Advertisment

ଟୋକିଓ ଅଲିମ୍ପିକ୍ସ: ଆମେରିକା ଟିମ୍‌ରେ ପଶିଲା କରୋନା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ କରୋନାର ମାମଲା କମିବାର ନାଁ ନେଉନାହିଁ। କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଖେଳାଳିଙ୍କ ତାଲିକାରେ ଏବେ ଆଉ ଜଣଙ୍କ ନାଁ ଯୋଡ଼ି ହୋଇଛି। ଆମେରିକାର ମହିଳା ଜିମ୍ନାଷ୍ଟ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଆମେରିକାର ଏହି ଜିମ୍ନାଷ୍ଟଙ୍କ ନାଁ ଜଣା ପଡ଼ିନାହିଁ। କିନ୍ତୁ କୁହାଯାଉଛି ଯେ ସୁପରଷ୍ଟାର୍ ସିମୋନ୍ ବାଇଲ୍ସଙ୍କ ଟିମରେ ଥିବା ଏହି ଆଥଲେଟ୍ ଜଣେ ଯୁବତୀ। ଆମେରିକାର ଏହି ଜିମ୍ନାଷ୍ଟ ଟ୍ରେନିଂ କ୍ୟାମ୍ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି […]

ଟୋକିଓ ଅଲିମ୍ପିକ୍ସ: ଆମେରିକା ଟିମ୍‌ରେ ପଶିଲା କରୋନା

tokyo

Advertisment

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ କରୋନାର ମାମଲା କମିବାର ନାଁ ନେଉନାହିଁ। କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଖେଳାଳିଙ୍କ ତାଲିକାରେ ଏବେ ଆଉ ଜଣଙ୍କ ନାଁ ଯୋଡ଼ି ହୋଇଛି। ଆମେରିକାର ମହିଳା ଜିମ୍ନାଷ୍ଟ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଆମେରିକାର ଏହି ଜିମ୍ନାଷ୍ଟଙ୍କ ନାଁ ଜଣା ପଡ଼ିନାହିଁ। କିନ୍ତୁ କୁହାଯାଉଛି ଯେ ସୁପରଷ୍ଟାର୍ ସିମୋନ୍ ବାଇଲ୍ସଙ୍କ ଟିମରେ ଥିବା ଏହି ଆଥଲେଟ୍ ଜଣେ ଯୁବତୀ।

Advertisment

ଆମେରିକାର ଏହି ଜିମ୍ନାଷ୍ଟ ଟ୍ରେନିଂ କ୍ୟାମ୍ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ତାଙ୍କର ବାକି ଟିମକୁ ସେଲଫ ଆଇସୋଲେଟ୍ କରିଦିଆଯାଇଛି। ଅଲିମ୍ପିକ୍ କ୍ରୀଡ଼ା ଗାଁରେ ଏହା ଚତୁର୍ଥ କରୋନା ମାମଲା ସାମ୍ନାକୁ ଆସିଛି। ଯାହା ପରେ ଆଥଲେଟଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଇନଜାଇ ସିଟିର ଅଧିକାରୀ କହିଛନ୍ତି, ଆମେ ଆଜି ଜାଣିବାକୁ ପାଇଛୁ ଯେ କରୋନାରେ ଆକ୍ରାନ୍ତ ହୋଇଥିବା ଜିମ୍ନାଷ୍ଟ ଜଣକ ଜଣେ ଟିନଏଜର୍। ତାଙ୍କ ଭିତରେ କରୋନାର କୌଣସି ଲକ୍ଷଣ ନାହିଁ ଏବଂ ତାଙ୍କୁ ଆଇସୋଲେଟ୍ କରିଦିଆଯାଇଛି। ଏହି ମହିଳା ଆଥଲେଟ୍ ଜଣକ ଜୁଲାଇ ୧୫ ତାରିଖରେ ଟୋକିଓରେ ପହଞ୍ଚିଥିଲେ।

Advertisment

ନିକଟରେ ଚେକ୍ ଗଣରାଜ୍ୟର ଭଲିବଲ୍ ଖେଳାଳି ଆନ୍ଦ୍ରେଜ୍ ପେରୁସିଚ୍ ମଧ୍ୟ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିଲେ। ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବ। କିନ୍ତୁ ଲଗାତର କରୋନା ମାମଲା ସାମ୍ନାକୁ ଆସିବା ପରେ ଆୟୋଜକଙ୍କ ଚିନ୍ତା ବଢ଼ିଯାଇଛି।

ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ପୁରୁଷ ଅଣ୍ଡର୍-୨୩ ଫୁଟବଲ୍ ଟିମର ତିନିଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏମାନେ ହେଲେ ଥାବିସୋ ମୋନୟାନେ (ଖେଳାଳି), କାମୋହେଲୋ ମାହଲାତସି (ଖେଳାଳି) ଓ ମାରିଓ ମାଶା (ଭିଡିଓ ଆନାଲିଷ୍ଟ)।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe