Advertisment

ଭାରତ ଫେରିଲେ ଭିନେଶ; ଫ୍ୟାନଙ୍କ ସମର୍ଥନ ଦେଖି କାନ୍ଦି ପକାଇଲେ

ଦିଲ୍ଲୀ ବିମାନ ବନ୍ଦରରେ ପୂର୍ବତନ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟଙ୍କୁ ହିରୋ ଭଳି ସ୍ୱାଗତ କରିଛନ୍ତି ଫ୍ୟାନ୍ସ।

Vinesh Phogat

Vinesh Phogat

Advertisment

ଦିଲ୍ଲୀ ବିମାନ ବନ୍ଦରରେ ପୂର୍ବତନ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା। ପ୍ୟାରିସ ଅଲିମ୍ପିକ୍ସ ପରେ ଆଜି ଭାରତ ଫେରିଛନ୍ତି ଫୋଗାଟ। ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଭିନେଶଙ୍କୁ ବିପୁଳ ସଂଖ୍ୟାରେ ସମର୍ଥକ ସ୍ୱାଗତ ଜଣାଇଛନ୍ତି।

Advertisment

ଜଣେ ଗୋଲ୍ଡ ମେଡାଲିଷ୍ଟଙ୍କୁ ଯେପରି ସ୍ୱାଗତ କରାଯାଏ, ଭିନେଶଙ୍କୁ ଠିକ୍ ସେହିପରି ସ୍ୱାଗତ କରାଯାଇଛି। ଫ୍ୟାନଙ୍କ ଏ ଭଲ ପାଇବା ଏବଂ ସମର୍ଥନ ଦେଖି ଭାବୁକ ହୋଇ ପଡିଛନ୍ତି ଭିନେଶ। ସେ ଏହି ସମୟରେ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି।

ମୁଁ ସମସ୍ତ ଦେଶବାସୀଙ୍କୁ ଧନ୍ୟବାଦ ଜଣାଉଛି, ମୁଁ ଖୁବ୍ ଭାଗ୍ୟବାନ ବୋଲି ଭିନେଶ ଫୋଗାଟ କରିଛନ୍ତି। ବିମାନବନ୍ଦରରେ ଭିନେଶଙ୍କୁ ସ୍ୱାଗତ ଜଣାଇବା ପାଇଁ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ତାଙ୍କ ପରିବାର ବର୍ଗ ମଧ୍ୟ ଉପସ୍ଥିତ ଥିଲେ। 

Advertisment

ପ୍ୟାରିସ ଅଲିମ୍ପିକ୍ସ ରେସଲିଂର ୫୦ କେଜି ବର୍ଗରେ ଭାଗ ନେଇଥିଲେ ଭିନେଶ ଫୋଗାଟ। ସମସ୍ତ ପ୍ରାରମ୍ଭିକ ମ୍ୟାଚରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ। ଫଳରେ ରେସଲିଂରୁ ଭାରତକୁ ରୌପ୍ୟ ନଚେତ ସ୍ୱର୍ଣ୍ଣ ମିଳିବା ନେଇ ଭିନେଶଙ୍କ ସମେତ ଦେଶବାସୀ ଆଶାବାଦୀ ରହିଥିଲେ। ମାତ୍ର ଫାଇନାଲ ମ୍ୟାଚ୍ ଦିନ ସବୁ କିଛି ବଦଳି ଯାଇଥିଲା। ୫୦ କେଜି ଓଜନରୁ ଭିନେଶ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରା ଯାଇଥିଲା।

ଏ ଖବର ସମସ୍ତଙ୍କୁ ବିଶ୍ମିତ କରିଥିଲା। କିଛି ଘଣ୍ଟା ପରେ ଭିନେଶ ରେସଲିଂରୁ ଅବସର ଘୋଷଣା କରିଥିଲେ। ଏସବୁ ସତ୍ତ୍ୱେ ଭିନେଶ ଓ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ ଅଯୋଗ୍ୟ ନିଷ୍ପତ୍ତି ବିରୋଧରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (CAS)ରେ ଆବେଦନ କରି ଯୁଗ୍ମ ରୋପ୍ୟ ପଦକ ପାଇଁ ଦାବି କରିଥିଲେ।

କିନ୍ତୁ କୋର୍ଟ ଭିନେଶଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ଏହାପରେ ଆଜି ଭାରତ ଫେରିଛନ୍ତି ଭିନେଶ। ସେ ପ୍ୟାରିସ ଅଲିମ୍ପିକ୍ସରେ କୌଣସି ପଦକ ଜିତି ନଥିଲେ ମଧ୍ୟ ଜଣେ ବିଜେତା ଯେପରି ସ୍ୱାଗତର ହକଦାର ତାଙ୍କୁ ଠିକେ ସେହିପରି ବିମାନବନ୍ଦରରେ ସ୍ୱାଗତ କରାଯାଇଛି, ଯେଉଁଥି ପାଇଁ ଭାବବିହ୍ୱଳ ହୋଇ ପଡ଼ିଛନ୍ତି ଭିନେଶ। 

 

Vinesh Phogat Paris Olympics Vinesh Phogat Return India Wrestling
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe