ରାଞ୍ଚି: ଆହତ ହୋଇଥିବା କାରଣରୁ ଏସିଆ କପ୍ଠାରୁ ଟିମ୍ ଇଣ୍ଡିଆରୁ ବାଦ ପଡ଼ିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଚର୍ଚ୍ଚାରେ। ତାଙ୍କର ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିବା ବେଳେ ଏହାକୁ ନେଇ ଫ୍ୟାନ୍ମାନେ ହାର୍ଦ୍ଦିକ ଧୂମପାନ କରୁଛନ୍ତି କି ବୋଲି ପ୍ରଶ୍ନ କରିବାରେ ଲାଗିଛନ୍ତି।
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ସାକ୍ଷୀଙ୍କ ଜନ୍ମଦିନ ପାର୍ଟିରେ ହାର୍ଦ୍ଦିକ ଧୂମପାନ କରୁଥିବା କ୍ୟାମେରାରେ ଧରାପଡ଼ିଛି। ସାକ୍ଷୀ କେକ୍ କାଟିବା ସମୟରେ ହିଁ ଧୋନି ସେଠାରେ ଉପସ୍ଥିତ ଥିଲେ।
ଏହି ସମୟରେ ଧୋନିଙ୍କ ପଛ ପଟେ ଥିବା ହାର୍ଦ୍ଦିକ ଧୂମପାନ କରୁଥିବା ଦେଖିବାକୁ ମିଳିଛି। ତେବେ ସେ ପ୍ରକୃତରେ ଧୂମପାନ କରୁଥିଲେ ନା ସେଇ ଧୂଆଁ ଆଉ କିଛି ଥିଲା, ତାହା ସ୍ପଷ୍ଟ ହୋଇନି। କିନ୍ତୁ ଏହାକୁ ନେଇ ଫ୍ୟାନ୍ମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଭିଡିଓଟିକୁ ସେମାନେ ଶେୟାର କରିବାରେ ଲାଗିଛନ୍ତି।
ଦେଖନ୍ତୁ ଭିଡିଓ:
View this post on Instagram
Cake cutting ?? #SakshiDhoni #Msdhoni
A post shared by Sakshi Singh Dhoni FC ? (@_sakshisingh_r) on
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଲୋକସେବକ ମଣ୍ଡଳ ପକ୍ଷରୁ ଲାଲା ଲଜପତ ରାୟଙ୍କ ପୁଣ୍ୟତିଥି ପାଳିତ, ଯୋଗଦେଲେ ବୈଜୟନ୍ତ
ଲାଲା ଲଜପତ ରାୟଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ ବୈଜୟନ୍ତ ପଣ୍ଡା।
Events & Festivals
ବାଲିଯାତ୍ରାରେ ବାସି ଖାଦ୍ୟ
ଖାଦ୍ୟରେ ଏମିତି ରଙ୍ଗ ମିଶାଉଛନ୍ତି, ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।
Events & Festivals
ଗୀତ ଅଧାରୁ ଷ୍ଟେଜ୍ ଛାଡ଼ିବାକୁ ଅସୀମାଙ୍କୁ କୁହାଗଲା
ଅଧାରୁ ଗୀତ ବନ୍ଦ ହେବାରୁ ଦର୍ଶକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।
Events & Festivals
ରାଗିଗଲେ ମୁଖ୍ୟମନ୍ତ୍ରୀ
ସିସୋର ଘାଟରେ ଡଙ୍ଗାରେ ବସି ବାଲିଯାତ୍ରା ଦେଖିବାକୁ ଗଡଗଡ଼ିଆ ଘାଟରେ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ।
Events & Festivals
ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା
ଚଳିତବର୍ଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ସାଉଥ୍ ଇଷ୍ଟ ଏସିଆ ପାଭିଲିୟନ। ଜାଭା, ସୁମାତ୍ରା, ବାଲି ଇଣ୍ଡୋନେସିଆ ପରି ଦେଶ ସହିତ ଆମ ଦେଶର ନୌବାଣିଜ୍ୟ ପରମ୍ପରା ସମ୍ପର୍କର ତଥ୍ୟ ଜାଣିପାରିବେ ଦର୍ଶକ।