f
ମୁମ୍ବାଇ: ଟିମ୍ ଇଣ୍ଡିଆର ଓପନର ତଥା କାମଚଳା ଅଧିନାୟକ ରୋହିତ ଶର୍ମାଙ୍କ ଦୁଇ ମାସର ଝିଅ ସମାଇରାଙ୍କ ହସୁଥିବାର ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସମାଇରା ଆଖି ବନ୍ଦ କରି ହସୁଥିବା ବେଳେ ରୋହିତଙ୍କ ପତ୍ନୀ ରିତିକା ଏହାକୁ ଶୁଟ୍ କରିଥିଲେ। ଏହାପରେ ସେ ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ।
ଭିଡିଓଟି ଆଜି ସକାଳେ ପୋଷ୍ଟ ହେବା କ୍ଷଣି ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ଏହାକୁ ଶେୟାର କରୁଥିବା ବେଳେ 'କ୍ୟୁଟ୍' ସମାଇରାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି। ମଜାର କଥା ହେଲା, ଅନେକ ଲୋକ ସମାଇରାଙ୍କ ହସ ସଂପୂର୍ଣ୍ଣ ଭାବେ ରୋହିତ ଶର୍ମାଙ୍କ ହସ ଭଳି ବୋଲି ମତ ଦେଇଛନ୍ତି।
ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ଖେଳୁଥିବା ବେଳେ ତାଙ୍କ ପତ୍ନୀ ରିତିକା ଡିସେମ୍ବର ୩୧ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ଅଷ୍ଟ୍ରେଲିଆରୁ ରୋହିତ ମୁମ୍ବାଇ ଆସିଥିଲେ। କିଛି ଦିନ ରହିବା ପରେ ଜାନୁଆରୀ ୮ରୁ ପୁଣି ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଦିନିକିଆ ସିରିଜ୍ ଖେଳିଥିଲେ। ଏହାପରେ ସେଠାରୁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲେ। ସେବେଠାରୁ ସେ ନିଜ ଝିଅଠାରୁ ଦୂରେଇ ରହିଛନ୍ତି।
ଦେଖନ୍ତୁ ଭିଡିଓ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/02/f-7.jpg)