Advertisment

ସପ୍ତାହକରେ ବଦଳିଲା ଅଲିମ୍ପିକ୍ସ ମେଡାଲର ରଙ୍ଗ, ଅଭିଯୋଗ ଆଣିଲେ ଖେଳାଳି

ଝାଳ ଲାଗି ଯିବା ଓ ସାଙ୍ଗ ସାଥୀମାନେ ଛୁଇଁବାର ମାତ୍ର ଏକ ସପ୍ତାହ ମଧ୍ୟରେ ମେଡାଲର ରଙ୍ଗ ବଦଳି ଯାଇଥିବା ଖେଳାଳି ଅଭିଯୋଗ ଆଣିଛନ୍ତି।

Medal

Medal

Advertisment

ପ୍ୟାରିସ୍‌ରେ ଜାରି ରହିଛି କ୍ରୀଡ଼ା ମହାକୁମ୍ଭ। ପ୍ରତିଦିନ ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଭିନ୍ନ ଭିନ୍ନ ଦେଶର ଖେଳାଳି ବିଭିନ୍ନ ବର୍ଗରେ ଦମ୍‌ଦାର ପ୍ରଦର୍ଶନ କରୁଛନ୍ତି, ଆଉ ହାତଉଛନ୍ତି ପଦକ ଉପରେ ପଦକ। ତେବେ ଏହି ଅଲିମ୍ପିକ୍ସରେ ମିଳୁଥିବା ମେଡାଲର କ୍ୱାଲିଟିକୁ ନେଇ ଏବେ ପ୍ରଶ୍ନ ଉଠିଛି। ସପ୍ତାହକ ମଧ୍ୟରେ ମେଡାଲର ରଙ୍ଗ ବଦଳି ଯାଇଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ଜଣେ ଖେଳାଳି।

Advertisment

ଆମେରିକାର ଆଥଲେଟ୍‌ ନାଇଜା ହୁଷ୍ଟନ୍‌। ସେ ଚଳିତ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି। ତେବେ ତାଙ୍କୁ ମିଳିଥିବା ଏହି ବ୍ରୋଞ୍ଜ ମେଡାଲ ସପ୍ତାହକ ମଧ୍ୟରେ ରଙ୍ଗହୀନ ହେବା ସହ ନଷ୍ଟ ହୋଇଯାଇଥିବା ସେ ଅଭିଯୋଗ ଆଣିଛନ୍ତି। 

ଆମେରିକା ସ୍କେଟ୍‌ ବୋର୍ଡ ଦଳର ସଦସ୍ୟ ନାଇଜା ଜୁଲାଇ ୩୦ରେ ପୁରୁଷ ଷ୍ଟ୍ରିଟ୍ ସ୍କେଟ୍‌ବୋର୍ଡିଂରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ଜିତିଥିଲେ। ଏଠାରେ ଜାପାନର ୟୁଟୋ ହୋରିଗୋମ ସ୍ୱର୍ଣ୍ଣ ପଦକ ଏବଂ ଆମେରିକାର ଜାଗର ଇଟନ ରୌପ୍ୟ ପଦକ ଜିତିଥିଲେ।

Advertisment

ତେବେ ଗୁରୁବାର ସ୍କେଟ୍‌ ବୋର୍ଡ୍‌ ଖେଳାଳି ନାଇଜା ଇନଷ୍ଟାଗ୍ରାମରେ ତାଙ୍କର ଖରାପ ହୋଇଯାଇଥିବା ବ୍ରୋଞ୍ଜ ପଦକର ଫଟୋ ସେୟାର କରିଛନ୍ତି। ଏଥିସହ ଏହି ପଦକର କ୍ୱାଲିଟିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଏକ ଭିଡିଓରେ କହିଛନ୍ତି, 'ଯେତେବେଳେ ଏହି ଅଲିମ୍ପିକ୍ସ ପଦକଗୁଡିକ ପୂରାପରି ନୂଆ ଥାଏ ସେତେବେଳେ ଭଲ ଦେଖାଯାଏ। କିନ୍ତୁ ଏଥିରେ ଝାଳ ଲାଗି ଯିବା ଓ ସାଙ୍ଗ ସାଥୀମାନେ ଛୁଇଁବାର ମାତ୍ର ଏକ ସପ୍ତାହ ମଧ୍ୟରେ ଏହାର ଅସଲ କ୍ୱାଲିଟି ସାମ୍ନାକୁ ଆସେ।'

ହଷ୍ଟନ୍‌ ସେୟାର କରିଥିବା ଭିଡିଓରେ ମେଡାଲର କ୍ୱାଲିଟି ନଷ୍ଟ ହୋଇଯାଇଥିବା ସ୍ପଷ୍ଟ ରୂପେ ଦେଖିବାକୁ ମିଳିଛି। ତାଙ୍କ ମେଡାଲର ଉଭୟ ପାର୍ଶ୍ୱର ରଙ୍ଗ ବଦଳି ଯାଇଛି ଓ ନଷ୍ଟ ମଧ୍ୟ ହୋଇଯାଇଛି।

କହିରଖୁ ଯେ, ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଦିଆଯାଉଥିବା ପ୍ରତିଟି ପଦକ ବେଶ୍‌ ନିଆରା। ଏହି ପଦକଗୁଡିକୁ ଏଫିଲ୍‌ ଟାଓ୍ୱାର ନିର୍ମାଣରେ ବ୍ୟବହୃତ ଲୁହା ଖଣ୍ଡ ବ୍ୟବହାର କରି ତିଆରି କରାଯାଇଛି।

Paris Olympics 2024 Nyjah Huston Medal Discolored
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe