Advertisment

ଭିନେଶ ଫୋଗାଟଙ୍କ ପଦକ ନିଷ୍ପତ୍ତି ପୁଣି ଘୁଞ୍ଚିଲା

ଭିନେଶ ଫୋଗାଟ ପ୍ରଥମ ଭାରତୀୟ କୁସ୍ତି ଯୋଦ୍ଧା ଭାବେ ଅଲିମ୍ପିକ୍ସ ୫୦ କେଜି ବର୍ଗ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

author-image
Hemant Lenka
Vinesh

Vinesh

ପୁଣିଥରେ ଘୁଞ୍ଚିଛି ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟଙ୍କ ଅଲିମ୍ପିକ୍ସ ପଦକ ନିଷ୍ପତ୍ତି। ଆସନ୍ତା ୧୬ ତାରିଖ ରାତି ୯ଟା ୩୦ ସୁଦ୍ଧା କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CAS ତା’ର ଚୂଡ଼ାନ୍ତ ରାୟ ପ୍ରକାଶ କରିବ। ଏହାକୁ ମିଶାଇ ତୃତୀୟ ଥର ପାଇଁ ସିଏଏସ୍‌ ନିଷ୍ପତ୍ତି ଘୁଞ୍ଚିଛି। ଏବେ ସମସ୍ତ ଭାରତୀୟଙ୍କ ଅପେକ୍ଷା ୧୬କୁ ବଢ଼ିଛି। 

Advertisment

ସିଏଏସ୍‌ ଆଡ ହକ ଡିଭିଜନ ପକ୍ଷରୁ କୁହାଯାଇଛି ଯେ ସଂସ୍ଥାର ସଭାପତି ପ୍ୟାନେଲର ନିଷ୍ପତ୍ତି ଘୋଷଣା କରାଯିବାର ସମୟସୀମାକୁ ୧୬ ଅଗଷ୍ଟ ଯାଏ ଘୁଞ୍ଚାଇ ଦେଇଛନ୍ତି। ଏବେ ୧୬ ତାରିଖରେ ରାୟ ପ୍ରକାଶ ପାଇବ। 

ପ୍ୟାରିସ ଅଲିମ୍ପିକ୍ସରେ ଭିନେଶ ଫୋଗାଟ ରେସଲିଂର ୫୦ କେଜି ବର୍ଗରେ ଭାଗ ନେଇଥିଲେ। ସେ ଗତ ମଙ୍ଗଳବାର(ଅଗଷ୍ଟ ୬ ତାରିଖ)ରେ ବ୍ୟାକ ଟୁ ବ୍ୟାକ ୩ଟି ମ୍ୟାଚ୍‌ ଖେଳି ଫାଇନାଲକୁ ଯାଇଥିଲେ। ଫାଇନାଲ ୭ ତାରିଖରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ୭ ତାରିଖରେ ସକାଳେ ସେ ଧାର୍ଯ୍ୟ ଓଜନ ସୀମାର ନିୟମକୁ ପାର କରିଯାଇଥିଲା। ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। 

Advertisment

ଏହା ବିରୋଧରେ ଭିନେଶ ଓ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CASରେ ଆବେଦନ କରିଥିଲେ। କୋର୍ଟ ସବୁ ରାୟ ଶୁଣିବା ପରେ ୯ ରିଖରେ ରାୟ ପ୍ରକାଶ କରିବାର ଥିଲା। କିନ୍ତୁ ଏହା ୧୩ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଏବେ ପୁଣି ରାୟ ପ୍ରକାଶ ତାରିଖକୁ ୧୬ ଅଗଷ୍ଟକୁ ବୃଦ୍ଧି କରାଯାଇଛି। ଭାରତ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ କ୍ରୀଡ଼ା ଆଇନ ବିଶେଷଜ୍ଞ ବିଧୁସ୍ପତ ସିଂହାନିଆ ମିଳିତ ଭାବେ ଭିନେଶଙ୍କ ପାଇଁ ପକ୍ଷ ରଖିଥିଲେ।

ଭିନେଶ ଫୋଗାଟ ପ୍ରଥମ ଭାରତୀୟ କୁସ୍ତି ଯୋଦ୍ଧା ଭାବେ ଅଲିମ୍ପିକ୍ସ ୫୦ କେଜି ବର୍ଗ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ପ୍ରଥମ ମ୍ୟାଚରେ ସେ ବିଶ୍ୱର ନଂ ୧ ଖେଳାଳି ତଥା ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ବିଜେତା ଜାପାନର ୟୁଇ ସୁସାକିଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ଏହାପରେ କ୍ୱାର୍ଟର ଫାଇନାଲରେ ୟୁକ୍ରେନର ଓକସାନା ଲିଭାଚିଙ୍କୁ ୭-୫ ଏବଂ ସେମିଫାଇନାଲରେ କ୍ୟୁବାର ଗୁଜମାନଙ୍କୁ ୫-୦ ବ୍ୟବଧାନରେ ହରାଇ ଫାଇନାଲକୁ ପ୍ରବେଶ କରିଥିଲେ।

CAS କ’ଣ?

କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ୍ (CAS) ହେଉଛି ଏକ ସ୍ୱୟଂଶାସିତ ଅନୁଷ୍ଠାନ। CAS 1984ରେ ପ୍ରତିଷ୍ଠିତ ହୋଇଥିଲା, ଯାହା କ୍ରୀଡ଼ା ସମ୍ବନ୍ଧୀୟ ବିବାଦର ସମାଧାନ କରିଥାଏ କିମ୍ବା ମଧ୍ୟସ୍ଥତା କରିଥାଏ। ଏହାର ମୁଖ୍ୟାଳୟ ସ୍ୱିଜରଲ୍ୟାଣ୍ଡର ଲୋଜାନୀରେ ଥିବାବେଳେ ନ୍ୟୁୟର୍କ ଏବଂ ସିଡନୀରେ ମଧ୍ୟ କୋର୍ଟ ରହିଛି। ଏଥିସହ ଯେଉଁ ସହରରେ ଅଲିମ୍ପିକ୍ସ ଆୟୋଜିତ ହୋଇଥାଏ ସେଠାରେ ଅସ୍ଥାୟୀ କୋର୍ଟ ପରିଚାଳିତ ହୋଇଥାଏ।

Paris Olympics 2024 Vinesh Phogat Olympics 2024