Advertisment

ପଡ଼ିଆରେ କାହିଁକି ହଠାତ ଡ୍ୟାନ୍ସ କଲେ ବିରାଟ !

ଏଡିଲେଡ୍‌: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି କୌଣସି ନା କୌଣସି କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି। ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍‌ ଇଣ୍ଡିଆ ଟେଷ୍ଟ ମ୍ୟାଚ୍‌ ଖେଳୁଛି। କିନ୍ତୁ ମ୍ୟାଚ୍‌ର ତୃତୀୟ ଦିନରେ ପଡ଼ିଆରେ ଫିଲ୍ଡିଂ କରୁଥିବା ବିରାଟ୍‌ ଏକ ନିଆରା ଢଙ୍ଗରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଆଜି ମ୍ୟାଚ୍‌ ଆରମ୍ଭରୁ ବର୍ଷାର ଲୁଚକାଳି ଖେଳ ଦେଖିବାକୁ ମିଳିଥିଲା। ବର୍ଷା ଛାଡ଼ିବା ପରେ ଟିମ୍‌ ଇଣ୍ଡିଆ ଫିଲ୍ଡିଂ କରିବାକୁ ଆସିଥିଲା। ଏହି ସମୟରେ […]

ପଡ଼ିଆରେ କାହିଁକି ହଠାତ ଡ୍ୟାନ୍ସ କଲେ ବିରାଟ !

g

Advertisment

ଏଡିଲେଡ୍‌: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି କୌଣସି ନା କୌଣସି କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି। ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍‌ ଇଣ୍ଡିଆ ଟେଷ୍ଟ ମ୍ୟାଚ୍‌ ଖେଳୁଛି। କିନ୍ତୁ ମ୍ୟାଚ୍‌ର ତୃତୀୟ ଦିନରେ ପଡ଼ିଆରେ ଫିଲ୍ଡିଂ କରୁଥିବା ବିରାଟ୍‌ ଏକ ନିଆରା ଢଙ୍ଗରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।

Advertisment

ଆଜି ମ୍ୟାଚ୍‌ ଆରମ୍ଭରୁ ବର୍ଷାର ଲୁଚକାଳି ଖେଳ ଦେଖିବାକୁ ମିଳିଥିଲା। ବର୍ଷା ଛାଡ଼ିବା ପରେ ଟିମ୍‌ ଇଣ୍ଡିଆ ଫିଲ୍ଡିଂ କରିବାକୁ ଆସିଥିଲା। ଏହି ସମୟରେ ବିରାଟ୍‌ ସ୍ଲିପ୍‌ ଅଞ୍ଚଳରେ ଛିଡ଼ା ହୋଇଥିଲେ। ତେବେ ଫିଲ୍ଡିଂ ବେଳେ ହଠାତ ବିରାଟ୍‌ ନିଜ ମୁଣ୍ଡକୁ ହଲାଇବା ସହ ହାତ ହଲାଇ ମନକୁ ମନ ଡ୍ୟାନ୍ସ କରିଥିଲେ।

ଆଜି ତାଙ୍କ ଧର୍ମପତ୍ନୀ ତଥା ଲୋକପ୍ରିୟ ଚିତ୍ର ତାରକା ଅନୁଷ୍କା ଶର୍ମା ଅଷ୍ଟ୍ରେଲିଆରେ ଆସି ପହଞ୍ଚିଥିବାରୁ ସେ ଖୁସିରେ ଏଭଳି ନାଚିଥାଇ ପାରନ୍ତି ବୋଲି କୁହାଯାଉଛି। ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

Advertisment

https://twitter.com/twitter/statuses/1071224976726876160

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe