Advertisment

ଧୋନିଙ୍କ ନେତୃତ୍ୱରେ ଡେବ୍ୟୁ କରିଥିବା ଭାରତୀୟ କ୍ରିକେଟର୍ ନେଲେ ସନ୍ନ୍ୟାସ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଡେବ୍ୟୁ କରିଥିବା ଭାରତୀୟ ପେସ୍ ବୋଲର ସୁଦୀପ ତ୍ୟାଗି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସୁଦୀପ ମଙ୍ଗଳବାର କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇ ଘୋଷଣା କରିଛନ୍ତି। ସନ୍ନ୍ୟାସ ଘୋଷଣା କରି ତ୍ୟାଗି କହିଛନ୍ତି, ନିଜର ସ୍ୱପ୍ନକୁ ଅଲବିଦା କହିବା ମୋ ପାଇଁ ସବୁଠାରୁ କଷ୍ଟକର ନିଷ୍ପତ୍ତି। ମୋ ଭଳି ଅନ୍ୟ ଖେଳାଳିଙ୍କର  ମଧ୍ୟ ଦେଶ ପାଇଁ ପ୍ରତିନିଧିତ୍ୱ କରିବା ସ୍ୱପ୍ନ ହୋଇଥାଏ। […]

ଅଦ୍ୟତନ ହୋଇଛି
ଧୋନିଙ୍କ ନେତୃତ୍ୱରେ ଡେବ୍ୟୁ କରିଥିବା ଭାରତୀୟ କ୍ରିକେଟର୍ ନେଲେ ସନ୍ନ୍ୟାସ

tyagi

Advertisment

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଡେବ୍ୟୁ କରିଥିବା ଭାରତୀୟ ପେସ୍ ବୋଲର ସୁଦୀପ ତ୍ୟାଗି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସୁଦୀପ ମଙ୍ଗଳବାର କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇ ଘୋଷଣା କରିଛନ୍ତି।

Advertisment

ସନ୍ନ୍ୟାସ ଘୋଷଣା କରି ତ୍ୟାଗି କହିଛନ୍ତି, ନିଜର ସ୍ୱପ୍ନକୁ ଅଲବିଦା କହିବା ମୋ ପାଇଁ ସବୁଠାରୁ କଷ୍ଟକର ନିଷ୍ପତ୍ତି। ମୋ ଭଳି ଅନ୍ୟ ଖେଳାଳିଙ୍କର  ମଧ୍ୟ ଦେଶ ପାଇଁ ପ୍ରତିନିଧିତ୍ୱ କରିବା ସ୍ୱପ୍ନ ହୋଇଥାଏ। ତା'ଛଡ଼ା ଭାରତୀୟ ଜର୍ସିକୁ ପିନ୍ଧିବାର ଅନୁଭୂତି ସବୁଠାରୁ ଶ୍ରେଷ୍ଠ ବୋଲି ତ୍ୟାଗି କହିଛନ୍ତି।

https://twitter.com/sudeeptyagi005/status/1328699392350515200?s=20

୩୩ ବର୍ଷୀୟ ଏହି ପେସ୍ ବୋଲର ଜଣକ ୪ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ସେ ୨୦୦୯ରେ ଧୋନିଙ୍କ ନେତୃତ୍ୱରେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ଦମଦାର ଡେବ୍ୟୁ କରିଥିଲେ। ପ୍ରଥମ ଟି-୨୦ ମ୍ୟାଚରେ ତ୍ୟାଗିଙ୍କୁ କୌଣସି ସଫଳତା ମିଳିନଥିଲା। ହେଲେ ଦିନିକିଆରେ ସେ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର୍ କୁମାର ସାଙ୍ଗାକାରାଙ୍କୁ ନିଜର ପ୍ରଥମ ଶିକାର ବନାଇଥିଲେ।

Advertisment

୨୦୧୦ରେ ସେ ଭାରତ ପକ୍ଷରୁ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଦିନିକିଆରେ ସେ ମାତ୍ର ୩ଟି ୱିକେଟ୍ ନେଇଛନ୍ତି। ସେ ଆଇପିଏଲର ଦୁଇଟି ସିଜନ୍ (୨୦୦୯ ଓ ୨୦୧୦)ରେ ଚେନ୍ନାଇ ସୁପର୍ କିଙ୍ଗସ୍ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ମୋଟ ୧୪ଟି ମ୍ୟାଚ୍ ଖେଳିଛନ୍ତି। ସେ ୪୧ ପ୍ରଥମଶ୍ରେଣୀ ମ୍ୟାଚରେ ୧୦୯ ୱିକେଟ୍ ଏବଂ ୨୩ଟି ଲିଷ୍ଟ-ଏ ମ୍ୟାଚରେ ୩୧ଟି ସଫଳତା ପାଇଛନ୍ତି।

ଆଗକୁ ପଢ଼ନ୍ତୁ : କରୋନା ଉଜାଡ଼ିଦେଲା ସ୍ୱପ୍ନ, ତାରକା କ୍ରିକେଟରରୁ ଡେଲିଭରୀ ବୟ

Indian Cricket Team Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe