Advertisment

ପ୍ୟାରିସ ଅଲିମ୍ପିକ୍ସର ସେମି ଫାଇନାଲରେ ରେସଲର୍‌ ଭିନେଶ

ଏବେ ସେ ପଦକ ଠାରୁ ଗୋଟିଏ ବିଜୟ ଦୂରରେ ରହିଛନ୍ତି। ତାଙ୍କର ସେମି ଫାଇନାଲ ଲଢ଼େଇ ଆଜି ରାତି ୧୦.୧୫ରେ ଅନୁଷ୍ଠିତ ହେବ।

Vinesh

Vinesh

Advertisment

ଭାରତର ଷ୍ଟାର କୁସ୍ତି ଯୋଦ୍ଧା ବା ରେସଲର ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସରେ ନିଜର ଦବଦବା ଦେଖାଇଛନ୍ତି। ଭିନେଶ ଚଳିତ ଅଲିମ୍ପିକ୍ସରେ ଭାରତର ପ୍ରଥମ ରେସଲର ଭାବେ ୫୦ କେଜି ବର୍ଗର ସେମି ଫାଇନାଲରେ ପହଞ୍ଚି ଯାଇଛନ୍ତି। ସେ ପ୍ରଥମ ମ୍ୟାଚ୍‌ରେ ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ବିଜେତା ଜାପାନର ସୁସାକିଙ୍କୁ ୩-୨ରେ ହରାଇଥିଲେ।

Advertisment

ଏହାପରେ କ୍ୱାର୍ଟର ଫାଇନାଲରେ ୟୁକ୍ରେନର ଓକସାନା ଲିଭାଚିଙ୍କୁ ୭-୫ ହରାଇ ସେମିରେ ପ୍ରବେଶ କରିଛନ୍ତି। ଏବେ ସେ ପଦକ ଠାରୁ ଗୋଟିଏ ବିଜୟ ଦୂରରେ ରହିଛନ୍ତି। ତାଙ୍କର ସେମି ଫାଇନାଲ ଲଢ଼େଇ ଆଜି ରାତି ୧୦.୧୫ରେ ଅନୁଷ୍ଠିତ ହେବ।

ମହିଳା ୫୦ କେଜି ବର୍ଗରେ ଭାଗ ନେଇଥିବା ଭିନେଶ ପ୍ରି-କ୍ୱାର୍ଟର ଫାଇନାଲରେ ହିଁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ବିଶ୍ୱ କୁସ୍ତିର ୫୦ କେଜି ବର୍ଗର ୧ନଂ ଖେଳାଳି ସୁସାକିଙ୍କ ସହ ଭିନେଶଙ୍କ ଲଢ଼େଇ ହୋଇଥିଲା। ପୂରା ମ୍ୟାଚ୍‌ରେ ଭିନେଶ ଡିଫେନ୍ସ କରିଥିଲେ। ଏଥିପାଇଁ ସୁସାକିଙ୍କୁ ୨ଟି ଟେକ୍ନିକାଲ ପଏଣ୍ଟ ମିଳିଥିଲା।

Advertisment

ତେବେ ଶେଷ ୧୦ ସେକେଣ୍ଡରେ ଭିନେଶ ଆଟାକ କରି ସୁସାକିଙ୍କୁ ତଳେ ପକାଇ ଦେଇଥିଲେ। ତେଣୁ ତାଙ୍କୁ ୨ ପଏଣ୍ଟ ମିଳିଥିଲା। ଯେହେତୁ ଭିନେଶ ତଳେ ପକାଇ ୨ ପଏଣ୍ଟ ହାସଲ କରିଥିଲେ। ତେଣୁ ତାଙ୍କୁ ବିଜେତା ଘୋଷଣା କରାଯାଇଥିଲା। ଏହାକୁ ସୁସାକି ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଏହା ଖାରଜ ହୋଇଯିବାରୁ ଭିନେଶ ଅତିରିକ୍ତ ଭାବେ ୧ନଂ ପଏଣ୍ଟ ପାଇଥିଲେ। ଏଥିସହ ମ୍ୟାଚ୍‌କୁ ୩-୨ରେ ଜିତି ନେଇଥିଲେ। 

୫୦ କେଜି ବର୍ଗର ୧ନଂ ଖେଳାଳିଙ୍କୁ ହରାଇ କ୍ୱାର୍ଟରରେ ପହଞ୍ଚିଥିବା ଭିନେଶଙ୍କ ମୁକାବିଲା ୟୁକ୍ରେନର ଷ୍ଟାର ଓକସାନାଙ୍କ ସହ ହୋଇଥିଲା। ଏଠାରେ ଭିନେଶ ଦବଦବା ଦେଖାଇ ସ୍ଥିତି ୪-୦ କରି ଦେଇଥିଲେ। ତାଙ୍କୁ ଆଉ ଗୋଟିଏ ଟେକ୍ନିକାଲ ପଏଣ୍ଟ ମିଳିଥିଲା।

ତେବେ ଶେଷ କିଛି ସେକେଣ୍ଡ ପୂର୍ବରୁ ଓକସାନା ଘନଘନ ଆକ୍ରମଣ କରି ୪ ପଏଣ୍ଟ ହାତେଇଥିଲେ। ଭିନେଶ ମଧ୍ୟ ଆଉ ୨ ପଏଣ୍ଟ ପାଇଥିଲା। ତେବେ ଓକସାନା ପାଇଥିବା ଶେଷ ୨ ପଏଣ୍ଟକୁ ଭିନେଶ ଚ୍ୟାଲେଞ୍ଜ କରି ବିଫଳ ହେବାରୁ ଅତିରିକ୍ତ ଗୋଟିଏ ପଏଣ୍ଟ ୟୁକ୍ରେନ ଖେଳାଳିଙ୍କୁ ମିଳିଥିଲା। ତଥାପି ଭିନେଶ ନିଜର ଦମ ଦେଖାଇ ମ୍ୟାଚ୍‌କୁ ୭-୫ରେ ଜିତି ସେମିରେ ପ୍ରବେଶ କରିଥିଲେ।

Indian Wrestler Wrestling Federation Vinesh Phogat Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe