Advertisment

ଛାଡ଼ିଲାନି ପୁଲିସ୍‌, ଫୁଟପାଥରେ ଅର୍ଜୁନ ଓ ଖେଳରତ୍ନ ଛାଡ଼ି ପଳାଇଲେ ଭିନେଶ ଫୋଗାଟ୍‌

ଆଜି ଭିନେଶ ନିଜର ପୁରସ୍କାର ପିଏମଓ ଅଫିସ ବାହାରେ ରଖିବାକୁ ଚାହିଁଥିଲେ। କିନ୍ତୁ କର୍ତ୍ତବ୍ୟ ପଥରେ ହିଁ ପୁଲିସ୍‌ ତାଙ୍କୁ ଅଟକାଇଥିଲେ।

Vinesh

Vinesh

Advertisment

ଏସିଆନ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତିଥିବା ରେସଲର ଭିନେଶ ଫୋଗାଟ ଆଜି ବଡ଼ ପଦକ୍ଷେପ ନେଇଛନ୍ତି। ଘୋଷଣା ମୁତାବକ ସେ ନିଜର ଅର୍ଜୁନ ଓ ଖେଳରତ୍ନ ପୁରସ୍କାର ସରକାରଙ୍କୁ ଫେରାଇ ଦେଇଛନ୍ତି। ସେ ଆଜି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଆଡ଼େ ଯାଇ ନିଜର ପୁରସ୍କାର ଫେରାଇ ଥଆନ୍ତେ।

Advertisment

କିନ୍ତୁ ଅଧା ବାଟରେ ଦିଲ୍ଲୀ ପୁଲିସ୍‌ ତାଙ୍କ ବାଟ ରୋକିଥିଲା। ଛାଡ଼ିବା ପାଇଁ ଭିନେଶ ଅନୁରୋଧ କରିଥିଲେ ହେଁ ପୁଲିସ୍‌ କିଛି ବି ଶୁଣି ନଥିଲା। ଶେଷରେ ସେ କର୍ତ୍ତବ୍ୟ ପଥର ଫୁଟପାଥରେ ନିଜର ସମ୍ମାନଜନକ ଅର୍ଜୁନ ଓ ଖେଳରତ୍ନ ପୁରସ୍କାର ରଖିଦେଇ ଘରକୁ ଫେରିଛନ୍ତି।

ଆଜି ଭିନେଶ ନିଜର ପୁରସ୍କାର ପିଏମଓ ଅଫିସ ବାହାରେ ରଖିବାକୁ ଚାହିଁଥିଲେ। କିନ୍ତୁ କର୍ତ୍ତବ୍ୟ ପଥରେ ହିଁ ପୁଲିସ୍‌ ତାଙ୍କୁ ଅଟକାଇଥିଲେ। ତେଣୁ ଏଠାରେ ଥିବା ଫୁଟପାଥରେ ସେ ନିଜର ପୁରସ୍କାର ଛାଡ଼ି ଆସିବାକୁ ବାଧ୍ୟ ହୋଇଛନ୍ତି। ଏହାପୂର୍ବରୁ ବଜରଙ୍ଗ ପୁନିଆ ମଧ୍ୟ ସମାନ ଢଙ୍ଗରେ ନିଜର ପଦ୍ମଶ୍ରୀ ପୁରସ୍କାର ଫୁଟପାଥ୍‌ରେ ରଖି ଘରକୁ ଆସିଥିଲେ।

Advertisment

ଦେଶର ମହିଳା ରେସଲରମାନଙ୍କୁ ଉପଯୁକ୍ତ ନ୍ୟାୟ ମିଳୁ ନଥିବା ବେଳେ କୁସ୍ତି ମହାସଂଘକୁ ନେଇ ବିବାଦ ଥମୁନି। ଏପରି କିଛି ଅଭିଯୋଗ କରି ଭିନେଶ ପୁରସ୍କାର ଫେରାଇଛନ୍ତି। ଏହାପୂର୍ବରୁ ଭିନେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଚିଠି ଲେଖି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ ଭିନେଶ ଅର୍ଜୁନ ଓ ଖେଳ ରତ୍ନ ଫେରାଇ ଦେବେ ବୋଲି କହିଥିଲେ। ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ମହିଳା ରେସଲରଙ୍କୁ ନ୍ୟାୟ ମିଳୁ ନଥିବାରୁ ସେ ଏପରି କହିଥିଲେ।

ସେ କହିଥିଲେ ଯେ “ମୁଁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଓ ଅର୍ଜୁନ ସମ୍ମାନରେ ସମ୍ମାନୀତ ହୋଇଥିଲି। କିନ୍ତୁ ଏହାର ମୂଲ୍ୟ ମୋ ଜୀବନରେ ଆଉ ନାହିଁ। ପ୍ରତିଟି ମହିଳା ସମ୍ମାନର ସହ ବଞ୍ଚିବାକୁ ଚାହାନ୍ତି। ତେଣୁ ପ୍ରଧାନମନ୍ତ୍ରୀ ମହୋଦୟ ମୁଁ ମୋର ଖେଳରତ୍ନ ଓ ଅର୍ଜୁନ ସମ୍ମାନ ଆପଣଙ୍କୁ ଫେରାଇ ଦେବାକୁ ଚାହୁଁଛି। ଏହାଦ୍ୱାରା ସମ୍ମାନର ବୋଝ ମୋ ଉପରେ ରହିବ ନାହିଁ।”

Indian Wrestler Wrestling Body Chief
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe