Advertisment

ଅଲିମ୍ପିକ୍ସରେ ଇତିହାସ ରଚିଲେ ଭିନେଶ, ସ୍ୱର୍ଣ୍ଣ ପାଇଁ ଖେଳିବେ

ସାକ୍ଷୀ ମଲିକଙ୍କ ପରେ ଭିନେଶ ଦ୍ୱିତୀୟ ଭାରତୀୟ ମହିଳା ରେସଲରେ ଦେଶ ପାଇଁ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Vinesh

Vinesh

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଷ୍ଟାର ରେସଲର ଭିନେଶ ଫୋଗାଟ। ସେ ଭାରତ ପାଇଁ ମହିଳା ୫୦ କେଜି ବର୍ଗ କୁସ୍ତିରେ ପଦକ ପକ୍କା କରିଛନ୍ତି। ସେମି ଫାଇନାଲରେ ସେ ଦମଦାର ପ୍ରଦର୍ଶନ କରି କ୍ୟୁବାର ଗୁଜମାନଙ୍କୁ ୫-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି।

Advertisment

ଯଦି ସେ ଫାଇନାଲରେ ବି ହାରୁଛନ୍ତି, ତା’ହେଲେ ଭାରତ ରୌପ୍ୟ ପଦକ ପାଇବ। କିନ୍ତୁ ଭିନେଶ ସ୍ୱର୍ଣ୍ଣ ପଦକ ଜିତିବା ଲକ୍ଷ୍ୟରେ ରହିଛନ୍ତି।

ସାକ୍ଷୀ ମଲିକଙ୍କ ପରେ ଭିନେଶ ଦ୍ୱିତୀୟ ଭାରତୀୟ ମହିଳା ରେସଲରେ ଦେଶ ପାଇଁ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି। ସାକ୍ଷୀ ୨୦୧୮ ରିଓ ଅଲିମ୍ପିକ୍ସରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ହେଲେ ଭିନେଶ ଆଜି ଦେଶ ପାଇଁ ରୌପ୍ୟ ପଦକ ପକ୍କା କରି ନେଇଛନ୍ତି।

Advertisment

ଭିନେଶ ତାଙ୍କର ପ୍ରଥମ ମ୍ୟାଚ୍‌ରେ ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ବିଜେତା ଜାପାନର ସୁସାକିଙ୍କୁ ୩-୨ରେ ହରାଇଥିଲେ। ଏହାପରେ କ୍ୱାର୍ଟର ଫାଇନାଲରେ ୟୁକ୍ରେନର ଓକସାନା ଲିଭାଚିଙ୍କୁ ୭-୫ ହରାଇ ସେମିରେ ପ୍ରବେଶ କରିଥିଲେ। ସେମିରେ ସେ କ୍ୟୁବାର ଗୁଜମାନଙ୍କୁ ୫-ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ଏବେ ସେ ସ୍ୱର୍ଣ୍ଣ ପଦକ ଠାରୁ ଗୋଟିଏ ବିଜୟ ଦୂରରେ ରହିଛନ୍ତି। 

ମହିଳା ୫୦ କେଜି ବର୍ଗରେ ଭାଗ ନେଇଥିବା ଭିନେଶ ପ୍ରି-କ୍ୱାର୍ଟର ଫାଇନାଲରେ ହିଁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ବିଶ୍ୱ କୁସ୍ତିର ୫୦ କେଜି ବର୍ଗର ୧ନଂ ଖେଳାଳି ସୁସାକିଙ୍କ ସହ ଭିନେଶଙ୍କ ଲଢ଼େଇ ହୋଇଥିଲା। ପୂରା ମ୍ୟାଚ୍‌ରେ ଭିନେଶ ଡିଫେନ୍ସ କରିଥିଲେ। ଏଥିପାଇଁ ସୁସାକିଙ୍କୁ ୨ଟି ଟେକ୍ନିକାଲ ପଏଣ୍ଟ ମିଳିଥିଲା।

ତେବେ ଶେଷ ୧୦ ସେକେଣ୍ଡରେ ଭିନେଶ ଆଟାକ କରି ସୁସାକିଙ୍କୁ ତଳେ ପକାଇ ଦେଇଥିଲେ। ତେଣୁ ତାଙ୍କୁ ୨ ପଏଣ୍ଟ ମିଳିଥିଲା। ଯେହେତୁ ଭିନେଶ ତଳେ ପକାଇ ୨ ପଏଣ୍ଟ ହାସଲ କରିଥିଲେ। ତେଣୁ ତାଙ୍କୁ ବିଜେତା ଘୋଷଣା କରାଯାଇଥିଲା। ଏହାକୁ ସୁସାକି ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଏହା ଖାରଜ ହୋଇଯିବାରୁ ଭିନେଶ ଅତିରିକ୍ତ ଭାବେ ୧ନଂ ପଏଣ୍ଟ ପାଇଥିଲେ। ଏଥିସହ ମ୍ୟାଚ୍‌କୁ ୩-୨ରେ ଜିତି ନେଇଥିଲେ। 

୫୦ କେଜି ବର୍ଗର ୧ନଂ ଖେଳାଳିଙ୍କୁ ହରାଇ କ୍ୱାର୍ଟରରେ ପହଞ୍ଚିଥିବା ଭିନେଶଙ୍କ ମୁକାବିଲା ୟୁକ୍ରେନର ଷ୍ଟାର ଓକସାନାଙ୍କ ସହ ହୋଇଥିଲା। ଏଠାରେ ଭିନେଶ ଦବଦବା ଦେଖାଇ ସ୍ଥିତି ୪-୦ କରି ଦେଇଥିଲେ। ତାଙ୍କୁ ଆଉ ଗୋଟିଏ ଟେକ୍ନିକାଲ ପଏଣ୍ଟ ମିଳିଥିଲା।

ତେବେ ଶେଷ କିଛି ସେକେଣ୍ଡ ପୂର୍ବରୁ ଓକସାନା ଘନଘନ ଆକ୍ରମଣ କରି ୪ ପଏଣ୍ଟ ହାତେଇଥିଲେ। ଭିନେଶ ମଧ୍ୟ ଆଉ ୨ ପଏଣ୍ଟ ପାଇଥିଲା। ତେବେ ଓକସାନା ପାଇଥିବା ଶେଷ ୨ ପଏଣ୍ଟକୁ ଭିନେଶ ଚ୍ୟାଲେଞ୍ଜ କରି ବିଫଳ ହେବାରୁ ଅତିରିକ୍ତ ଗୋଟିଏ ପଏଣ୍ଟ ୟୁକ୍ରେନ ଖେଳାଳିଙ୍କୁ ମିଳିଥିଲା। ତଥାପି ଭିନେଶ ନିଜର ଦମ ଦେଖାଇ ମ୍ୟାଚ୍‌କୁ ୭-୫ରେ ଜିତି ସେମିରେ ପ୍ରବେଶ କରିଥିଲେ।

Paris Olympics 2024 Vinesh Phogat Olympics 2024