Advertisment

ଟୋକିଓ ହୋଟେଲରୁ ଭାରୋତ୍ତୋଳକ ଗାୟବ

ଓସାକା: ଟୋକିଓ ଅଲିମ୍ପିକ୍ ଆରମ୍ଭ ହେବା ପୂର୍ବରୁ ଘଟିଛି ଅଭାବନୀୟ ଘଟଣା। ଉଗାଣ୍ଡାର ଭାରୋତ୍ତୋଳକ ଅନାଚକ ଗାୟବ କୁଆଡ଼େ ଗାୟବ ହୋଇଯାଇଛନ୍ତି। ସେହି ଭାରୋତ୍ତୋଳକ ଜଣକ ହେଉଛନ୍ତି ଜୁଲିଅସ୍ ସେକିତୋଲେକୋ। ୨୦ ବର୍ଷୀୟ ଏହି ଭାରୋତ୍ତୋଳକ ଟୋକିଓ ଅଲିମ୍ପିକ୍ ଆରମ୍ଭ ହେବା ପୂର୍ବରୁ ପଶ୍ଚିମ ଜାପାନରେ ଟ୍ରେନିଂ କରୁଥିଲେ। ରିପୋର୍ଟ ମୁତାବକ, ସ୍ଥାନୀୟ ପ୍ରଶାସନ ଏବେ ଜୁଲିଅସଙ୍କୁ ଖୋଜିବାରେ ଲାଗି ପଡ଼ିଛି। ଜୁଲିଅସ୍ ଦୈନିକ ଦିଆଯାଉଥିବା ପିସିଆର୍ ଟେଷ୍ଟର ରିପୋର୍ଟ ଦେଖାଇବାରେ ବିଫଳ ହୋଇଥିଲେ। ଏହା ପରଠାରୁ […]

ଟୋକିଓ ହୋଟେଲରୁ ଭାରୋତ୍ତୋଳକ ଗାୟବ

uganda

Advertisment

ଓସାକା: ଟୋକିଓ ଅଲିମ୍ପିକ୍ ଆରମ୍ଭ ହେବା ପୂର୍ବରୁ ଘଟିଛି ଅଭାବନୀୟ ଘଟଣା। ଉଗାଣ୍ଡାର ଭାରୋତ୍ତୋଳକ ଅନାଚକ ଗାୟବ କୁଆଡ଼େ ଗାୟବ ହୋଇଯାଇଛନ୍ତି। ସେହି ଭାରୋତ୍ତୋଳକ ଜଣକ ହେଉଛନ୍ତି ଜୁଲିଅସ୍ ସେକିତୋଲେକୋ। ୨୦ ବର୍ଷୀୟ ଏହି ଭାରୋତ୍ତୋଳକ ଟୋକିଓ ଅଲିମ୍ପିକ୍ ଆରମ୍ଭ ହେବା ପୂର୍ବରୁ ପଶ୍ଚିମ ଜାପାନରେ ଟ୍ରେନିଂ କରୁଥିଲେ।

Advertisment

ରିପୋର୍ଟ ମୁତାବକ, ସ୍ଥାନୀୟ ପ୍ରଶାସନ ଏବେ ଜୁଲିଅସଙ୍କୁ ଖୋଜିବାରେ ଲାଗି ପଡ଼ିଛି। ଜୁଲିଅସ୍ ଦୈନିକ ଦିଆଯାଉଥିବା ପିସିଆର୍ ଟେଷ୍ଟର ରିପୋର୍ଟ ଦେଖାଇବାରେ ବିଫଳ ହୋଇଥିଲେ। ଏହା ପରଠାରୁ ସେ ହୋଟେଲ୍ ରୁମରୁ ନିଖୋଜ ହୋଇଯାଇଛନ୍ତି।

ଏକ ବିବୃତ୍ତିରେ କୁହାଯାଇଛି, ଉଗାଣ୍ଡା ଦଳର ଜଣେ ସଦସ୍ୟ ଅଚାନକ ଗାୟବ ହୋଇଯାଇଛନ୍ତି ଏବଂ ସେ ଇଜୁମିସାନୋରେ ପହଞ୍ଚି ନାହାନ୍ତି। ଆମେ ତାଙ୍କୁ ଖୋଜିବାକୁ ପୂରା ପ୍ରୟାସ କରୁଛୁ। ଏ ସମ୍ବନ୍ଧରେ ଆମେ ପୁଲିସକୁ ସୂଚନା ଦେଇଛୁ।

Advertisment

ଉଗାଣ୍ଡା ଦଳ ଟୋକିଓ ଅଲିମ୍ପିକ୍ ପାଇଁ ପ୍ରଥମେ ଜାପାନ ପହଞ୍ଚିଥିଲା। ଟୋକିଓ ଅଲିମ୍ପିକ୍ସ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ। ଏହି କ୍ରୀଡ଼ା ମହାକୁମ୍ଭରୁ ଉଦଯାପନୀ ସମାରୋଜ ଅଗଷ୍ଟ ୮ ତାରିଖରେ ହେବ।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe