Advertisment

ଅନ୍ତର୍ଜାତୀୟ କ୍ରୀଡ଼ା ଟ୍ରିବ୍ୟୁନାଲରେ ଫୋଗାଟଙ୍କ ଆବେଦନ, ପଦକ ପାଇଁ ଦାବି

ପ୍ୟାରିସ ଅଲିମ୍ପିକ୍ସ ରେସଲିଂ ଫାଇନାଲରେ ଅଯୋଗ୍ୟ ଘୋଷିତ ହେବାକୁ ନେଇ ଅନ୍ତର୍ଜାତୀୟ କ୍ରୀଡ଼ା ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଛନ୍ତି ଭିନେଶ ଫୋଗାଟ।

Vinesh Phogat

Vinesh Phogat

Advertisment

ଅନ୍ତର୍ଜାତୀୟ କ୍ରୀଡ଼ା ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହେଲେ ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ। ପ୍ୟାରିସ ଅଲିମ୍ପିକ୍ସ ରେସଲିଂ ଫାଇନାଲରେ ଅଯୋଗ୍ୟ ଘୋଷିତ ହେବାକୁ ନେଇ ସେ କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟ୍ସ (CAS)ରେ ଚ୍ୟାଲେଞ୍ଜ କରିଛନ୍ତି। ଏଥିସହ ରୌପ୍ୟ ପାଇଁ ମଧ୍ୟ ଦାବି କରିଛନ୍ତି ଫୋଗାଟ। 

Advertisment

ଆଜି CAS ଏହି ଆବେଦନର ଶୁଣାଣି କରିବେ। ଯଦି ଭିନେଶଙ୍କ ସପକ୍ଷରେ CAS ରାୟ ଦିଅନ୍ତି, ତେବେ ତାଙ୍କୁ ଜୁଗଳ ରୌପ୍ୟ ବିଜେତା ରୂପେ ଘୋଷିତ କରାଯିବ।

ପ୍ରକାଶ ଥାଉକି, ଭିନେଶ ଫୋଗାଟ ପ୍ରଥମ ଭାରତୀୟ କୁସ୍ତି ଯୋଦ୍ଧା ଭାବେ ଅଲିମ୍ପିକ୍ସ ୫୦ କେଜି ବର୍ଗ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ପ୍ରଥମ ମ୍ୟାଚରେ ସେ ବିଶ୍ୱର ନଂ ୧ ଖେଳାଳି ତଥା ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ବିଜେତା ଜାପାନର ୟୁଇ ସୁସାକିଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ।

Advertisment

ଏହାପରେ କ୍ୱାର୍ଟର ଫାଇନାଲରେ ୟୁକ୍ରେନର ଓକସାନା ଲିଭାଚିଙ୍କୁ ୭-୫ ଏବଂ ସେମିଫାଇନାଲରେ କ୍ୟୁବାର ଗୁଜମାନଙ୍କୁ ୫-୦ ବ୍ୟବଧାନରେ ହରାଇ ଫାଇନାଲକୁ ପ୍ରବେଶ କରିଥିଲେ। ଫଳରେ ସେ ଏକ ପ୍ରକାର ମେଡାଲ ଦାବିଦାର ଭାବେ ବିବେଚିତ ହୋଇଥିଲେ।

କିନ୍ତୁ ଫାଇନାଲ ଫାଇଟ୍ ପୂର୍ବରୁ ଓଜନକୁ ନେଇ ତାଙ୍କୁ ମ୍ୟାଚରୁ ଡିସକ୍ୱାଲିଫାଏ ବା ଅଯୋଗ୍ୟ ଘୋଷିତ କରା ଯାଇଥିଲା। ତାଙ୍କ ଓଜନ ୫୦ କିଲୋଗ୍ରାମରୁ ୧୦୦ ଗ୍ରାମ୍ ଅଧିକ ଥିବାରୁ ଅଲିମ୍ପିକ୍ସ ନିୟମ ଅନୁସାରେ, ଫାଇନାଲରୁ ବଞ୍ଚିତ ହେବାକୁ ପଡିଥିଲା। ଏହାକୁ ନେଇ ଭିନେଶ ଫୋଗାଟ ଅନ୍ତର୍ଜାତୀୟ କ୍ରୀଡା ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଛନ୍ତି। ଖୁବ୍ ଶୀଘ୍ର ଏ ଉପରେ ରାୟ ପ୍ରକାଶ ପାଇବ।  

CAS କ’ଣ?
କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ୍ (CAS) ହେଉଛି ଏକ ସ୍ୱୟଂଶାସିତ ଅନୁଷ୍ଠାନ। CAS 1984ରେ ପ୍ରତିଷ୍ଠିତ ହୋଇଥିଲା, ଯାହା କ୍ରୀଡ଼ା ସମ୍ବନ୍ଧୀୟ ବିବାଦର ସମାଧାନ କରିଥାଏ କିମ୍ବା ମଧ୍ୟସ୍ଥତା କରିଥାଏ। ଏହାର ମୁଖ୍ୟାଳୟ ସ୍ୱିଜରଲ୍ୟାଣ୍ଡର ଲୋଜାନୀରେ ଥିବାବେଳେ ନ୍ୟୁୟର୍କ ଏବଂ ସିଡନୀରେ ମଧ୍ୟ କୋର୍ଟ ରହିଛି। ଏଥିସହ ଯେଉଁ ସହରରେ ଅଲିମ୍ପିକ୍ସ ଆୟୋଜିତ ହୋଇଥାଏ ସେଠାରେ ଅସ୍ଥାୟୀ କୋର୍ଟ ପରିଚାଳିତ ହୋଇଥାଏ। 

Paris Olympics 2024 Vinesh Phogat Paris Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe