Advertisment

ଯୁବରାଜଙ୍କ ରିଭର୍ସ ସୁଇପ୍‌ରେ ଛକ୍କାର ଭିଡିଓ ଭାଇରାଲ

ମାଲେ: ଖରାପ ଫର୍ମ ପାଇଁ ଟିମ୍‌ ଇଣ୍ଡିଆ ବାହାରେ ରହୁଥିବା ଯୁବରାଜ ସିଂହ ଏବେ ଘରୋଇ କ୍ରିକେଟରେ ନିଜର ଜଲୱା ଦେଖାଇଛନ୍ତି। ଏୟାର ଇଣ୍ଡିଆ ପକ୍ଷରୁ ମାଳଦ୍ୱୀପ ବିପକ୍ଷରେ ଖେଳୁଥିବା ଯୁବରାଜ ରିଭର୍ସ ସୁଇପ୍‌ରେ ଏକ ଛକା ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମାଲେର ଇକୁଭେନି କ୍ରିକେଟ୍‌ ଗ୍ରାଉଣ୍ଡରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ସିରିଜ୍‌ ଚାଲିଛି। ଏହାକୁ ମାଳଦ୍ୱୀପ କ୍ରୀଡ଼ା ମନ୍ତ୍ରଣାଳୟ, […]

author-image
Hemant Lenka
ଯୁବରାଜଙ୍କ ରିଭର୍ସ ସୁଇପ୍‌ରେ ଛକ୍କାର ଭିଡିଓ ଭାଇରାଲ

dt

ମାଲେ: ଖରାପ ଫର୍ମ ପାଇଁ ଟିମ୍‌ ଇଣ୍ଡିଆ ବାହାରେ ରହୁଥିବା ଯୁବରାଜ ସିଂହ ଏବେ ଘରୋଇ କ୍ରିକେଟରେ ନିଜର ଜଲୱା ଦେଖାଇଛନ୍ତି। ଏୟାର ଇଣ୍ଡିଆ ପକ୍ଷରୁ ମାଳଦ୍ୱୀପ ବିପକ୍ଷରେ ଖେଳୁଥିବା ଯୁବରାଜ ରିଭର୍ସ ସୁଇପ୍‌ରେ ଏକ ଛକା ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ମାଲେର ଇକୁଭେନି କ୍ରିକେଟ୍‌ ଗ୍ରାଉଣ୍ଡରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ସିରିଜ୍‌ ଚାଲିଛି। ଏହାକୁ ମାଳଦ୍ୱୀପ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତୀୟ ହାଇକମିଶନ ଓ ମାଳଦ୍ୱୀପ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଆୟୋଜନ କରାଯାଉଛି। ଏହି ସିରିଜ୍‌ରେ ଯୁବରାଜ ଏୟାର ଇଣ୍ଡିଆ ପକ୍ଷରୁ ଖେଳୁଛନ୍ତି।

ଏହି ମ୍ୟାଚ୍‌ରେ ମାଳଦ୍ୱୀପର ଜଣେ ବୋଲରଙ୍କ ବଲ୍‌କୁ ଯୁବରାଜ ବେଶ ଆରାମରେ ରିଭର୍ସ ସୁଇପ୍‌ରେ ବାଉଣ୍ଡରୀ ଆରପଟକୁ ପଠାଇ ଦେଇଥିଲେ।

Advertisment

ଯୁବରାଜ ଆଇପିଏଲ୍ ପୂର୍ବରୁ ଏଭଳି ଆକ୍ରମଣାତ୍ମାକ ରୂପ ଦେଖାଇଥିବାରୁ ସେ ଏଥର ଟୁର୍ଣ୍ଣାମେଣ୍ଟରେ ଭଲ କରିବେ ବୋଲି ସମସ୍ତେ ଆଶା କରୁଛନ୍ତି। ଆଇପିଏଲ୍‌ ପାଇଁ ଯୁବରାଜଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧ କୋଟି ଟଙ୍କାରେ କିଣିଛି।
https://twitter.com/i/status/1096722649164771328