/odisha-reporter/media/media_files/2025/09/24/vaibhav-suryavanshi-2025-09-24-17-58-21.jpg)
ବୈଭବ ସୂର୍ଯ୍ୟବଂଶୀ
କନିଷ୍ଠ ଖେଳାଳି ଭାବେ ଆଇପିଏଲରେ ଡେବ୍ୟୁ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ(Vaibhav Suryavanshi ) ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଇପିଏଲରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ସୂର୍ଯ୍ୟବଂଶୀ ଭାରତ ପାଇଁ ଜୁନିୟର ବର୍ଗରେ କ୍ରମାଗତ ଭଲ ପ୍ରଦର୍ଶନ କରିଚାଲିଛନ୍ତି। ଏବେ ସେ ଅଷ୍ଟ୍ରେଲିଆ ଟୁରରେ ଥିବା ବେଳେ ଭାରତ ପାଇଁ ଅଣ୍ଡର ୧୯ ବିଶ୍ୱକପ ଜିତିଥିବା ଅଧିନାୟକ ଉନ୍ମକ୍ତ ଚାନ୍ଦଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।
ଅଷ୍ଟ୍ରେଲିଆ ଓ ଭାରତ ଅଣ୍ଡର ୧୯ ଟିମ ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ ୟୁଥ ଦିନିକିଆରେ ସୂର୍ଯ୍ୟବଂଶୀ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ଟୁରରେ ଯାଇଥିବା ବେଳେ ସେଠାରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି।
ଆଜି ଦ୍ୱିତୀୟ ଦିନିକିଆରେ(Cricket)s ସୂର୍ଯ୍ୟବଂଶୀ ୬୮ ବଲରେ ୭୦ ରନର ଇନିଂସ ଖେଳିଛନ୍ତି। ଏଥିରେ ୬ଟି ଛକା ଓ ୫ଟି ଚୌକା ରହିଛି। ଏହି ଇନିଂସ ପରେ ୟୁଥ ଦିନିକିଆରେ ସର୍ବାଧିକ ଛକା ମାରିବାର ରେକର୍ଡ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଯାଇଛି। ପୂର୍ବରୁ ଏହା ଚାନ୍ଦଙ୍କ ନାଁରେ ଥିଲା।
ବର୍ତ୍ତମାନ ସୁଦ୍ଧା ୧୪ ବର୍ଷୀୟ ସୂର୍ଯ୍ୟବଂଶୀ ୟୁଥ ଦିନିକିଆରେ ୪୧ଟି ଛକା ମାରି ସାରିଲେଣି। ଚାନ୍ଦ ୩୮ଟି ଛକା ମାରିଥିଲେ। ପ୍ରଥମ ଦିନିଆରେ ସୂର୍ଯ୍ୟବଂଶୀ ୨୨ ବଲରେ ୩୮ ରନ କରିଥିଲେ। ଭାରତ ୨୨୬ ରନର ଟାର୍ଗେଟକୁ ୩୦.୩ ଓଭରରେ ଚେଜ କରି ଦେଇଥିଲା।
ଆଜି ଭାରତ ୩୦୦ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ଅଣ୍ଡର ୧୯ ଟିମ କେବଳ ୨୪୯ ରନ କରି ପାରିଥିଲା। ଭାରତ ୫୧ ରନରେ ମ୍ୟାଚ୍ ଜିତି ନେଇଛି।
1st Youth ODI: 38(22) ⚡
— Star Sports (@StarSportsIndia) September 24, 2025
2nd Youth ODI: 70(68) 💥#VaibhavSooryavanshi on a roll in Australia! 🔥
AUS U19 🆚 IND U19 ▶️ 2nd Youth ODI LIVE NOW 👉 https://t.co/r2WyBdziXLpic.twitter.com/sVayk3rGoF
ସୂର୍ଯ୍ୟବଂଶୀଙ୍କ କଥା ବିଚାରକୁ ନେଲେ ଏହାପୂର୍ବରୁ ସେ ଇଂଲଣ୍ଡ ଗସ୍ତ କରିଥିଲେ। ସେଠାରେ ୫ଟି ଦିନିଆରେ ୭୧ ହାରରେ ୩୫୫ ରନ କରିଥିଲେ। ତାଙ୍କ ବ୍ୟାଟରୁ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା।
ପ୍ରଥମ ଦୁଇଟି ମ୍ୟାଚ୍ରେ ସେ ୪୦ରୁ ଅଧିକ ରନ କରିଥିଲେ। ଏହାପରେ ୩୧ ବଲରେ ୮୬ ରନ ଓ ୪ର୍ଥ ମ୍ୟାଚ୍ରେ ୭୮ ବଲରେ ୧୪୩ ରନର ଇନିଂସ ଖେଳି ସେ ସମସ୍ତଙ୍କୁ ନିଜ ଦକ୍ଷତାର ପରିଚୟ ଦେଇଥିଲେ। ଏହି ଇନିଂସରେ ସେ ୧୩ଟି ଚୌକା ଓ ୧୦ଟି ଛକା ମାରିଥିଲେ। ୫୧ ବଲରେ ଶତକ ହାସଲ କରିବାର ୟୁଥ ଦିନିକିଆ ରେକର୍ଡ ମଧ୍ୟ ସୂର୍ଯ୍ୟବଂଶୀ ନିଜ ନାଁରେ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
