ଭାଇରାଲ ହେଉଛି ଏହି କ୍ୟାଚ୍‌ର ଭିଡିଓ

ମେଲବର୍ଣ୍ଣ: ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ୱେଷ୍ଟ ଇଣ୍ଡିଜ କ୍ରିକେଟର ଜୋଫ୍ରା ଆର୍ଚ୍ଚର ‘ବିଗ୍‌ ବ୍ୟାଶ’ କ୍ରିକେଟ ଲିଗ୍‌ର ଏକ ମ୍ୟାଚରେ ଧରିଥିବା ଏକ ଅବିଶ୍ୱସନୀୟ କ୍ୟାଚ୍‌ର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଆଜି ‘ବିଗ୍‌ ବ୍ୟାଶ’ ଲିଗ୍‌ ମ୍ୟାଚରେ ହୋବାର୍ଟ ହରିକେନ୍ସ ଓ ବ୍ରିସବେନ୍‌ ହିଟ ମଧ୍ୟରେ ଚାଲିଥିବା ମ୍ୟାଚ୍‌ରେ ଜୋଫ୍ରା ଛକା ହେବାକୁ ଯାଉଥିବା ଏକ ବଲ୍‌କୁ ଗୋଟିଏ ହାତରେ କ୍ୟାଚ୍‌ କରି ଷ୍ଟାର ପାଲଟି ଯାଇଛନ୍ତି। ହୋବାର୍ଟ ହରିକେନ୍ସ […]

d

Hemant Lenka
  • Published: Tuesday, 29 January 2019
  • , Updated: 29 January 2019, 08:39 PM IST

ମେଲବର୍ଣ୍ଣ: ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ୱେଷ୍ଟ ଇଣ୍ଡିଜ କ୍ରିକେଟର ଜୋଫ୍ରା ଆର୍ଚ୍ଚର 'ବିଗ୍‌ ବ୍ୟାଶ' କ୍ରିକେଟ ଲିଗ୍‌ର ଏକ ମ୍ୟାଚରେ ଧରିଥିବା ଏକ ଅବିଶ୍ୱସନୀୟ କ୍ୟାଚ୍‌ର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଆଜି 'ବିଗ୍‌ ବ୍ୟାଶ' ଲିଗ୍‌ ମ୍ୟାଚରେ ହୋବାର୍ଟ ହରିକେନ୍ସ ଓ ବ୍ରିସବେନ୍‌ ହିଟ ମଧ୍ୟରେ ଚାଲିଥିବା ମ୍ୟାଚ୍‌ରେ ଜୋଫ୍ରା ଛକା ହେବାକୁ ଯାଉଥିବା ଏକ ବଲ୍‌କୁ ଗୋଟିଏ ହାତରେ କ୍ୟାଚ୍‌ କରି ଷ୍ଟାର ପାଲଟି ଯାଇଛନ୍ତି।

ହୋବାର୍ଟ ହରିକେନ୍ସ ପକ୍ଷରୁ ଖେଳୁଥିବା ଏହି ୨୩ ବର୍ଷୀୟ ଅଲରାଉଣ୍ଡର ଜୋଫ୍ରା ବାଉଣ୍ଡରୀ ଲାଇନ୍‌ ଉପରେ ନିଜର ଚମତ୍କାର ଫିଟ୍‌ନେସ ପ୍ରଦର୍ଶନ କରି କ୍ୟାଚ୍‌ଟିକୁ ଶୂନ୍ୟରୁ ଝାମ୍ଫି ନେଇଛନ୍ତି। ହୋବାର୍ଟ ହରିକେନ୍ସର ଫକନର ବୋଲିଂ କରୁଥିବା ବେଳେ ବ୍ରିସବେନ ହିଟ ପକ୍ଷରୁ ବ୍ୟାଟିଂ କରୁଥିବା ମାକ୍ସ ବ୍ରାୟଣ୍ଟ ଲଙ୍ଗ ଅନ୍‌ ଉପର ଦେଇ ଏକ ଶଟ୍ ମାରିଥିଲେ। ଏହି ବଲ୍‌ଟି ଛକା ହେବାକୁ ଯାଉଥିଲା। କିନ୍ତୁ ଜୋଫ୍ରା ପ୍ରଥମେ ଜମ୍ପ ମାରି ବଲ୍‌ଟିକୁ ବାଉଣ୍ଡରୀ ମଧ୍ୟକୁ ଆଣିଥିଲେ। ଏହାପରେ ଏହାକୁ କ୍ୟାଚ୍‌ କରି ନେଇଥିଲେ।

ଏହି ମ୍ୟାଚ୍‌ରେ ଜୋଫ୍ରା ବୋଲିଂ କରି ଦୁଇଟି ୱିକେଟ୍‌ ମଧ୍ୟ ନେଇଛନ୍ତି।

ଦେଖନ୍ତୁ ଭିଡିଓ

https://twitter.com/i/status/1090116276842708992

Related story