କିମ୍ବା ୱେଷ୍ଟ ଇଣ୍ଡିଜ୍କୁ ଭେଟିବ।
ଶ୍ରୀଲଙ୍କା ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୯ଟି ୱିକେଟ ହରାଇ ୨୬୭ ରନର ସଂଗ୍ରହ କରିଥିଲା। ଏହାକୁ ପିଛା କରି ଶ୍ରୀଲଙ୍କା ୪୨.୪ ଓଭରରେ ସମସ୍ତ ୱିକେଟ ହରାଇ ୧୭୦ ରନ କରିବାରେ ସମର୍ଥ ହୋଇଥିଲା।
ଭାରତ ପକ୍ଷରୁ ଅନମୁଲପ୍ରୀତ ସିଂହ ୯୨ ବଲରୁ ୭୨ ରନ, ଏସ ଖାନ୍ ୭୧ ବଲରୁ ୫୯ ରନ ଓ ଡବ୍ଲ୍ୟୁ. ସୁନ୍ଦର ୪୫ ବଲରୁ ୪୩ ରନ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଆଶିଥା ଫର୍ଣ୍ଣାଣ୍ଡୋ ୪ଟି ୱିକେଟ, ଏଲ କୁମାରା ଓ ଟି ନିମେଶ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।
ଶ୍ରୀଲଙ୍କା ପକ୍ଷରୁ କେ. ମେଣ୍ଡିସ୍ ୬୭ ବଲରୁ ୩୯ ରନ, ଶାମ୍ମୁ ଆଶାନ୍ ୪୯ ବଲରୁ ୩୮ ଓ ଭି. ରାନ୍ଦିକା ୪୦ ବଲରୁ ୨୮ରନ୍ କରିଥିଲେ। ଭାରତ ପକ୍ଷରୁ ମାୟାଙ୍କା ଡଗର ୩ଟି, ଅଭେସ ଖାନ୍ ୨ଟି ୱିକେଟ ନେଇଥିଲେ।
ଅନମୁଲପ୍ରୀତ ସିଂହଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଘୋଷଣା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
