Advertisment

ଭିନେଶ ଫୋଗାଟ୍‌ଙ୍କୁ ମିଳିବ କି ରୌପ୍ୟ ପଦକ? ଆଜି ଆସିବ ଚୂଡ଼ାନ୍ତ ରାୟ

ରେସଲର ଭିନେଶ ଫୋଗାଟ୍‌ଙ୍କ ମେଡାଲ ସସପେନ୍ସ ଉପରୁ ଆଜି ହଟିବ ପରଦା। ଆଜି ସ୍ପଷ୍ଟ ହେବ ଭିନେଶଙ୍କୁ ଯୁଗ୍ମ ରୌପ୍ୟ ପଦକ ମିଳିବ ନା ନାହିଁ।

ଅଦ୍ୟତନ ହୋଇଛି
vinesh-phogat

vinesh-phogat

Advertisment

ରେସଲର ଭିନେଶ ଫୋଗାଟ୍‌ଙ୍କ ମେଡାଲ ସସପେନ୍ସ ଉପରୁ ଆଜି ହଟିବ ପରଦା। ଆଜି ସ୍ପଷ୍ଟ ହେବ ଭିନେଶଙ୍କୁ ଯୁଗ୍ମ ରୌପ୍ୟ ପଦକ ମିଳିବ ନା ନାହିଁ।

Advertisment

ପ୍ୟାରିସ୍ ଅଲିମ୍ପିକ୍ସରେ ଯୁଗ୍ମ ରୌପ୍ୟ ପାଇବା ନେଇ ଭିନେଶ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସରେ ଆବେଦନ କରିଥିଲେ। CAS ଭିନେଶଙ୍କ ଆବେଦନକୁ ଗ୍ରହଣ କରିଥିବା ବେଳେ ଏହାର ଶୁଣାଣି ଶେଷ ହୋଇଛି। ଆଜି ଏହାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି।

କୁସ୍ତି ୫୦ କେଜି ବର୍ଗରେ ଫାଇନାଲ୍ ପୂର୍ବରୁ ୧୦୦ ଗ୍ରାମ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ ଭିନେଶ୍ ଫୋଗାଟ୍‌। ପ୍ୟାରିସ୍ ଅଲିମ୍ପିକରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ୍‌ କୁସ୍ତିରୁ ସନ୍ୟାସ ନେଇ ବଡ଼ ଘୋଷଣା କରିସାରିଛନ୍ତି।

Advertisment

ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଲଗାତର ଭିନେତଶ ତିନୋଟି ମୁକାବିଲା ଜିତି ଫାଇନାଲ୍‌ରେ ପହଞ୍ଚିଥିଲେ। ଗତ ୭ ତାରିଖରେ ସେ ଫାଇନାଲ ମ୍ୟାଚ୍‌ ଖେଳିଥାନ୍ତେ। କିନ୍ତୁ ଏହା ପୂର୍ବରୁ ତାଙ୍କର ଧାର୍ଯ୍ୟ ସୀମାଠାରୁ ଅଧିକ ଓଜନ ଥିବା ଲାଗି ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ମାତ୍ର ୧୦୦ ଗ୍ରାମ୍‌ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍‌କ୍ୱାଲିଫାଏଡ୍‌ ଘୋଷଣା କରାଯାଇଥିଲା।

ଏପରି ଅପ୍ରତ୍ୟାଶିତ ଘଟଣା ତାଙ୍କୁ ଶକ୍ତ ଧକ୍କା ଦେଇଥିବା ବେଳେ ତାଙ୍କ ସ୍ୱର୍ଣ୍ଣ ଜିତିବା ସ୍ୱପ୍ନ ଚୁରମାର ହୋଇ ଯାଇଥିଲା। କିଛି ବୁଝିବା ପୂର୍ବରୁ ଫୋଗାଟ୍‌ଙ୍କ ହାତମୁଠାରେ ଥିବା ଅଲିମ୍ପିକ୍ସ ପଦକ ଅଚାନକ ଖସି ଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ସାରା ଦେଶ ସ୍ତବ୍ଧ ହୋଇ ଯାଇଥିଲା।

ଭିନେଶ ଫୋଗାଟ୍‌ଙ୍କ ଆଇନଜୀବୀ ସିଏଏସ୍ ସମ୍ମୁଖରେ ଓଜନ ବୃଦ୍ଧି ହେବାର କାରଣ ଉପସ୍ଥାପନ କରିଛନ୍ତି। ଚମ୍ପ ଡେ ମାର୍ସ ଆରେନାରେ କୁସ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଭଳି ପରିସ୍ଥିତିରେ ଚମ୍ପ ଡେ ମାର୍ସ ଆରେନା ଏବଂ ଅଲିମ୍ପିକ ସ୍ପୋର୍ଟସ ଗ୍ରାମ ମଧ୍ୟରେ ଅଳ୍ପ ଦୂରତା ଯୋଗୁ ଭିନେଶ ତାଙ୍କ ଓଜନ ହ୍ରାସ କରିପାରି ନ ଥିଲେ ବୋଲି ଆଇନଜୀବୀ କୋର୍ଟଙ୍କୁ କହିଛନ୍ତି।

ପ୍ରଥମ ଦିନରେ ଭିନେଶ ଲଗାତାର ତିନିଟି ଲଢ଼େଇ କରିଥିଲେ। ଏହି କାରଣରୁ ତାଙ୍କ ଶରୀର ସମ୍ପୂର୍ଣ୍ଣ କ୍ଳାନ୍ତ ହୋଇଯାଇଥିଲା। ସନ୍ଧ୍ୟା ସୁଦ୍ଧା ଭିନେଶଙ୍କ ଓଜନ ୨.୫ କିଲୋଗ୍ରାମରୁ ଅଧିକ ବୃଦ୍ଧି ପାଇ ୫୨.୭ କିଲୋଗ୍ରାମ ହୋଇଯାଇଥିଲା।

କୋର୍ଟରେ ଯୁକ୍ତି ଉପସ୍ଥାପନ କରିବାବେଳେ ଆଇନଜୀବୀ କହିଥିଲେ, ଫାଇନାଲ ମ୍ୟାଚ୍‌ ସକାଳେ ଭିନେଶଙ୍କୁ ଓଜନ ହ୍ରାସ କରିବାକୁ କୌଣସି ସମୟ ମିଳି ନ ଥିଲା। ୧୦୦ ଗ୍ରାମର ଓଜନ ବୃଦ୍ଧି ଏକ ବଡ କଥା ନୁହେଁ। ଗ୍ରୀଷ୍ମ ଋତୁରେ ଶରୀରରେ ଜଳର ପରିମାଣ ଅଧିକ ଥାଏ। ଏହି କାରଣରୁ ଶରୀରର ଓଜନ ସହଜରେ ୧୦୦ ଗ୍ରାମ ବୃଦ୍ଧି ପାଇପାରେ। ଏହା ବ୍ୟତୀତ, ଗୋଟିଏ ଦିନରେ ୩ଟି ପ୍ରତିଯୋଗିତାରେ ଜିତିବା ପରେ ମଧ୍ୟ ଆଥଲେଟ୍‌ଙ୍କ ଶରୀରରେ ଅଧିକ ରକ୍ତ ସଞ୍ଚାଳନ ହୋଇଥିଲା। ଯେଉଁ କାରଣରୁ ଓଜନ ବୃଦ୍ଧି ହେବାର ସମ୍ଭାବନା ରହିଥିଲା।

ଭିନେଶଙ୍କ ଆଇନଜୀବୀ ସିଏଏସ୍ ସମ୍ମୁଖରେ ଯୁକ୍ତି ବାଢ଼ିଥିଲେ ଯେ ଭିନେଶଙ୍କୁ ଫାଇନାଲରୁ ହଟାଯିବା ପରେ ଖେଳରେ ଅନେକ ପରିବର୍ତ୍ତନ ଘଟିଥିଲା। କିନ୍ତୁ କଠିନ ପରିଶ୍ରମ ପରେ ଭିନେଶ ସେମିଫାଇନାଲରେ ଜିତି ରୌପ୍ୟ ପଦକ ଜିତିଥିଲେ। ସେ ନିଶ୍ଚିତ ଭାବରେ ତାଙ୍କର ପରିଶ୍ରମର ଫଳ ପାଇବା ଉଚିତ୍। ତେଣୁ ଆଜି ଏହା ଉପରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇପାରେ ବୋଲି ଭାରତୀୟ ଆଶା ରଖିଥିବା ବେଳେ ଭିନେଶ ଫୋଗାଟ୍‌ଙ୍କ ପଦକ ସ୍ୱପ୍ନ ସତ ହେଉଛି ନା ନାହିଁ ତା’ ଉପରୁ ବି ଆଜି ସସ୍‌ପେନ୍ସ ହଟିବ ।

Paris Olympics 2024 Vinesh Phogat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe